Advertisment

5-rupee Gutkha Selling at Double: ରାଜ୍ୟରେ ଗୁଟ୍‌ଖା ବ୍ୟାନକୁ କଳାବଜାରୀଙ୍କ ଫୁ; ୫ ଟଙ୍କିଆ ଗୁଟଖାକୁ ତିନିଗୁଣା ଦାମ

ରାଜ୍ୟରେ ଗୁଟ୍‌ଖା ବ୍ୟାନକୁ କଳାବଜାରୀଙ୍କ ଫୁ। ଗୋଦାମରେ ଷ୍ଟକ୍ କରିଛନ୍ତି କୋଟି କୋଟିର ମାଲ୍। ୫ଟଙ୍କିଆ ଗୁଟଖାକୁ ତିନିଗୁଣା ଦାମରେ ବିକୁଛନ୍ତି ଦୋକାନୀ। ୩ ଗୁଣା ଅଧିକ ଦର ପରେ ବି ଗୁଟଖା କିଣୁଛନ୍ତି ଗ୍ରାହକ। ଭୁବନେଶ୍ୱର କୋଳଥିଆରେ ରେଡ୍ ପରେ ଗୋଦାମ୍ ସିଲ।

author-image
Pramod Behera
5-rupee Gutkha Selling at Double

ରାଜ୍ୟରେ ଗୁଟ୍‌ଖା ବ୍ୟାନକୁ କଳାବଜାରୀଙ୍କ ଫୁ Photograph: (OTV)

ରାଜ୍ୟରେ ଗୁଟଖା, ତମାଖୁ ସହ ନିକୋଟିନ୍ ଯୁକ୍ତ ସାମଗ୍ରୀକୁ ନିଷିଦ୍ଧ କରାଗଲା ସତ। କିନ୍ତୁ ଆଖିଦୃଶିଆ ଆକ୍ସନ୍ ଅଭାବରୁ ଚାଲିଛି କଳାବଜାରୀର ସାଂଘାତିକ ଖେଳ। ଚଢ଼ା ଦରରେ ବିକୁଛନ୍ତି ୫ ଟଙ୍କିଆ ଗୁଟଖାକୁ। କୋଟି କୋଟି ଟଙ୍କାର ମାଲକୁ ଷ୍ଟକ୍ ମାରି ଗୁଟଖା ଆସକ୍ତ ଗ୍ରାହକଙ୍କୁ ଲୁଟୁଛନ୍ତି ଲାଭଖୋର୍ ବ୍ୟବସାୟୀ। ଯାହାର ପ୍ରମାଣ ଲାଗିଛି ଓଟିଭି କ୍ୟାମେରାରେ। ଏସବୁ ଭିତରେ ଆକ୍ସନ ମୋଡକୁ ଆସି ଭୁବନେଶ୍ବରର ବିଭିନ୍ନ ଗୋଦାମରେ ଛାପା ମାରି ବିପୁଳ ଗୁଟଖା ଜବତ କରିଛି ପୋଲିସ। ହେଲେ ରାଜ୍ୟରେ କେତେ ପ୍ରଭାବ ପଡ଼ିଛି ୫ ଦିନ ତଳେ ଘୋଷଣା ହୋଇଥିବା ଗୁଟ୍‌କା ବ୍ୟାନ୍ ? 

Advertisment

ବ୍ୟାନ୍ ହେଲା ମାରାତ୍ମକ ଗୁଟଖା, କିନ୍ତୁ ପକେଟ୍ ଗରମ କରୁଛନ୍ତି କଳାବଜାରୀ। କାଗଜପତ୍ରରେ କରାଗଲା ନିଷିଦ୍ଧ, ହେଲେ ଆକ୍ସନ ଅଭାବରୁ ଫଳ ଓଲଟା। ଯାହାର ପ୍ରମାଣ ଆପଣଙ୍କ ଟିଭି ପରଦାରେ। ୟେ ବାଲେଶ୍ବର ଏକ ଦୋକାନ। ଯେଉଁଠି ଗୁଟଖାର ଚାଲିଛି କଳାବଜାରୀ। କେମିତି ଓ କାହିଁକି ୫ ଟଙ୍କିଆ ଗୁଟଖାକୁ ଡବଲ୍ ଦାମରେ ବିକ୍ରି କରୁଛନ୍ତି ବ୍ୟବସାୟୀ ଜଣକ, ତାହାର ପ୍ରମାଣ ସଂଗ୍ରହ କରିଛନ୍ତି ଆମ ପ୍ରତିନିଧି। 

ଗୋଦାମରୁ ମାଲ୍ ମିଲୁ ନଥିବା ବେଳେ ଡିମାଣ୍ଡ ଅଧିକ ଥିବାରୁ ଚଢ଼ା ଦରରେ ବିକୁଥିବା କହୁଛନ୍ତି ବ୍ୟବସାୟୀ ଜଣକ। କେବଳ ବାଲେଶ୍ବର କାହିଁକି ରାଜଧାନୀରୁ ରାଜ୍ୟବ୍ୟାପୀ ଏବେ ଏଭଳି ଚାଲିଛି କଳାଧନ୍ଧାର କାରବାର। ବିଭିନ୍ନ ନାମୀ ଦାମୀ ଗୁଟଖାକୁ ଏଭଳି ୨ ଗୁଣା, ୩ ଗୁଣା ଦରରେ ବିକ୍ରି କରୁଛନ୍ତି ଦୋକାନୀ। 

Advertisment

ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି, ଜର୍ଦ୍ଦା ହେଉ କି ଖଇନି, ଗୁଟଖା ହେଉ କି ପାନ ମସଲା। ଅବା କୌଣସି ପ୍ରକାର ନିକୋଟିନ୍ ଯୁକ୍ତ ସାମଗ୍ରୀ। ଉତ୍ପାଦନଠାରୁ ଆରମ୍ଭ କରି ବିକ୍ରି ଯାଏଁ ସଂପୂର୍ଣ୍ଣ ନିଷିଦ୍ଧ। ଯାହାର ଫାଇଦା ନେଇ ଦୋକାନୀଙ୍କଠାରୁ ଗୋଦାମ୍ ମାଲିକ ଯାଏଁ ଷ୍ଟକ୍ ମାରି ଚଳାଇଛନ୍ତି କଳାଧନ୍ଧାର ଖେଳ। ଯାହାର ସୁରାଗ୍ ପାଇବା ପରେ ଆଜି ଭୁବନେଶ୍ବରରେ ଆକ୍ସନ୍ ମୋଡକୁ ଆସିଛି କମିଶନରେଟ୍ ପୋଲିସ। ଏ ହେଉଛି କୋଳଥିଆ ଅଞ୍ଚଳର ଏକ ବେଆଇନ ଗୁଟଖା ଗୋଦାମ୍। ବିପୁଳ ପରିମାଣର ଜର୍ଦ୍ଦା, ପାନମସଲା, ଗୁଟଖାକୁ ଗଚ୍ଛିତ ରଖିବା ଅଭିଯୋଗରେ ରେଡ୍ କରିବା ସହ ଗୋଦାମକୁ ସିଲ୍ କରିଛି ପୋଲିସ। 

ଏକଥା ସତ ଯେ, ୨୦୧୩ରେ ବି ରାଜ୍ୟରେ ଗୁଟଖା ବ୍ୟାନ୍ ହୋଇଥିଲା। ସେତେବେଳେ ବି ଚାଲିଥିଲା କଳାବଜାରୀ। ଏବେ ବି ଗୁଟଖା ବିରୋଧରେ ନିଷେଧାଦେଶ ଜାରି କରି ଆକ୍ସନ ମୋଡକୁ ଆସି ଚଢ଼ାଉ ଆରମ୍ଭ କରିଛନ୍ତି। ହେଲେ ଗୁଟଖା ଆସକ୍ତ ବ୍ୟକ୍ତିଙ୍କ ଆଗ୍ରହକୁ ନିୟନ୍ତ୍ରଣ କରିବ କିଏ ? ପଡ଼ୋଶୀ ରାଜ୍ୟ ଡ଼ିକରେ ଯାହାକୁ ଯେତେ ଗୁଟଖା ମିଳୁଥିବାବେଳେ ଓଡ଼ିଶାରେ ସଫଳ ହୋଇପାରିବ ତ ଗୁଟଖା ବିରୋଧୀ ଅଭିଯାନ ? ଏଇ ଯେମିତି ଗଜପତି ଓ କୋରାପୁଟ ଜିଲ୍ଲା। ପାହୁଣ୍ଡେ ଡେଇଁଲେ ଆନ୍ଧ୍ରପ୍ରଦେଶ। ଯେଉଁଠି ଚାଲିଛି ଅବାଧ ନିଶା ଦ୍ରବ୍ୟ କାରବାର। ଅବଶ୍ୟ ଗଜପତି ଏସପି କହିଛନ୍ତି, ସୀମାନ୍ତରେ କଡ଼ାକଡ଼ି ଯାଞ୍ଚ କରାଯିବ। 

କଥାରେ ଅଛି, ପାନ ବିଡ଼ି ନୁହେଁ ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ପଇସା। ଖାଲି ପଇସା ନୁହେଁ, ସ୍ବାସ୍ଥ୍ୟପାଇଁ ବି ଯେ କେତେ ହାନୀକାରକ ତାହା ଯିଏ ଭୋଗିଛନ୍ତି ସିଏ ଜାଣିଛନ୍ତି। ପୁରୀ ରେଡକ୍ରସ୍ ରୋଡର ନବଘନ ଦାସ। ଏହି ଗୁଟଖା ସହ ପାନବିଡ଼ି ଖାଇ ତାଙ୍କର ଆଜି ଏଭଳି ଦଶା। ଦୀର୍ଘ ବର୍ଷ ଧରି ମାଉଥ୍ କ୍ୟାନସର ସହ ଲଢ଼ିଲେ। ସୌଭାଗ୍ୟକୁ ଆଜି ଜୀବନ ଧରିଛନ୍ତି ଦେହରେ। କିନ୍ତୁ କେତେ ଯନ୍ତ୍ରଣା ଭୋଗିଛନ୍ତି, ଶୁଣନ୍ତୁ ତାଙ୍କ ମୁହଁରୁ। 

 ଗୁଟଖାକୁ ବ୍ୟାନ୍ କି ଚଢ଼ାଉ କରିଦେଲେ ହେବନି। ବରଂ କଠୋର ଆକ୍ସନ୍ ସହ କଳାବଜାରୀର ମୂଳକୁ ଉପାଡ଼ିବା ଜରୁରୀ। ନଚେତ ୨୦୧୩ ଭଳି ଫସର ଫାଟିଯିବ ରାଜ୍ୟ ସରକାରଙ୍କ ଗୁଟଖା ବିରୋଧୀ ଅଭିଯାନ। 

Odisha News Black Marketing Gutkha Ban
Advertisment
Advertisment