cuttack
କଟକ: ବାଲୁବଜାର ଦୁର୍ଗା ପୂଜାକୁ ହାଇକୋର୍ଟଙ୍କ ଅନୁମତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ୍ଲାଇନ୍ ମାନି ପୂଜା କରାଯାଇପାରିବ ବୋଲି ହାଇକୋର୍ଟ କହିଛନ୍ତି। ମୂର୍ତ୍ତି ନିର୍ମାଣ, ପୂଜା ଓ ଭସାଣ ବେଳେ ଭିଡ଼ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୂଜା କରାଯିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ବାଲୁ ବଜାର ପୂଜା କମିଟି। ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ କେଆର୍ ମହାପାତ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଏହାପୂର୍ବରୁ କଟକ ଦୁର୍ଗାପୂଜାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ଯାହା ପରେ କଟକରେ ଏଥର ଦୁର୍ଗା ପୂଜା ହେବା ନେଇ ସ୍ପଷ୍ଟ ହୋଇଛି।
ସେପଟେ ଭୁବନେଶ୍ୱର ଦୁର୍ଗାପୂଜାକୁ ନେଇ କମିଶନରେଟ ପୋଲିସ ଭସାଣି କମିଟି ସହିତ ବୈଠକ ହୋଇଛି। କରୋନା କଟକଣା ଭିତରେ ଏଥର କିପରି ଦୁର୍ଗାପୂଜା କରାଯାଇପାରିବ, ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଛି।
ଏଥର ନିରାଡ଼ମ୍ବର ଭାବେ ପୂଜା କରିବାକୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଭୁବନେଶ୍ୱର ଭସାଣ ସମିତିର ସଂପାଦକ ଦିଲୀପ ମହାନ୍ତି। ସେ କହିଛନ୍ତି, ଏଥର କମ୍ ଖର୍ଚ୍ଚ କରାଯିବ। ପୂର୍ବ ବର୍ଷଗୁଡ଼ିକରେ ଯେତେ ଖର୍ଚ୍ଚ କରାଯାଉଥିଲା ତାଠାରୁ କମ୍ ଖର୍ଚ୍ଚ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cuttack-6_1625373692.jpg)