Advertisment

ବନ୍ୟା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ; ଚାଲିଗଲା ମହିଳାଙ୍କ ଜୀବନ

ଖୋର୍ଦ୍ଧା; ବନ୍ୟା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ଜଣେ ମହିଳା ରୋଗୀଙ୍କ ଜୀବନ। ବନ୍ୟାର ବେଦନା ଭିତରେ ଏଭଳି ଦୁଃଖଦାୟକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଓରବରସିଂ ପଞ୍ଚାୟତ ଡିଉଖଳା ଗାଁରେ। ଗାଁର ପ୍ରମିଳା ସୁନ୍ଦରାୟ ନାମକ ଜଣେ ମହିଳା ଗତକାଲିଠାରୁ ଶ୍ୱାସ ଯୋଗୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ ବି କରିଥିଲେ। କିନ୍ତୁ ଗତ ୫ ଦିନ ହେଲା ଗାଁକୁ ବନ୍ୟାଜଳ ଘେରି ରହିଛି । […]

ବନ୍ୟା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ; ଚାଲିଗଲା ମହିଳାଙ୍କ ଜୀବନ

deadbdy

Advertisment

ଖୋର୍ଦ୍ଧା; ବନ୍ୟା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ଜଣେ ମହିଳା ରୋଗୀଙ୍କ ଜୀବନ। ବନ୍ୟାର ବେଦନା ଭିତରେ ଏଭଳି ଦୁଃଖଦାୟକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଓରବରସିଂ ପଞ୍ଚାୟତ ଡିଉଖଳା ଗାଁରେ।

Advertisment

ଗାଁର ପ୍ରମିଳା ସୁନ୍ଦରାୟ ନାମକ ଜଣେ ମହିଳା ଗତକାଲିଠାରୁ ଶ୍ୱାସ ଯୋଗୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ ବି କରିଥିଲେ।

କିନ୍ତୁ ଗତ ୫ ଦିନ ହେଲା ଗାଁକୁ ବନ୍ୟାଜଳ ଘେରି ରହିଛି । ଏପରିକି ମୁଖ୍ୟ ରାସ୍ତା ଉପରେ ୪ ଫୁଟର ପାଣି ଚାଲୁଛି। ଫଳରେ ଆମ୍ବୁଲାନ୍ସଟି ଆସି ପାରି ନଥିଲା। ଶେଷରେ ଆଜି ପୂର୍ବାହ୍ନରେ ପ୍ରମିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାପରେ ଆଣ୍ଠୁଏ ଏବଂ ଅଣ୍ଟାଏ ଉଚ୍ଚ ପାଣିରେ ମୃତଦେହକୁ ଧରି ମଶାଣିକୁ ନେବା ସହ ଅନ୍ତିମ ସଂସ୍କାର କରିଛନ୍ତି ସମ୍ପର୍କୀୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ