Advertisment

ଚେତିଲେ ସରକାର; କୋଟିଆକୁ ପଠାଇଲେ ମେଡିକାଲ ଟିମ୍‌

ଭୁବନେଶ୍ୱର: ନେଡ଼ି ଗୋଡ଼ କହୁଣିକୁ ବୋହିବା ପରେ ପଶିଛି ଚେତା। କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଇବା ପରେ ତତ୍ପରତା ଦେଖିଇଛନ୍ତି ଓଡ଼ିଶା ସରକାର। କୋଟିଆକୁ ମେଡିକାଲ ଟିମ୍‌ ପଠାଇଛନ୍ତି। କୋଟିଆରେ ରାଜ୍ୟର ମେଡିକାଲ୍ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛି। ପଞ୍ଚାୟତର ବିଭିନ୍ନ ଗାଁକୁ ସ୍ୱାସ୍ଥ୍ୟଟିମ୍‌ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିଛିା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ସମେତ ଫାର୍ମାସିଷ୍ଟକୁ ନେଇ ଗଠିତ ୩ଟି ମୋବାଇଲ୍ ଟିମ୍ ଗାଁ ଗାଁକୁ ଯାଇଛନ୍ତି। ଲୋକଙ୍କ ସହ ସିଧାସଳଖ କଥା […]

ଚେତିଲେ ସରକାର; କୋଟିଆକୁ ପଠାଇଲେ ମେଡିକାଲ ଟିମ୍‌

medical team in kotia

Advertisment

ଭୁବନେଶ୍ୱର: ନେଡ଼ି ଗୋଡ଼ କହୁଣିକୁ ବୋହିବା ପରେ ପଶିଛି ଚେତା। କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଇବା ପରେ ତତ୍ପରତା ଦେଖିଇଛନ୍ତି ଓଡ଼ିଶା ସରକାର। କୋଟିଆକୁ ମେଡିକାଲ ଟିମ୍‌ ପଠାଇଛନ୍ତି। କୋଟିଆରେ ରାଜ୍ୟର ମେଡିକାଲ୍ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛି। ପଞ୍ଚାୟତର ବିଭିନ୍ନ ଗାଁକୁ ସ୍ୱାସ୍ଥ୍ୟଟିମ୍‌ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିଛିା

Advertisment

ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ସମେତ ଫାର୍ମାସିଷ୍ଟକୁ ନେଇ ଗଠିତ ୩ଟି ମୋବାଇଲ୍ ଟିମ୍ ଗାଁ ଗାଁକୁ ଯାଇଛନ୍ତି। ଲୋକଙ୍କ ସହ ସିଧାସଳଖ କଥା ହେବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ପଚାରି ବୁଝିଛନ୍ତି। କୋଟିଆରେ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରାଯିବା ସହ ଲୋକଙ୍କ ସହ ଯୋଡ଼ି ହେବାକୁ ସରକାରୀ ଅଧିକାରୀ ଚେଷ୍ଟା କରିବେ ବୋଲି କୋରାପୁଟ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି।

ସୂଚନାଥାଉ କି,  ଏହାପୂର୍ବରୁ ଆନ୍ଧ୍ର ନିଜ ଡାକ୍ତରୀ ଟିମ୍ କୋଟିଆକୁ ପଠାଇଛି। ଆନ୍ଧ୍ର ପକ୍ଷରୁ ଲୋକଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛିା ତଳ ଗଞ୍ଜେଇପଦର ଓ କୋଟିଆର ଅନ୍ୟାନ୍ୟ ଅଞ୍ଚଳରେ ସାଲୁର ମଣ୍ଡଳର ତୋନମ ପିଏଚସି ପକ୍ଷରୁ ଗାଁ ଗାଁ ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟସେବା ପହଞ୍ଚାଇଛି ଆନ୍ଧ୍ର ପ୍ରଶାସନ।

Advertisment

ଏହା ପୂର୍ବରୁ କାଁ ଭାଁ ଏମାନେ ଆସୁଥିବା ବେଳେ ଏବେ ମାସକୁ ୨ରୁ ୩ଥର ବିଭିନ୍ନ ଗାଁ ବୁଲି ଲୋକଙ୍କ ସ୍ୱାସ୍ଥ୍ୟସେବା ପଚାରି ବୁଝୁଛନ୍ତି। ସାଲୁର ମଣ୍ଡଳର ଏଏନ୍ଏମ୍ ଜେ.କବିତା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମୁନା ରାଓ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି। ସାଲୁର ମଣ୍ଡଳ ଅନ୍ତର୍ଗତ ତୋନମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷା ଏସ୍. ସୁଜାତାଙ୍କ ତତ୍ତ୍ୱାବଧାନରେ ଏଭଳି ସେବା ଯୋଗାଯାଉଥିବା ଅଞ୍ଚଳବାସୀ କହିଛନ୍ତି।  ଅନ୍ୟପକ୍ଷେ ଓଡ଼ିଶା ପକ୍ଷରୁ କେବଳ ଜଣେ ଫାର୍ମାସିଷ୍ଟ ଦାୟିତ୍ୱରେ ଥିବା ଲୋକେ କହିଛନ୍ତି।

ଏଠି କହିରଖିବୁ, ଓଡ଼ିଶାର ସୀମାନ୍ତ ଗାଁକୁ ନିଜ କବ୍‌ଜାକୁ ନେବାକୁ ଚେଷ୍ଟା କରୁଛି ଆନ୍ଧ୍ର।  ଗତ ୧୩ ତାରିଖରେ ଆନ୍ଧ୍ର କୋଟିଆର ୪ଟି ଗାଁରେ ପଞ୍ଚାୟତ ନିର୍ବାଚନ କରାଇଛି। ଏହି ପଞ୍ଚାୟତର ଡ଼କାର, ଡଳିଆମ୍ବ, ବର୍ଣ୍ଣାପଡୁ, ପାଟୁସେନେରି ଓ କୋନାଦରା ଆଦି ଓଡ଼ିଶାର ୫ଟି ଗାଁରେ ନିର୍ବାଚନ କରାଇଛି। ତଳଗଂଜେଇପଦରର ନାଁ ବଦଳେଇ ଗଂଜେଇବାଦ୍ରା କରି ସେଠାରେ ମଧ୍ୟ ନିର୍ବାଚନ କରାଇଛି। ଆନ୍ଧ୍ରର ଏପରି ବେଆଇନ ନିର୍ବାଚନ ପ୍ରତିବାଦରେ ଅଦାଲତ ଅବମାନନା ଅଭିଯୋଗ କରି ସୁପ୍ରିମକୋର୍ଟରେ ମାମଲା ଦାଏର କରିଛି ଓଡ଼ିଶା ସରକାର।

Advertisment

ସେତିକି ନୁହେଁ,ଏହି ଦିନ ଗଞ୍ଜାମର ସୀମାନ୍ତ ଗାଁରେ ମଧ୍ୟ ନିର୍ବାଚନ କରାଇଛି। ଗଂଜାମ ପାତ୍ରପୁର ବ୍ଲକର ଟି. ବ୍ରହ୍ମପୁର ପଞ୍ଚାୟତରେ  ବହୁ ଓଡ଼ିଆ ଲୋକ ଆନ୍ଧ୍ର ଭୋଟ୍ ପରିଚୟପତ୍ର ଦେଖାଇ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

ହେଲେ ଗଜପତିରେ ଆନ୍ଧ୍ରର ଷଡଯନ୍ତ୍ର ଫେଲ ମାରିଛି।  ଗଜପତି ସୀମାନ୍ତ ମଞ୍ଜୁସା ମଣ୍ଡଳରେ  ମାଧିଆଖୋଲ, ମାଣିକପାଟଣା, ଅମରିଙ୍ଗି, ଗୁଡୁଖୁଡ଼ି ଆଦି ଓଡ଼ିଶାର ୬ଟି ଗାଁକୁ ସାବା ପଞ୍ଚାୟତରେ ସାମିଲ କରି ପଞ୍ଚାୟତ ନିର୍ବାଚନ କରିବାକୁ ଉଦ୍ୟମ କରୁଥିଲା ଆନ୍ଧ୍ର ପ୍ରଶାସନ। ହେଲେ ଗଜପତି ପ୍ରଶାସନ ଏହାକୁ ପଣ୍ଡ କରି ଦେଇଥିବା ଜଣାଯାଇଛି।

Andhra Odisha Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ