Advertisment

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା ଲାଗି ନାମଲେଖା ପାଇଁ ଅନ୍‌ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ନାମଲେଖା ପାଇଁ ଅନ୍‌ଲାଇନ୍ ଆବେଦନ ସମୟ ସୀମାକୁ ବଢ଼ାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପୂର୍ବରୁ ନାମଲେଖା ପାଇଁ ସେପ୍ଟେମ୍ବର ୪ ଥିଲା ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ। ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ସେପ୍ଟେମ୍ବର […]

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି

collage

Advertisment

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା ଲାଗି ନାମଲେଖା ପାଇଁ ଅନ୍‌ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ନାମଲେଖା ପାଇଁ ଅନ୍‌ଲାଇନ୍ ଆବେଦନ ସମୟ ସୀମାକୁ ବଢ଼ାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପୂର୍ବରୁ ନାମଲେଖା ପାଇଁ ସେପ୍ଟେମ୍ବର ୪ ଥିଲା ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ।

Advertisment

ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ୟୁଜି-ପିଜି ଶେଷ ବର୍ଷର ଫାଇନାଲ୍ ସେମିଷ୍ଟର ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାଛଡ଼ା ଅକ୍ଟୋବର ୩୧ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ।

ୟୁଜିସି ଗାଇଡଲାଇନ୍ ଅନୁଯାୟୀ, ପରୀକ୍ଷା ଅଫଲାଇନ୍, ଅନଲାଇନ୍, ବ୍ଲେଣ୍ଡେଡ୍ (ଅନଲାଇନ୍ + ଅଫଲାଇନ୍) ମଲ୍‌ଟିପୁଲ୍ ଚଏସ୍, ଓପନ୍ ବୁକ୍ ଏବଂ ଓଏମ୍ଆର୍ ଫର୍ମାଟରେ କରାଯାଇପାରିବ। ତେବେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ଉପରେ ସବୁ ନିଷ୍ପତ୍ତି ଛାଡ଼ି ଦିଆଯାଇଛି। ଏ ସଂପର୍କରେ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଚ୍ଚିଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ