Advertisment

ସ୍ୱାଧୀନତା ସଂଗ୍ରୀମୀଙ୍କ ପରଲୋକ

ଖୋର୍ଦ୍ଧା: ବରିଷ୍ଠ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କ  ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘଦିନ ଧରି ଶଯ୍ୟାସାୟୀ ଥିଲେ।  ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। କେଦାରନାଥଙ୍କ ଘର ଖୋର୍ଦ୍ଧା ଜିଲ୍ଲା ରେତଙ୍ଗ ବ୍ରହ୍ମକୁଣ୍ଡଳ ଗ୍ରାମରେ। ସ୍ୱାଧୀନତା ସଂଗ୍ରାମ ବେଳେ ରେତଙ୍ଗ ରେଳ ଷ୍ଟେଶନରେ ଫିରିଙ୍ଗୀ ସେନାକୁ ଚେକ୍ ଦେଇ ସେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚିତ ହୋଇଥିଲା। ଡେଲାଙ୍ଗ ଅଧିବେଶନ ସମୟରେ ମହାତ୍ମା ଗାନ୍ଧିଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ। […]

ସ୍ୱାଧୀନତା ସଂଗ୍ରୀମୀଙ୍କ ପରଲୋକ

odisha

Advertisment

ଖୋର୍ଦ୍ଧା: ବରିଷ୍ଠ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କ  ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘଦିନ ଧରି ଶଯ୍ୟାସାୟୀ ଥିଲେ।  ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। କେଦାରନାଥଙ୍କ ଘର ଖୋର୍ଦ୍ଧା ଜିଲ୍ଲା ରେତଙ୍ଗ ବ୍ରହ୍ମକୁଣ୍ଡଳ ଗ୍ରାମରେ।

Advertisment

ସ୍ୱାଧୀନତା ସଂଗ୍ରାମ ବେଳେ ରେତଙ୍ଗ ରେଳ ଷ୍ଟେଶନରେ ଫିରିଙ୍ଗୀ ସେନାକୁ ଚେକ୍ ଦେଇ ସେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚିତ ହୋଇଥିଲା। ଡେଲାଙ୍ଗ ଅଧିବେଶନ ସମୟରେ ମହାତ୍ମା ଗାନ୍ଧିଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ। ଗାନ୍ଧୀଙ୍କ ବିଦେଶୀ ଦ୍ରବ୍ୟ ବର୍ଜନ ଆହ୍ୱାନ୍‌ରେ ସାମିଲ୍ ହୋଇ ବେଦେଶୀ ଦ୍ରବ୍ୟ ବର୍ଜନ କରିଥିଲେ।

ସ୍ୱାଧୀନତା ପରେ ସେ ବିଭିନ୍ନ ଯାତ୍ରା ଅନୁଷ୍ଠାନ ସହ ଜଡ଼ିତ ରହି, ଅନେକ ନାଟକ କରିଛନ୍ତି। ଯାତ୍ରା, ପାଲା ଓ ସଂଚାର କଳାରେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଖୁବ୍‌ ଲୋକପ୍ରିୟତା ଥିଲା। ୫ ବର୍ଷ ଧରି ଯାତ୍ରାଦଳରେ ମୁଖ୍ୟ ବୂମିକାରେ ଅଭିନୟ କରିଥିବା କେଦାରନାଥ ଖୁବ ସୁନ୍ଦର ଗୀତ ମଧ୍ୟ ଗାଉଥିଲେ। ତାଙ୍କ ଗାଇବା ଶୈଳୀରେ ଖୁସୀ ହୋଇ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ କେଦାରନାଥଙ୍କୁ ଏକ ରୈପ୍ୟ ମୁଦ୍ରା ଉପହାର ଦେଇଥିଲେ।

Advertisment

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ହରେକୃଷ୍ଣ ମହତାବ ପ୍ରମୁଖଙ୍କ ସହ କେଦାରଙ୍କର ଘନିଷ୍ଠତା ରହିଥିଲା। ତାଙ୍କ ମୃତ୍ୟୁରେ ଜେନାଙ୍କ ପୈତୃକ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ