Advertisment

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ରେକର୍ଡ ଛୁଇଁଛି। ଆଜି ମୋଟ ୪୩୮୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଯାହାକି ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେବାରେ ଏହା ରେକର୍ଡ। ଏହାକୁ ମିଶାଇ ଆଜି ସୁଦ୍ଧା ୧୬୫୪୩୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। 88 from Koraput73 from Keonjhar57 from Dhenkanal56 from Sonepur49 […]

author-image
Ranjeet Kumar Jena
ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

covid19

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ରେକର୍ଡ ଛୁଇଁଛି। ଆଜି ମୋଟ ୪୩୮୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଯାହାକି ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେବାରେ ଏହା ରେକର୍ଡ। ଏହାକୁ ମିଶାଇ ଆଜି ସୁଦ୍ଧା ୧୬୫୪୩୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

Advertisment

https://twitter.com/HFWOdisha/status/1309479671482912769?s=20

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୭୪୪ ଜଣ ଅଛନ୍ତି। ସେହିପରି କଟକରୁ ୪୯୬, ପୁରୀରୁ ୧୮୩, ନୂଆପଡ଼ାରୁ ୧୭୯, ବରଗଡ଼ରୁ ୧୭୪, ଝାରସୁଗୁଡ଼ାରୁ ୧୬୭, ଯାଜପୁରରୁ ୧୫୯, ଅନୁଗୋଳରୁ ୧୪୪, ବାଲେଶ୍ୱରରୁ ୧୪୨, ରାୟଗଡ଼ାରୁ ୧୩୮, ସୁନ୍ଦରଗଡ଼ରୁ ୧୨୮, କନ୍ଧମାଳରୁ ୧୨୬, ଜଗତସିଂହପୁରରୁ ୧୧୫, ନବରଙ୍ଗପୁରରୁ ୧୧୫, ସମ୍ୱଲପୁରରୁ ୧୧୪, ମୟୂରଭଞ୍ଜରୁ ୧୦୯, ବୌଦ୍ଧରୁ ୧୦୧, କେନ୍ଦ୍ରାପଡ଼ାରୁ ୧୦୦ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକରୁ ୮୯, କୋରାପୁଟରୁ ୮୮, କେନ୍ଦୁଝରରୁ ୭୩, ଢେଙ୍କାନାଳରୁ ୫୭, ସୋନପୁରରୁ ୫୬, ଗଞ୍ଜାମରୁ ୪୯, ବଲାଙ୍ଗିରରୁ ୪୭, ନୟାଗଡ଼ରୁ ୪୪, କଳାହାଣ୍ଡିରୁ ୪୩, ମାଲକାନଗିରିରୁ ୪୦, ଗଜପତିରୁ ୩୨, ଦେବଗଡ଼ରୁ ୧୦ ଓ ଷ୍ଟେଟ୍‌ ପୁଲରୁ ୩୨୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

Advertisment
Advertisment
Advertisment