/odishatv-khabar/media/post_attachments/uploadimage/library/16_9/16_9_0/minister_1626686966.jpg)
minister
ଭୁବନେଶ୍ୱର : ହାଇଦ୍ରାବାଦରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୁଲିସ ଏନ୍କାଉଣ୍ଟର ପରେ ପୀଡ଼ିତା ଓ ତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ମିଳିଥିବା ଚର୍ଚ୍ଚା ହେଉଛି। ହେଲେ ପିପିଲିଠୁ କୁନ୍ଦୁଲି ଯାଏଁ, ଓଡ଼ିଶାରେ ଏଭଳି ଅନେକ ଘଟଣା ରହିଛି, ଯେଉଁଥିରେ ଖୁଲମ୍ଖୁଲା ବୁଲୁଛନ୍ତି ଯୌନ ରାକ୍ଷସ। ଯାହାକୁ ନେଇ ବଢୁଛି ପୀଡ଼ିତାଙ୍କ ପରିବାରର କ୍ଷୋଭ। ଏମିତି କି ହାଇଦ୍ରାବାଦ୍ ଏନକାଉଣ୍ଟର ଘଟଣାକୁ ଆଇନ ମନ୍ତ୍ରୀ ପ୍ରତାପ ଜେନା ଠିକ୍ ବୋଲି ଦର୍ଶାଇଥିବା ବେଳେ ରାଜ୍ୟ ସରକାରଙ୍କ ଭିନ୍ନ ଆଭିମୁଖ୍ୟକୁ ନେଇ ଉଠିଛି ପ୍ରଶ୍ନ।
୨୦୧୨ରେ ପିପିଲି, ୨୦୧୮ରେ କୁନ୍ଦୁଲି ଆଉ ୨୦୧୯ରେ ରାଇରଙ୍ଗପୁର ରାଜ୍ୟରେ ଘଟିଥିବା ଅନେକ ଲୋମହର୍ଷଣକାରୀ ଦୁଷ୍କର୍ମ ଘଟଣା ଭିତରୁ ଏ ୩ଟି ଏବେ ବି ଚର୍ଚ୍ଚିତ ଓ ଅସମାହିତ । କାରଣ ବାଟବଣା ତଦନ୍ତ ହେଉ ଅବା ରାଜନୈତିକ ଚକ୍ରବ୍ୟୁହ ଭିତରେ ଅବେଳରେ ଆରପାରିକୁ ଚାଲିଯିବା ପୂର୍ବରୁ ନା ପୀଡ଼ିତା କି ସେମାନଙ୍କ ପରିବାର କାହାକୁ ବି ମିଳିନି ନ୍ୟାୟ। ଝିଅ ମରିବାର ୭ବର୍ଷ ପରେ ବି ପିପିଲି ପୀଡ଼ିତାଙ୍କ ମା’ ଆଖିରୁ ଝରୁଛି ଅବିଶ୍ରାନ୍ତ ଲୁହ । ହାଇଦ୍ରାବାଦ୍ରେ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କଥା ଶୁଣି ବଢି ଯାଇଛି ତାଙ୍କ ବିଶ୍ୱାସ । ହେଲେ ସରକାରଙ୍କ ଉପରେ ନୁହେଁ ବରଂ ଇଶ୍ୱରଙ୍କ ଉପରେ । ଆଉ କୁନ୍ଦୁଲି ପୀଡ଼ିତାଙ୍କ ପରିବାର ଲୋକଙ୍କ ବିରାଟ କ୍ଷୋଭ। ୨ବର୍ଷ ଭିତରେ ନ୍ୟାୟ ମାଗି ମାଗି ଝିଅ ଆତ୍ମହତ୍ୟା କରିଦେଲା। ଆଉ ସେମାନେ ବି ନ୍ୟାୟ ପାଇବା ନେଇ ଆଶା ଆଶଙ୍କାରେ ଆଉ ହାଇଦ୍ରାବାଦ ପୋଲିସ୍ ଯାହା କରିଛି, ଠିକ୍ ସେମିତି ଢଙ୍ଗରେ ମୟୂରଭଞ୍ଜ ପୋଲିସ ବି ଯୌନ ପିଶାଚଙ୍କ ବିରୋଧରେ ପଦକ୍ଷେପ ନେବାକୁ ଗୁହାରି କରିଛନ୍ତି ରାଇରଙ୍ଗପୁର ପୀଡ଼ିତାଙ୍କ ମାମୁ।
ସେପଟେ ହାଇଦ୍ରାବାଦରେ ୪ ଦୁଷ୍କର୍ମକାରୀଙ୍କୁ ପୁଲିସ ଏନ୍କାଉଣ୍ଟରକୁ ସମର୍ଥନ କରି ଭାରି ଖୁସି ହୋଇଛନ୍ତି। ଆଇନ ମନ୍ତ୍ରୀ ପ୍ରତାପ ଜେନା ମନ୍ତ୍ରୀ କହିଛନ୍ତି ଏଭଳି ଦୋଷୀଙ୍କୁ କଠୋର ଦଣ୍ଡ ଦରକାର ଥିଲା। ହେଲେ ଓଡ଼ିଶାରେ ଘଟିଥିବା ବହୁ ଘଟଣାରେ କିନ୍ତୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ଉଠିଛି ପ୍ରଶ୍ନ । ରିପୋର୍ଟ ଅନୁସାରେ, କେବଳ ଗତ ୬ ମାସରେ ରାଜ୍ୟରେ ଦୁଷ୍କର୍ମର ଶିକାର ହୋଇଛନ୍ତି ୬୦୪ ଜଣ ନାବାଳିକା।
ଦୈନିକ ୪ ନାବାଳିକାଙ୍କ ସହ ୭ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । କେବଳ ଗତବର୍ଷ ୧,୦୭୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ହେଲେ ସଜା ମିଳିଛି ମାତ୍ର ୧୯୭ ଜଣଙ୍କୁ। ଏଠି ପ୍ରଶ୍ନ, ଓଡ଼ିଶାରେ ଆଇନ ପଞ୍ଝାରୁ କାହିଁକି ମୁକୁଳି ଯାଉଛନ୍ତି ଦୁଷ୍କର୍ମକାରୀ ? ଏମାନଙ୍କୁ ସଜା ଦେବାରେ କଣ ପାଇଁ ବିଫଳ ହୋଇଛି ରାଜ୍ୟ ପୁଲିସ? ଦୁର୍ବଳ ଆଇନ୍ ନା ତଦନ୍ତରେ ଅବହେଳା ସାଜୁଛି କାରଣ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)