opostion
ଭୁବନେଶ୍ୱର: କୋଭିଡ ପରିଚାଳନାରେ ସରକାର ଫେଲ୍ ମାରିଥିବା କହିଛି ବିରୋଧୀ। ଶାସକ ଦଳ ବିରୋଧରେ ଏଭଳି ଅଭିଯୋଗ ଉଠାଇଛନ୍ତି ବିରୋଧୀ। ଟିଏମସିରୁ ୭ ଦିନ ଭିତରେ ସଂକ୍ରମିତଙ୍କୁ ଛାଡ଼ିଦେବାରୁ ସଂକ୍ରମଣ ବ୍ୟାପିଲା। ଏପଟେ ଅଣ କୋଭିଡ ରୋଗୀ ମେଡିକାଲ୍ରେ ଚିକିତ୍ସା ପାଉ ନାହାନ୍ତି। ଏଭଳି ଅଭିଯୋଗ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। କେନ୍ଦ୍ର ସରକାର ୫୬୭ ଭେଣ୍ଟିଲେଟର ଦେଲେ, ହେଲେ ସେଥିରୁ ୪୨୦ଟି ବ୍ୟବହାର ହେଲାନି ବୋଲି ସେ କହିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କରୋନା ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି। ଏବେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ସରକାର ଟେଷ୍ଟିଂ ସଂଖ୍ୟାରେ କାହିଁକି କମ୍ କରିଛନ୍ତି ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି। ଏପଟେ କରୋନାର ଭୟାବହତା ସରିନି, ଆମକୁ ଆଗକୁ ଆହୁରି ଲଢ଼ିବାକୁ ହେବ ବୋଲି ସ୍ୱାଆସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। କରୋନା ରୋଗୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି, ଅବ୍ୟବସ୍ଥା ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/opostion_1625284443.jpg)