Advertisment

Odisha Firefighters Show Extraordinary Courage: ୧୯ ଘଣ୍ଟାର ନନଷ୍ଟପ୍ ନିଆଁ ଲିଭା ଅପରେସନ୍; ଭୟଙ୍କର ଅଗ୍ନି ପରୀକ୍ଷା

ଜଳୁଥିଲା ବିଲଡିଂ, ଲଢୁଥିଲା ସାହସ। ପ୍ରାୟ ୧୯ ଘଣ୍ଟାର ନନଷ୍ଟପ୍ ନିଆଁ ଲିଭା ଅପରେସନ୍। ଭୟଙ୍କର ଅଗ୍ନି ପରୀକ୍ଷାର ସାମନା କରିଥିଲେ ଆଗ୍ନିକ। ପ୍ରତିକୂଳ ସ୍ଥିତିରେ ଦେଖାଇଲେ ଅଦ୍ୟମ ସାହସିକତା । ଜୀବନକୁ ପାଣି ଛଡାଇ ଲଢୁଥିଲେ ଅଗ୍ନିଶଣମ ଯୋଦ୍ଧା।

author-image
Pramod Behera
Odisha Firefighters Show Extraordinary Courage

୧୯ ଘଣ୍ଟାର ନନଷ୍ଟପ୍ ନିଆଁ ଲିଭା ଅପରେସନ୍; ଭୟଙ୍କର ଅଗ୍ନି ପରୀକ୍ଷା Photograph: (OTV)

ଜଳୁଥିଲା ସୁପରମାର୍ଟ, ଲଢୁଥିଲା ସାହସ। ଭୁବନେଶ୍ବର ସୁପରମାର୍ଟ ଅଗ୍ନିକାଣ୍ଡରେ ଓଡ଼ିଶା ଅଗ୍ନିଶମ ବାହିନୀର ସାହସକୁ ଶତ ସାଲ୍ୟୁଟ୍। ଗତକାଲି ରାତିରୁ ଆଜି ଅପରାହ୍ଣ ଯାଏଁ ଦୀର୍ଘ ୧୯ ଘଣ୍ଟାର ନନଷ୍ଟପ ନିଆଁ ଲିଭା ଅଭିଯାନରେ ନିଜକୁ ସେମାନେ ସମର୍ପି ଦେଇଥିଲେ। ଓଡ଼ିଶା ଇତିହାସରେ ସମ୍ଭତଃ ସବୁଠୁ ଲମ୍ବା ସମୟ ଧରି ଚାଲିଥିବା ନିଆଁ ଲିଭା ମିଶନରେ ସର୍ବୋତ୍ତମ ଟେକ୍ନୋଲୋଜିର ବ୍ୟବହାର କରିଥିଲା ଅଗ୍ନିଶମ ବାହାନୀ। 

Advertisment

ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ଯୋଦ୍ଧାଙ୍କ ପାଇଁ ବଡ଼ ଅଗ୍ନି ପରୀକ୍ଷା ଥିଲା। ଅନେକ ଚ୍ୟାଲେଞ୍ଜ ଓ ପ୍ରତିକୂଳ ପରିସ୍ଥିତିର ସେମାନେ ସାମନା କରିଥିଲେ। ଅଗ୍ନିଶମ ଯୋଦ୍ଧାଙ୍କ ଅଦ୍ୟମ ସାହସକୁ ଶତ ସାଲ୍ୟୁଟ କରୁଛନ୍ତି ସମସ୍ତେ।

ଜଳନ୍ତା ଅଗ୍ନିକୁଣ୍ଡ ପାଲଟିଥିଲା ସୁପରମାର୍ଟ। ନିଆଁ ଜ୍ବାଳା ଭିତରେ ଅଦ୍ୟମ ସାହସ ଦେଖାଇଥିଲେ ଆଗ୍ନିକ। ଜୀବନକୁ ପାଣି ଛଡ଼ାଇ ଅହରହ ଲଢୁଥିଲେ ଫାୟାର ଫାଇଟର। ସମ୍ପତ୍ତି ପାଉଁଶ ହେଲା, କିନ୍ତୁ ହାରି ନଥିଲା ସାହସ। ଧୂଆଁର ପାହାଡ଼, ନିଆଁର ତାଣ୍ଡବ ଭିତରେ ହାତରେ ଥିଲା ହୋସ୍ ପାଇପ୍ ଆଉ ଆଖିରେ କେବଳ ଗୋଟିଏ ଲକ୍ଷ୍ୟ, ନିଆଁକୁ କେମିତି କାବୁ କରିବେ। ଝରକା କାଚ ଭାଙ୍ଗି, କାନ୍ଥ ତାଡ଼ି ଜଳୁଥିବା କୋଠା ଭିତରକୁ ପ୍ରବେଶ କରିଥିଲେ ଅଗ୍ନିଶମ ଯୋଦ୍ଧା। 

Advertisment

ଯେଉଁଠି ନିଶ୍ୱାସ ନେବା ଅସମ୍ଭବ ଥିଲା, ସେଇଠି ଅଟକି ନଥିଲା ସେମାନଙ୍କର ପାଦ। ଭୁବନେଶ୍ବର ସୁପରମାର୍ଟ ନିଆଁ ଆୟତ୍ତ କରିବାରେ ଥକି ନଥିଲେ କି କର୍ତ୍ତବ୍ୟପଥରୁ ଓହରି ନଥିଲେ ଆଗ୍ନିକ। ସୋମବାର ରାତି ୧୦ଟାରୁ ମଙ୍ଗଳବାର ସଂଧ୍ୟା ୬ଟା, ୧୯ ଘଣ୍ଟାର ନନଷ୍ଟପ୍ ମିଶନ ପରେ ନିଆଁକୁ ଆୟତ୍ତ କରିପାରିଲେ ୭୦ ଆଗ୍ନିକ। ଓଡ଼ିଶା ନିଆଁ ଲିଭା ଇତିହାସରେ ଏହା ଥିଲା ସବୁଠୁ ଲମ୍ବା ସମୟ। ଅଗ୍ନିଶମ ବାହିନୀର ଏଭଳି କାର୍ଯ୍ୟକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି। 

ସୁପରମାର୍ଟ ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ଯୋଦ୍ଧାଙ୍କ ପାଇଁ ବଡ଼ ଅଗ୍ନି ପରୀକ୍ଷା ଥିଲା। ଅନେକ ଚ୍ୟାଲେଞ୍ଜ ଓ ପ୍ରତିକୂଳ ପରିସ୍ଥିତିର ସେମାନେ ସାମନା କରିଥିଲେ। କାରଣ ପୂରା ମାର୍ଟରେ ଭର୍ତ୍ତି ହୋଇଥିଲା ପ୍ଲାଷ୍ଟିକ ଆଇଟମ। ମାର୍ଟ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ବାଟ ଥିଲା ଗୋଟିଏ। ସେହିପରି ହୁତୁ ହୁତୁ ଜଳୁଥିବା ପ୍ଲାଷ୍ଟିକରୁ ବାହାରୁ ଥିଲା ମୋଟା କଳା ଧୂଆଁ। ରାସ୍ତା ଦିଶୁ ନଥିବା ବେଳେ ସୁପରମାର୍ଟ ଭିତରେ ପଶି ନିଆଁ ଲିଭାଇବା ଆଗ୍ନିକଙ୍କ ପାଇଁ ଏତେ ସହଜ ନଥିଲା। ଯେଉଁଥିପାଇଁ ପ୍ରଥମେ ଭିତରକୁ ରୋବର୍ଟ ପଠାଇ ଜଳୁଥିବା ପ୍ଲାଷ୍ଟିକ ଆଇଟମ ଉପରେ ଫୋମ ମାଡ କରାଯାଇଥିଲା। 

ପରେ ଧୀରେ ଧୀରେ ନିଆଁ ଓ ଧୂଆଁର ବୁକୁ ଚିରି ଭିତରକୁ ପ୍ରବେଶ କରିଥିଲେ ଅଗ୍ନିଶମ କର୍ମଚାରୀ। ନିଆଁର ପ୍ରକୋପ ସହ ସର୍ବାଧିକ ପାଣିମାଡ ଯୋଗୁ ମାର୍ଟର କାନ୍ଥ ଓ ଛାତ ଦୁର୍ବଳ ହୋଇଯାଇଥିଲା। ଯେକୌଣସି ମୂହୁର୍ତ୍ତରେ ଭୁଶୁଡ଼ିବା ଭୟ ବି ରହିଥିଲା। କାରଣ ବିଲଡିଂ ଭିତରକୁ ୯ ଲକ୍ଷ ଲିଟରରୁ ଅଧିକ ପାଣି ମାଡ ହୋଇଥିଲା। 

ସେହିପରି ଚତୁର୍ଥ ମହଲାର ଛାତ ଫାଟି ହୁତୁହୁତୁ ହୋଇ ବାହାରକୁ ବାହାରୁଥିଲା ନିଆଁ। ଏମିତି ପରିସ୍ଥିତି ଭିତରେ ଜୀବନକୁ ପାଣି ଛଡାଇ ଆଗ୍ନିକମାନେ ନିଜ କର୍ତ୍ତବ୍ୟରୁ ପଛଘୁଞ୍ଚା ଦେଇନଥିଲେ। ଯେଉଁଥି ପାଇଁ ରାଜ୍ୟର ସବୁଠୁ ବଡ ଅଗ୍ନିକାଣ୍ଡ କୁହାଯାଉଥିବା ସୁପରମାର୍ଟ ନିଆଁକୁ ଆୟତ୍ତ କରାଯାଇ ପାରିଲା। ...

ଆଜି ଅଗ୍ନିଶମ ଯୋଦ୍ଧା ପ୍ରମାଣ କରିଦେଇଛନ୍ତି ଯେ ସେମାନଙ୍କ ସାହସ ଆଗରେ ପ୍ରବଳ ପ୍ରତାପୀ ନିଆଁ ବି କିଛି ନୁହେଁ। କେବଳ ଅଗ୍ନିକାଣ୍ଡ ନୁହେଁ, ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟ ଯେତେବେଳେ ଦାଉ ସାଧେ, ସେତେବେଳେ ଏହି ଖାକି ପୋଷାକଧାରୀ ଯୋଦ୍ଧାମାନେ ଭଗବାନଙ୍କ ଦୂତ ସାଜନ୍ତି।

Rescue Operation Odisha Fire Odisha News
Advertisment
Advertisment