odisha unlock 4
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନଲକ୍ ୪ ଗାଇଡଲାଇନ୍ ଅନୁସାରେ ବନ୍ଦ ରହିବ ସ୍କୁଲ, କଲେଜ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ। ଅକ୍ଟୋବରରେ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ୍, ବିଶ୍ୱବିଦ୍ୟାଳୟ, ଅନ୍ୟ ଶିକ୍ଷାନୁଷ୍ଠାନ, ଟ୍ରେନିଂ ଓ କୋଚି ଅନୁଷ୍ଠାନ ଓ ଅଙ୍ଗନବାଡ଼ି ଇତ୍ୟାଦିରେ ଶିକ୍ଷା ଦାନ କାର୍ଯ୍ୟ ବନ୍ଦ ରହିବ। ତେବେ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ବି ପରୀକ୍ଷା, ଖାତାଦେଖା ଓ ଅନ୍ୟ ପ୍ରଶାସନିକ କାର୍ଯ୍ୟ ଚାଲି ପାରିବ।
ଅନଲାଇନ ଓ ଡିଷ୍ଟାନ୍ସ ଶିକ୍ଷା ପୂର୍ବ ଭଳି ଚାଲୁ ରହିବା ସାଙ୍ଗକୁ ଏହାକୁ ପ୍ରୋତ୍ସାହନ ଦିଆଯିବ। ଅନଲାଇନ୍ ପାଠପଢା, ଟେଲି କାଉନସେଲିଂ ଲାଗି ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ, କର୍ମଚାରୀ ଆସିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଅନୁମତି ଦେଇପାରିବ। ପିଏଚ୍ଡି ଗବେଷକ, ରିସର୍ଚ୍ଚ ସ୍କଲାରଙ୍କ ପାଇଁ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଖୋଲା ରହିବ। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏସଓପି ଅନୁସାରେ ସେପ୍ଟେମ୍ବର ୨୧ ପରଠୁ କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଏହି ଅନୁମତି ମିଳିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/school-collaghe-gudelinbe_1625372118.jpg)