Advertisment

ବନ୍ୟାର କରାଳ କାୟା; ଚାଷ ଗଲା, ବାସ ବି ଭାସିଲା, ସ୍ୱପ୍ନ ଉଜାଡ଼ି ଦେଲା ବନ୍ୟା

ପୁରୀ: ପୁରୀ ଜିଲ୍ଲା କଣାସରେ ବନ୍ୟାର କରାଳ କାୟା। ଏଠାରେ ଦୟା ନଦୀ ନିର୍ଦ୍ଦୟ ହେବା ପରଠୁ କେମିତି ବଞ୍ଚିଛି ଜୀବନ ତାହା ନଦେଖିଲେ ବିଶ୍ୱା କରପାରିବେ ନାହିଁ। ବହୁ କଷ୍ଟରେ ଲୋକଙ୍କ ଦୁର୍ଦ୍ଦଶା ପରଖିବାକୁ ଆମେ ଦୟା ଓ ରାଜୁଆରେ ଘାଇ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ବଡ଼ସାନପୁଟ ପଞ୍ଚାୟତରେ ପହଞ୍ଚିବା ବେଳକୁ ଉବୁଟୁବୁ ହେଉଥିଲା ପୂରା ଅଞ୍ଚଳ। କାଲି ରାତିଠୁ ଅସମ୍ଭାଳ ସ୍ଥିତି। ଯେଉଁଠି ଗାଁ ଦାଣ୍ଡରେ ଛାତିଏ ପାଣି, ସେଠି ଘର ବା […]

ଅଦ୍ୟତନ ହୋଇଛି
ବନ୍ୟାର କରାଳ କାୟା; ଚାଷ ଗଲା, ବାସ ବି ଭାସିଲା, ସ୍ୱପ୍ନ ଉଜାଡ଼ି ଦେଲା ବନ୍ୟା

puri

Advertisment

ପୁରୀ: ପୁରୀ ଜିଲ୍ଲା କଣାସରେ ବନ୍ୟାର କରାଳ କାୟା। ଏଠାରେ ଦୟା ନଦୀ ନିର୍ଦ୍ଦୟ ହେବା ପରଠୁ କେମିତି ବଞ୍ଚିଛି ଜୀବନ ତାହା ନଦେଖିଲେ ବିଶ୍ୱା କରପାରିବେ ନାହିଁ। ବହୁ କଷ୍ଟରେ ଲୋକଙ୍କ ଦୁର୍ଦ୍ଦଶା ପରଖିବାକୁ ଆମେ ଦୟା ଓ ରାଜୁଆରେ ଘାଇ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ବଡ଼ସାନପୁଟ ପଞ୍ଚାୟତରେ ପହଞ୍ଚିବା ବେଳକୁ ଉବୁଟୁବୁ ହେଉଥିଲା ପୂରା ଅଞ୍ଚଳ।

Advertisment

କାଲି ରାତିଠୁ ଅସମ୍ଭାଳ ସ୍ଥିତି। ଯେଉଁଠି ଗାଁ ଦାଣ୍ଡରେ ଛାତିଏ ପାଣି, ସେଠି ଘର ବା ବାଦ୍ ପଡ଼ିବ କେମିତି। ଚାଷ ଯାଇଥିଲା ଏବେ ବାସ ବି ଭାସୁଛି। ତା ସାଙ୍ଗକୁ ଯେତେ ସବୁ ସ୍ୱପ୍ନ, ସମ୍ଭାବନା ସବୁ ଭସାଇ ଦେଲା ଦୟାର ନିର୍ଦ୍ଦୟୀ ରୂପ। ପିଇବା ପାଣି ନାହିଁ, ଚୁଲି ଚାଳ ବୁଡ଼ିଥିବାରୁ ଖାଇବାକୁ ଖାଦ୍ୟ ନାହିଁ। ତେବେ ପ୍ରଶାସନିକ ଉଦାସନୀତା ନେଇ ଅନେକ ଅଭିଯୋଗ କରିଛନ୍ତି ଲୋକେ।

କଣାସ ବ୍ଲକ୍‌ର ପାଣ୍ଡିଆକେରା, ଗଡ଼ବଡ଼ପୁଟ ଓ ଗଡ଼ସାନପୁଟ ଭଳି ୩ଟି ପଞ୍ଚାୟତର ଅଧିକାଂଶ ଗାଁରେ ଏମିତି ସ୍ଥିତି ଦେଖିବାକୁ ମିଳିଛି। ବେନ୍ତା ଗାଁର ବି ସ୍ଥିତି ସଙ୍ଗୀନ। ୩ ଦିନ କାଳ ଅଖିଆ, ଅପିଆ ଜଳବନ୍ଦୀ ଜୀବନ ଜିଉଁଥିବା ଏକ ପରିବାରକୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀର ଟିମ୍। ଆମେ ବି ତାଙ୍କ ସହିତ ସାମିଲ ହୋଇଥିଲୁ, ବୁଝିଥିଲୁ ଦୁଃଖ ଦୁର୍ଦ୍ଦଶା।

Advertisment

publive-image

ମହାନଦୀ ବନ୍ୟାରେ ସର୍ବାଧିକ ପ୍ରଭାବିତ କଟକ ବାଙ୍କୀ ଅଞ୍ଚଳର ବି ସ୍ଥିତି କିଛି କମ ଦୟନୀୟ ନୁହେଁ। ଜଳପ୍ରଳୟରେ ଯେମିତି ଭାସୁଛି ଗାଁ ପରେ ଗାଁ। ୪-୫ ଦିନ ହେଲାଣି ବିଲିପଡ଼ା, କୁଶପଙ୍ଗୀ, ଅନୁଆରୀ, ଶିମିଳିପୁର ଭଳି ପଞ୍ଚାୟତର ବହୁ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ଅନେକ ସ୍ଥାନରେ ମୁଖ୍ୟ ରାସ୍ତାରେ ଏବେ ବି ୭-୮ ଫୁଟର ପାଣି ଚାଲିଛି। ସବୁଠୁ ଅଧିକ ପ୍ରଭାବିତ ବିଲିପଡ଼ା ପଞ୍ଚାୟତର ୭ଟି ଗାଁ ବାହ୍ୟଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।

ସେହିଭଳି ଜଗତ୍ସିଂହପୁର ଜିଲ୍ଲା ମହାନଦୀ ତ୍ରିକୋଣଭୂମିରେ ସ୍ଥିତି ଭୟାନକ। ଜିଲ୍ଲାନାସୀଠୁ ନେଇ କାଳିକୁଦ, ସାହାରାଡିହା, ଚୌଧୁରୀକୁଦ ସବୁଠି ଉବୁଟୁବୁ ଅବସ୍ଥା। କେଉଁଠି ଗାଁ ରାସ୍ତାରେ ନଈଭଳି ସୁଅ ପଡ଼ିଛି ତ କେଉଁଠି ଘର ଭିତରେ ବି ଆଣ୍ଠୁଏ ଆଣ୍ଠୁଏ ପାଣି।

Advertisment

କେହି କେହି ଜୀବନ ବଞ୍ଚାଇବାକୁ ପାଖ ଉଚ୍ଚସ୍ଥାନକୁ ଯାଇଛନ୍ତି, ତ କେଉଁଠି ଛାତ ଉପରେ ତମ୍ବୁ ଟାଣି ଜୀବନ ବିତାଉଛନ୍ତି। ଜିଲ୍ଲାନାସୀ ପଞ୍ଚାୟତର ଅନେକ ସ୍ଥାନରେ ରାସ୍ତାରେ ଘାଇ ଯୋଗୁଁ ବହୁ ଗାଁକୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇଯାଇଛି। ମହାନଦୀ ଓ ପାଇକା ବନ୍ୟାରେ କୁଜଙ୍ଗ ବ୍ଲକ୍‌ର ୯ଟି ଗାଁର ୨୪ ଗାଁ ଜଳମଗ୍ନ ହୋଇଥିବାରୁ ଦୁର୍ଦ୍ଦଶାରେ ବିପନ୍ନ।

କିଛି ସ୍ଥାନରେ ବିପନ୍ନଙ୍କ ପାଖରେ ପ୍ରଶାସନ ପହଞ୍ଚି ରିଲିଫ୍ ଓ ରନ୍ଧାଖାଦ୍ୟ ଦେଇଥିଲେ ବି ଏବେ ବି ବହୁ ଗାଁ ଅପହଞ୍ଚ ହୋଇ ରହିଛି। ଉପରମୁଣ୍ଡରେ ପାଣି କମୁଥିଲେ ବି ଦୁର୍ଦ୍ଦଶା କିନ୍ତୁ ବଢ଼ିଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ