Advertisment

+୨ ପରୀକ୍ଷା ସୂଚୀ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଯୁକ୍ତଦୁଇ ପରୀକ୍ଷା ସୂଚୀ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ ୧୮ତାରିଖରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ +୨ ପରୀକ୍ଷା ଚାଲିବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେହିପରି ମେ ୨୮ ତାରିଖରୁ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଆରମ୍ଭ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏନେଇ ମନ୍ତ୍ରୀ କହିଛନ୍ତି ଯେ ଯୁକ୍ତ ଦୁଇ ପରୀକ୍ଷା ୧୮/ ୫/୨୦୨୧ରେ ଆରମ୍ଭ ହୋଇ ୧୨/୬/୨୦୨୧ ପରୀକ୍ଷା […]

+୨ ପରୀକ୍ଷା ସୂଚୀ ଘୋଷଣା କଲେ ରାଜ୍ୟ ସରକାର

school

Advertisment

ଭୁବନେଶ୍ୱର: ଯୁକ୍ତଦୁଇ ପରୀକ୍ଷା ସୂଚୀ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ ୧୮ତାରିଖରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ +୨ ପରୀକ୍ଷା ଚାଲିବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେହିପରି ମେ ୨୮ ତାରିଖରୁ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଆରମ୍ଭ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

Advertisment

ଏନେଇ ମନ୍ତ୍ରୀ କହିଛନ୍ତି ଯେ ଯୁକ୍ତ ଦୁଇ ପରୀକ୍ଷା ୧୮/ ୫/୨୦୨୧ରେ ଆରମ୍ଭ ହୋଇ ୧୨/୬/୨୦୨୧ ପରୀକ୍ଷା ସରିବ। ଏହି ତାରିଖ ମଧ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ହେବ।  ଥିଓରୀ ବି ଏହି ତାରିଖ ମଧ୍ୟରେ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତା ସହିତ ୨୮/୫/୨୦୨୧ରୁ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ରେଜଲ୍ଟ କେବେ ପ୍ରକାଶ ହେବ ସେନେଇ ଏପର୍ଯ୍ୟନ୍ତ କିଛି କହି ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ତେବେ ଏଥର ସାଇନ୍ସ ପରୀକ୍ଷା ଇଂରାଜୀରୁ ଆରମ୍ଭ ନ ହୋଇ ଫିଜିକ୍ସରୁ ଆରମ୍ଭ ହେବ। କାରଣ ଯେଉଁ ପିଲାମାନେ ଅଲଗା ଏଣ୍ଟ୍ରାନ୍ସ ବା ସେଣ୍ଟ୍ରାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେହି ପରୀକ୍ଷାଗୁଡ଼ିକର ତାରିଖ ଦେଖି ସେମାନଙ୍କର ସୁବିଧା ପାଇଁ ଏପରି ନିଷ୍ପତ୍ତି ହୋଇଛି ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଆଜି ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ