/odishatv-khabar/media/media_files/2026/03/02/cervical-cancer-vaccination-begins-2026-03-02-16-36-50.jpg)
ଫେବ୍ରୁଆରୀ ୨୮ରୁ ଆରମ୍ଭ ହୋଇଛି ସର୍ଭିକାଲ କ୍ୟାନସର ଟୀକାକରଣ Photograph: (OTV)
ଫେବ୍ରୁଆରି ୨୮ରୁ ଆରମ୍ଭ ହୋଇଛି ସର୍ଭିକାଲ କ୍ୟାନସର ଟୀକାକରଣ। ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ୩ ମାସ ଧରି ଚାଲିବ ଟୀକାକରଣ। ୩ଲକ୍ଷ ୩୬ହଜାର କିଶୋରୀ ମାନଙ୍କୁ ଗୋଟିଏ ଡୋଜ ଦିଆଯିବ। ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ସମନ୍ବୟ ରଖି ଟୀକାକରଣ କରାଯିବ। ଡ୍ରପ୍ ଆଉଟ କିଶୋରୀଙ୍କୁ ମଧ୍ୟ ଟୀକା ଦିଆଯିବ। ଏନେଇ ସରକାରଙ୍କ ପାଖରେ ତଥ୍ୟ ରହିଛି ବୋଲି କହିଛନ୍ତି ମନ୍ତ୍ରୀ।
Advertisment
ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ହସ୍ପିଟାଲ ଯାଏ ସବୁଠି ଓଆରଏସ ମହଜୁଦ ରଖିବା ସହିତ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
- ଫେବ୍ରୁଆରୀ ୨୮ରୁ ଆରମ୍ଭ ହୋଇଛି ସର୍ଭିକାଲ କ୍ୟାନସର ଟୀକାକରଣ
- ୩ ମାସ ଧରି ଚାଲିବ ଟୀକାକରଣ
- ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗ
- ୩ଲକ୍ଷ ୩୬ହଜାର କିଶୋରୀ ମାନଙ୍କୁ ଗୋଟିଏ ଡୋଜ ଦିଆଯିବ
- ଡ୍ରପ୍ ଆଉଟ କିଶୋରୀଙ୍କୁ ମଧ୍ୟ ଟୀକା ଦିଆଯିବ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)