Advertisment

Top Odisha Maoist Leader Surrender: ଓଡ଼ିଶାର ଟପ୍ ମାଓନେତା ନିଖିଲ୍ ଓରଫ ନିରଞ୍ଜନ ରାଉତର ଆତ୍ମସମର୍ପଣ

ମାଓନେତା ନିଖିଲର ଆତ୍ମସମର୍ପଣ। ଓଡ଼ିଶାର ଟପ୍ ମାଓନେତା ନିଖିଲ୍ ଓରଫ ନିରଞ୍ଜନ ରାଉତର ଆତ୍ମସମର୍ପଣ। ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ସହ ନିଖିଲ୍ ର ଆତ୍ମସମର୍ପଣ। ରାୟଗଡ଼ା ପୋଲିସ ନିକଟରେ ମୋଟ୍ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ।

author-image
Pramod Behera
Top Odisha Maoist Leader Surrender

ଓଡ଼ିଶାର ଟପ୍ ମାଓନେତା ନିଖିଲ୍ ପତ୍ନୀ ଇନ୍ଦୁ ସହ ଆତ୍ମସମର୍ପଣ Photograph: (OTV)

ଓଡ଼ିଶାର ଟପ୍ ମାଓନେତା ନିଖିଲ୍ ଓରଫ ନିରଞ୍ଜନ ରାଉତର ଆତ୍ମସମର୍ପଣ। ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ସହ ଆତ୍ମସମର୍ପଣ। ନିଖିଲଙ୍କ ସହ ମୋଟ୍ ୧୫ ଜଣ ମାଓବାଦୀ ରାୟଗଡ଼ା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
୧୫ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ୭ ମହିଳା କ୍ୟାଡର। ନିକଟରେ ଆତ୍ମସମର୍ପଣ ପାଇଁ ସରକାରଙ୍କ ନିକଟରେ ୪ ଦାବି ରଖିଥିଲେ ମାଓ ଦମ୍ପତି।

Advertisment

ସେପଟେ କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪ଜଣ ମାଓବାଦୀ। ୪ ଜଣଙ୍କ ମଧ୍ୟରେ ତିନିଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ରହିଛନ୍ତି। ସେମାନଙ୍କ ନିକଟରୁ ବନ୍ଧୁକ, ମାଓ ପୋଷାକ, ଗୁଳି, ସହ ୱାକିଟକୀ, ମେଡିସିନ ଏବଂ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ୪ ମାଓବାଦୀ KKBN ଡିଭିଜନର।

ସେମାନଙ୍କ ନାଁ ହେଲା ଗଙ୍ଗା କୁଞ୍ଜମାନୀ ଓରଫ ଜିତେନ୍, ମୁଚକି ମାସୀ ଓରଫ ସୁମିତ୍ରା, ଚୋମଲି କୁଞ୍ଜମ ଓରଫ ଶନ୍ତିଲା ଏବଂ ବଣ୍ଡୀ ମାଡ଼ଭି ଓରଫ ମାଳତୀ। ଏବେ ମଧ୍ୟ କନ୍ଧମାଳ ଜିଲ୍ଲାରେ ପ୍ରାୟ ୫୦ ଜଣ ମାଓବାଦୀ ରହିଛନ୍ତି। ସେମାନଙ୍କୁ ଆତ୍ମସମର୍ପଣ କରିବାକୁ DIG ନୀତି ଶେଖର ଅପିଲ କରିଛନ୍ତି।

Advertisment
  • ମାଓନେତା ନିଖିଲର ଆତ୍ମସମର୍ପଣ
  • ଓଡ଼ିଶାର ଟପ୍ ମାଓନେତା ନିଖିଲ୍ ଓରଫ ନିରଞ୍ଜନ ରାଉତର ଆତ୍ମସମର୍ପଣ
  • ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ସହ ନିଖିଲ୍ ର ଆତ୍ମସମର୍ପଣ
  • ରାୟଗଡ଼ା ପୋଲିସ ନିକଟରେ ମୋଟ୍ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ
  • ୧୫ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ୭ ମହିଳା କ୍ୟାଡର
  • ନିକଟରେ ଆତ୍ମସମର୍ପଣ ପାଇଁ ସରକାରଙ୍କ ନିକଟରେ ୪ ଦାବି ରଖିଥିଲେ ମାଓ ଦମ୍ପତି
Maoist Surrender Odisha Maoists Odisha News
Advertisment
Advertisment