/odishatv-khabar/media/media_files/2026/02/06/odisha-maoist-leader-nikhil-and-wife-indu-surrender-2026-02-06-19-35-31.jpg)
ଓଡ଼ିଶାରେ ବି ଭୁଶୁଡ଼ିଲା ଶେଷ ମାଓ ଗଡ଼ Photograph: (OTV)
ଓଡ଼ିଶାରେ ମାଓବାଦ ଇତିହାସରେ ପଡ଼ିବାକୁ ଯାଉଛି ଯବନିକା। ପୋଲିସ ହାତରେ ଧରାଦେଲେ ଟପ୍ ମାଓ ଦମ୍ପତ୍ତି ନିଖିଲ ଓ ଇନ୍ଦୁ। ରାୟଗଡ଼ା ଜିଲ୍ଲାର ଘଞ୍ଚ ଜଙ୍ଗଲରୁ ପତ୍ନୀ ଇନ୍ଦୁ,୭ ମହିଳା କ୍ୟାଡର ସହ ମୋଟ ୧୫ ମାଓବାଦୀଙ୍କ ସହ ଆତ୍ମସମର୍ପଣ କରିଛି ବାସଧାରା ଘୁମୁସର ନାଗାବଳୀ ଡିଭିଜନର ପୂର୍ବି ବ୍ୟୁରୋ ସମ୍ପାଦକ ନିଖିଲ ଓରଫ୍ ନିରଞ୍ଜନ ରାଉତ। ଉଭୟ ନିଖିଲ ଓ ତା ପତ୍ନୀ ଇନ୍ଦୁ ମୁଣ୍ଡ ପାଇଁ ପୋଲିସ ଘୋଷଣା କରିଥିଲା ୫୫ ଲକ୍ଷ ଲେଖାଏଁ ଇନାମ। ଆଜି ଓଟିଭି ରାୟଗଡ଼ା ପ୍ରତିନିଧିଙ୍କ ଉପସ୍ଥିତିରେ ସମାଜର ମୁଖ୍ୟସ୍ରୋତକୁ ନିଖିଲ ଫେରିବା ପରେ ରାଜ୍ୟରେ ସକ୍ରିୟ ଥିବା ଆଉ କିଛି ହାତ ଗଣତି ମାଓବାଦୀଙ୍କୁ ସରେଣ୍ଡର ପାଇଁ ଅପିଲ କରିଛନ୍ତି ପୋଲିସ ଡିଜି।
ଓଟିଭି ଉପସ୍ଥିତିରେ ବଡ ମାଓ ସରେଣ୍ଡର । ଓଟିଭି ପ୍ରତିନିଧି ଓ ପୋଲିସର ଉପସ୍ଥିତିରେ ଆତ୍ମସମର୍ପଣ କଲେ ଟପ୍ ମାଓ ନେତା ନିଖିଲ ଓ ଇନ୍ଦୁ । ରାୟଗଡ଼ା ଜିଲ୍ଲା ପୋଲିସ ଆଗରେ ଆଜି ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତକୁ ଫେରିଛନ୍ତି ବାସଧାରା ଘୁମୁସର ନାଗାବଳୀ ଡିଭିଜନ ପୂର୍ବି ବ୍ୟୁରୋ ସମ୍ପାଦକ ନିଖିଲ ଓରଫ ନିରଞ୍ଜନ ରାଉତ ଓ ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କା। ସେମାନଙ୍କ ସହ ମୋଟ ୧୫ ମାଓବାଦୀ ହିଂସାର ରାସ୍ତା ଛାଡ଼ି, ଶାନ୍ତି ରାସ୍ତାରେ ପାଦ ଦେଇଛନ୍ତି।
ଓଡ଼ିଶାର ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ 'ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମାଓବାଦୀ କାର୍ଯ୍ୟକଳାପରେ ସାମିଲ୍ ଥିଲା ନିଖିଲ୍ ମୁଣ୍ଡ ପାଇଁ ଘୋଷଣା ହୋଇଥିଲା 55 ଲକ୍ଷ ଟଙ୍କାର ପୁରସ୍କାର। ମୁଖ୍ୟ ଶ୍ରୋତକୁ ଫେରିବା ପରେ ନିଖଲ କହିଛି ପରିବର୍ତ୍ତିତ ପରିସ୍ଥିତିରେ ନିଜକୁ ଖାପ ଖୁଆଇବାକୁ, ଶେଷରେ ମାଓ ସଂଗଠନ ଛାଡ଼ିଛି। କିନ୍ତୁ ଗଣତାନ୍ତ୍ରିକ ଉପାୟରେ ଲଢେଇ କରି ନିଷ୍ପେଶିତ, ଦଳିତ ଓ ମହିଳାଙ୍କ ପାଇଁ କାମ କରିବାର ଜୋସ ଯାଇନି। ଏବେ ଆତ୍ମସମର୍ପଣ ପରେ ସେ ସରକାର ସେମାନଙ୍କ ଦାବିକ ଗୁରୁତ୍ବ ଦେବେ ବୋଲି କହିଛନ୍ତି ନିଖିଲ।
ଆତ୍ମସମର୍ପଣ କରିଥିବା ୧୫ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ବାସଧାରା ଘୁମୁସର ନାଗାବଳୀ ଡିଭିଜନର ସମ୍ପାଦିକ ତଥା ନିଖିଲର ପତ୍ନୀତି ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କା। କଟକ ଟାଙ୍ଗୀର ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କା ଭେନ୍ସାରେ ଉଚ୍ଚଶିକ୍ଷା ପରେ ମାଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଲାଲଗଡ଼ରେ ପାଦ ରଖିଥିଲେ ଇନ୍ଦୁ। ଆଉ ନିଖିଲକୁ ବିବାହ ପରେ ଦୁଇ ଦଶନ୍ଧି ଧରି ଓଡ଼ିଶା-ଆନ୍ଧ୍ର ଓ ଛତିଶଗଡ଼ର ଘଂଚ ଜଙ୍ଗଲ ହିଁ ଥିଲା, ସେମାନଙ୍କ ଠିକଣା। ଜଙ୍ଗଲୀ ପରିବେଶରୁ ସାଧାରଣ ଜୀବନକୁ ଫେରିବାର ନିଷ୍ପତ୍ତି ଯନ୍ତ୍ରଣାଦାୟକ ହେଲେ ବି, ତାହା ସମୟର ଆହ୍ବାନ ବୋଲି କହିଛି ଇନ୍ଦୁ। ସେପଟେ ଆତ୍ମସମର୍ପଣ କରିଥିବା ୧୫ ମଆବାଦୀଙ୍କ ମଧ୍ୟରେ ରହିଛନ୍ତି ୭ ମହିଳା କ୍ୟାଡର।
ନିଖିଲ ସମେତ 15 ଜଣିଆ ଗ୍ରୁପର ଆତ୍ମସମର୍ପଣ ଓଡ଼ିଶା ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ତେବେ କନ୍ଧମାଳ ପାଖାପାଖି ଜିଲ୍ଲାରେ 'ଏବେ ଆଉ କିଛି ହାତ ଗଣତି କ୍ୟାଡର ମାଓବାଦୀ ସକ୍ରିୟ ଥିବାରୁ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି ଡିଜିପି।
ଆଜିର ଆତ୍ମସମର୍ପଣ ପୂର୍ବରୁ ମାଓ ଦମ୍ପତ୍ତି ନିଖିଲ ଓ ଇନ୍ଦୁ ରାଜ୍ୟ ସରକାରଙ୍କ ନିକଟରେ 4 ଦଫା ଦାବି ରଖିଥିଲେ। ସରକାର ଏହାର ବିଚାର କଲେ ସେମାନେ, ବନ୍ଧୁକ ଛାଡ଼ି ବନ୍ଧୁ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଜଣେ ଡିଏସପି ରାଙ୍କର ଅଫିସର ନିଖଲଙ୍କ ଆଲୋଚନା ପରେ, ପୋଲିସର ଏ ଅଭିଯାନକୁ ମିଳିଥିଲା ବଡ଼ ସଫଳତା। ଆଉ ଆଜି ଓଟିଭି ପ୍ରତିନିଧିଙ୍କ ଉପସ୍ଥିତିରେ ହିଁ ମୁଖ୍ୟଶ୍ରୋତରେ ସାମିଲ ହୋଇଥିଲେ ନିଖିଲ ଆଣ୍ଡ୍ କୋ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)