Advertisment

କାହିଁକି ତତ୍କାଳ ସହାୟତା ମାଗିଲାନି ଓଡ଼ିଶା? ଟ୍ୱିଟ୍‌ କରି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ୟାସ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ପାଇଁ ତତ୍କାଳ ସହାୟତା ମାଗିଲାନି ଓଡ଼ିଶା। ଦେଶ କରୋନା ମହାମାରୀରେ ଯୁଝି ହେଉଥିବାରୁ ବର୍ତ୍ତମାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତା ମଗା ଯାଇନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଜଣାଇଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
କାହିଁକି ତତ୍କାଳ ସହାୟତା ମାଗିଲାନି ଓଡ଼ିଶା? ଟ୍ୱିଟ୍‌ କରି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

cm naveen patnaik

ଭୁବନେଶ୍ୱର: ବାତ୍ୟା ୟାସ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ପାଇଁ ତତ୍କାଳ ସହାୟତା ମାଗିଲାନି ଓଡ଼ିଶା। ଦେଶ କରୋନା ମହାମାରୀରେ ଯୁଝି ହେଉଥିବାରୁ ବର୍ତ୍ତମାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତା ମଗା ଯାଇନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଜଣାଇଛନ୍ତି। କେନ୍ଦ୍ର ଉପରେ ବୋଝ ନଲଦି ନିଜ ସମ୍ବଳରୁ ବର୍ତ୍ତମାନ ପାଇଁ ବାତ୍ୟା ମୁକାବିଲା କରାଯିବ ବୋଲି ସେ କହିଛନ୍ତି। ତେବେ ବାତ୍ୟା ଭଳି ବଡ଼ ବିପର୍ଯ୍ୟୟର ମୁକାବିଲା ପାଇଁ ୨ ପ୍ରକାର ଦୀର୍ଘମିଆଦି ସହାୟତା ଆଶା କରିଛନ୍ତି। ରାଜ୍ୟ ସରକାର ବିଶେଷ କରି ବିପର୍ଯ୍ୟୟ ସମ୍ଭାଳି ପାରୁଥିବା ବିଦ୍ୟୁତ୍‌ ବ୍ୟବସ୍ଥା ଓ ବଡ଼ ଜୁଆରରୁ ରକ୍ଷା ପାଇବା ଭଳି ସାମୁଦ୍ରିକ ବନ୍ଧ ନିର୍ମାଣ ନେଇ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଦାବି କରିଥିବା ନବୀନ ତାଙ୍କ ଟ୍ୱିଟ୍‌ରରେ ଉଲ୍ଲେଖ କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ନେଇ ନବୀନ ଆହୁରି ଉଲ୍ଲେଖ କରିଛନ୍ତି ଯେ, ବାତ୍ୟାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ସଂପର୍କରେ ତାଙ୍କୁ ଅବଗତ କରାଯାଇଛି। ଏହାସହ ବାତ୍ୟାର ମୁକାବିଲା ଓ ପୁନରୁଦ୍ଧାର ପଦକ୍ଷେପ ନେଇ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ମଧ୍ୟ ଜଣାଯାଇଛି। ସେପଟେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି, ବାତ୍ୟା ମୁକାବିଲା କ୍ଷେତ୍ରରେ ରାଜ୍ୟକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଧର୍ମେନ୍ଦ୍ର କହିଛନ୍ତି। ଏହାସହ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ଗଠନ ଲାଗି କେନ୍ଦ୍ର ସହାୟତା ଯୋଗାଇଦେବ ବୋଲି ସେ କହିଛନ୍ତି।

ସେପଟେ,ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା ବୈଠକ ପରେ ଏରିଏଲ ସର୍ଭେରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ତେବେ ବୈଠକକୁ ନେଇ ବଡ଼ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି, ବାତ୍ୟା କ୍ଷତିଗ୍ରସ୍ତ ଏରିଆ ବୁଲି ଦେଖିବା ପରେ ସନ୍ଧ୍ୟା ସୁଦ୍ଧା ଓଡ଼ିଶାକୁ ବାତ୍ୟା ସହାୟତା କେନ୍ଦ୍ର ସରକାର ଘୋଷଣା କରିବେ। ଓଡ଼ିଶା ସହ ପୂରା କେନ୍ଦ୍ର ସରକାର ଅଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ରାଜ୍ୟ ସରକାର ବିପର୍ଯ୍ୟର ସ୍ଥାୟୀ ସମାଧାନ ଦାବି କରିଥିଲେ। ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଦାବି କରିଥିଲେ ରାଜ୍ୟ ସରକାର ବୋଲି କହିଲେ ପ୍ରତାପ।

Advertisment

ଏପଟେ, ବାତ୍ୟା ‘ୟାସ୍’ ଜନିତ ବର୍ଷା ପାଇଁ ଉଛୁଳୁଛି ସୁବର୍ଣ୍ଣରେଖା ନଦୀ। ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଛି। ଜାମଶୋଳାଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବା ବେଳେ ଏବେ ୫୦.୮୮ ମିଟର ଦେଇ ଜଳ ପ୍ରବାହିତ ହେଉଛି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା SRC କହିଛନ୍ତି।

Cyclone Yass
Advertisment
Advertisment