Advertisment

କାମ ଅପେକ୍ଷା ନାମକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି କି ଓଡ଼ିଶା ସରକାର ?

ଭୁବନେଶ୍ୱର: କାମ ଅପେକ୍ଷା ନାମକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି କି ଓଡ଼ିଶା ସରକାର ? ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ ଛୁଇଁବାକୁ ବସିଥିବା ବେଳେ, ମୃତ୍ୟୁ ସଂଖ୍ୟା ଆଜି ହଜାରେ ଟପିଛି।  ସ୍ୱାସ୍ଥ୍ୟସେବା ଓ କୋଭିଡ୍ ପରିଚାଳନାର ଏକାଧିକ ନଗ୍ନଚିତ୍ର ବି ବାରମ୍ବାର ସାମ୍ନାକୁ ଆସୁଛି। ହେଲେ ସେସବୁକୁ ଅତି ଚତୁରତାର ସହ ଆଡ଼େଇ ଯାଉଥିବା ରାଜ୍ୟ ସରକାର, ପ୍ରଶଂସା ସାଉଁଟିବାକୁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଯେଉଁଥିପାଇଁ ଏବେ ଅକଳରେ […]

ଅଦ୍ୟତନ ହୋଇଛି
କାମ ଅପେକ୍ଷା ନାମକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି କି ଓଡ଼ିଶା ସରକାର ?

toka 1

Advertisment

ଭୁବନେଶ୍ୱର: କାମ ଅପେକ୍ଷା ନାମକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି କି ଓଡ଼ିଶା ସରକାର ? ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ ଛୁଇଁବାକୁ ବସିଥିବା ବେଳେ, ମୃତ୍ୟୁ ସଂଖ୍ୟା ଆଜି ହଜାରେ ଟପିଛି।  ସ୍ୱାସ୍ଥ୍ୟସେବା ଓ କୋଭିଡ୍ ପରିଚାଳନାର ଏକାଧିକ ନଗ୍ନଚିତ୍ର ବି ବାରମ୍ବାର ସାମ୍ନାକୁ ଆସୁଛି। ହେଲେ ସେସବୁକୁ ଅତି ଚତୁରତାର ସହ ଆଡ଼େଇ ଯାଉଥିବା ରାଜ୍ୟ ସରକାର, ପ୍ରଶଂସା ସାଉଁଟିବାକୁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଯେଉଁଥିପାଇଁ ଏବେ ଅକଳରେ ପଡ଼ିଛି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନାକୁ ୟୁକେର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରଶଂସା କରିବା ଖବରର ସତ୍ୟତା ଯାଞ୍ଚ ନକରି ଟୁଇଟ୍ କରିବା ପରେ, ସିଏମ୍ଓକୁ ଏବେ ତାକୁ ଡିଲିଟ୍ କରିବାକୁ ପଡ଼ିଛି।

Advertisment

ୟୁନେସ୍କୋ ଦ୍ୱାରା ଜନଗଣମନକୁ ଶ୍ରେଷ୍ଠ ଜାତୀୟ ସଂଗୀତ ମାନ୍ୟତା, ୨ ହଜାର ଟଙ୍କିଆ ନୋଟକୁ ଶ୍ରେଷ୍ଠ ମୁଦ୍ରା ମାନ୍ୟତା, ଆଉ ୨ ହଜାର ଟଙ୍କିଆ ନୋଟ୍‌ରେ ମାଇକ୍ରୋଚିପ୍ ରହିବା। କିଛି ଏଭଳି ଶସ୍ତା ଫେକ୍ ନ୍ୟୁଜ୍ ବା ମିଛ ଖବର ଜାଲରେ ଫସିଗଲେ କି ଓଡ଼ିଶା ସରକାର? ଖବରର ସତ୍ୟତା ନପରଖି ଏହାକୁ ସେୟାର୍ କରିବା, ମୁଖ୍ୟମନ୍ତ୍ରୀଙ୍କ ପାଇଁ ବୁମେରାଂ ହେଲା କି?

କାରଣ ଗତ ୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଏ ଟୁଇଟ୍‌ର ମୁଖ୍ୟ ଉତ୍ସ ଖୋଜି ଖୋଜି ନୟାନ୍ତ ହେଲେଣି ରାଜ୍ୟବାସୀ। ଏହାର ମୂଳ ଉତ୍ସ ତ ମିଳୁନି, ଏନେଇ ସିଏମ୍ଓର କରିଥିବା ଟୁଇଟ୍ ବି ଏବେ ଗାୟବ।

Advertisment

ଏଥିରେ ଲେଖାଯାଇଥିଲା, କରୋନା ସଂକ୍ରମଣ ରୋକିବାର ସଫଳ ମଡେଲ୍ ପାଇଁ ଗଞ୍ଜାମ ଜିଲ୍ଲାକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରଶଂସା କରିଛି। ସରପଞ୍ଚଙ୍କ ସଶକ୍ତିକରଣ, ସ୍କ୍ରିନିଂ ପାଇଁ ଗ୍ରାମ୍ୟ କମିଟି ଗଠନ ଓ ସଠିକ୍ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଫଳରେ ଏହା ସମ୍ଭବ ହୋଇଛି ବୋଲି ମଧ୍ୟ ସିଏମ୍ଓର ଟୁଇଟ୍‌ରେ ଦର୍ଶାଯାଇଥିଲା। ଏହି ଟୁଇଟ୍ ଆଧାରରେ ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ଏକ ସମାନ ଧରଣର ଟୁଇଟ୍ କରିଥିଲେ। ତେବେ ଖବରର ସତ୍ୟତାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିବା ପରେ, ନିଜ ଟୁଇଟ୍‌କୁ ସିଏମ୍ଓ ଡିଲିଟ୍ କରିଦେଇଛି। ହେଲେ ଗଞ୍ଜାମ ଜିଲ୍ଲାପାଳଙ୍କ ଟୁଇଟ୍ ଏବେବି ଉପଲବ୍ଧ।

ତେଣୁ ପ୍ରଶ୍ନ ଉଠୁଛି, ମିଛସତ ନପରଖି, ବାହାବା ନେବାକୁ, କାହିଁକି ଏତେ ତତ୍ପର ରାଜ୍ୟ ସରକାର?
ମହାମାରୀ ସ୍ଥିତିରେ କରୋନା ସଂପର୍କିତ କୌଣସି ବି ଗୁଜବ ସୋସିଆଲ୍ ମିଡିଆରେ ନଛାଡ଼ିବାକୁ ଲୋକଙ୍କୁ ତାଗିଦ୍ କରୁଥିବା ସରକାର, ନିଜେ ଗୁଜବର ଶିକାର ହୋଇଗଲେ କି?
ନଚେତ୍ ସିଏମ୍ଓ ପକ୍ଷରୁ ହୋଇଥିବା ଟୁଇଟ୍ ଡିଲିଟ୍ ହେଲା କାହିଁକି?
ଏହି ଖବର ସତ ନା ମିଛ, ତାହା ଯାଞ୍ଚ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସ୍ପଷ୍ଟ କରିବେ କି?

Advertisment

ଯଦି ସତ ତେବେ ନିଶ୍ଚିତ ରୂପେ ପ୍ରଶଂସାଯୋଗ୍ୟ, ହେଲେ ଯଦି ମିଛ, ତେବେ ଗୁଜବ ପ୍ରଚାର ପାଇଁ କ୍ଷମାପ୍ରାର୍ଥନା କରିବେ କି?  ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାର କିମ୍ବା ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ