dharama
ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ ୨୦୨୦ । ଏହାଦ୍ୱାରା ମାରିଟାଇମ ବୋର୍ଡ଼ ଗଠନ ହେବ, ଯେଉଁଥିରେ ୧୨ ଜଣ ସଦସ୍ୟ ଏବଂ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିବେ। ସେହିପରି ସଦସ୍ୟ ସଚିବ ରହିବେ ବାଣିଜ୍ୟ ପରିବହନ ସଚିବ।
ଶିଳ୍ପ, ବାଣିଜ୍ୟ ପରିବହନ ସଚିବ, ରାଜସ୍ୱ ସଚିବ, ନୌସେନାର ଜଣେ ପ୍ରତିନିଧି , ପୋର୍ଟ କ୍ଷେତ୍ରରେ ଦକ୍ଷତା ଥିବା ଜଣେ ବିଶେଷଜ୍ଞଙ୍କୁ ଏଥିରେ ସଦସ୍ୟ ଭାବେ ରଖାଯିବ। ଏହି ବୋର୍ଡ଼ ପିପିପି ମୋଡ଼ରେ ବନ୍ଦରର ବିକାଶ, ନିର୍ମାଣ, ରକ୍ଷଣାବେକ୍ଷଣ, ଜାହାଜ ଚଳାଚଳ, ମାଲ ପରିବହନ ଏବଂ ଜଳପଥର ଉନ୍ନତିକରଣ କାର୍ଯ୍ୟ କରିବ।
ତାସହ ସମନ୍ୱିତ ବିକାଶ ପାଇଁ ଯୋଜନା ବନାଇବେ। ଯେବେ ବୋର୍ଡ଼ ନିୟମ ଖିଲାପ କରି କାର୍ଯ୍ୟ କରିବା ନେଇ ରାଜ୍ୟ ସରକାର ଅନୁଭବ କଲେ ବୋର୍ଡ଼କୁ ଭାଙ୍ଗି ପାରିବେ। ଏନେଇ ଓଡ଼ିଶା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଆମେ ଯେଉଁ ପୋର୍ଟ ନିର୍ମାଣ କରିବା ପାଇଁ ଆମେ ଯେଉଁ ନିଷ୍ପତ୍ତି ନେଇଛୁ ତାହା ପାଇଁ ଓଡ଼ିଶା ମାରିଟାଇମ୍ ବିଲ୍ର ଆବଶ୍ୟକତା ନିହାତି ଥିଲା। ଏହାଦ୍ୱାରା ଆମେ ତଟରଖି ଅଞ୍ଚଳରେ ରକ୍ଷଣା ବେକ୍ଷଣର ବ୍ୟବସ୍ଥା କରିହେବ। ଏହାଦ୍ୱାରା ରାଜସ୍ୱ ମିଳିବା ସହିତ ନିଯୁକ୍ତ ମଧ୍ୟ ସୃଷ୍ଟି ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।
୧୪ଟି ଅଣ ବୃହତ ବନ୍ଦର ପାଇଁ ସ୍ଥାନ ଚିହ୍ନଟ ହୋଇଛି। ଧାମରା,ଗୋପାଳପୁର କାର୍ଯ୍ୟକ୍ଷମ ହୋଇଛି। ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖାରେ କାମ ଚାଲିଛି। ଧାମରାରୁ ୪୦୦ କୋଟି ଟଙ୍କା ଓ ଗୋପାଳପୁରରୁ ୧୦୦ କୋଟି ଟଙ୍କା ରାଜସ୍ୱ ଆସୁଛି। ବିଲ୍କୁ ବିଜେପି ସମର୍ଥନ କରିଥିଲେ ସୁଦ୍ଧା କିଛି ଅଂଶ ସଂଶୋଧନ ଦାବି କରିଥିଲା କଂଗ୍ରେସ। ଏନେଇ ଦଳ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dharama_1627367673.jpg)