Advertisment

Odisha Dog Show 2026: ୧୭ ପ୍ରଜାତିର କୁକୁର, ଡଗ ସୋ ଦେଖି ଦର୍ଶକ ହୋଇଥିଲେ ବିଭୋର

ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା – ୨୦୨୬। ଅନ୍ତିମ ଦିବସରେ ଚିତାକର୍ଷକ ‘ଡଗ୍ ସୋ’। ଜନତା ମଇଦାନଠାରେ ଆୟୋଜିତ ‘ଡଗ୍ ସୋ’। ଭାଗ ନେଇଥିଲେ ୧୭ ପ୍ରଜାତିର କୁକୁର। ଡ଼ଗ ସୋ ଦେଖି ଦର୍ଶକ ହୋଇଥିଲେ ବିଭୋର।

author-image
Pramod Behera
Odisha Dog Show 2026

୧୭ ପ୍ରଜାତିର କୁକୁର, ଡଗ ସୋ ଦେଖି ଦର୍ଶକ ହୋଇଥିଲେ ବିଭୋର Photograph: (OTV)

ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା – ୨୦୨୬ର ଅନ୍ତିମ ଦିବସରେ ଜନତା ମଇଦାନଠାରେ ଆୟୋଜିତ ହୋଇଥିଲା ଚିତାକର୍ଷକ ‘ଡଗ୍ ସୋ’। ‘ଡଗ୍ ସୋ’ରେ ଭାଗ ନେଇଥିଲେ ୧୭ ପ୍ରଜାତିର କୁକୁର। ଡ଼ଗ ସୋ ଦେଖି ଦର୍ଶକ ହୋଇଥିଲେ ବିଭୋର।

Advertisment

ମାଲିକର କମାଣ୍ଡରେ ଆକ୍ସନ ଦେଖାଉଥିଲେ । କିଏ ଧୀର ଗତିରେ ଆସୁଥିଲେ ତ କିଏ ଦ୍ରୁତ ଗତିରେ । ଆଉ କିଏ ରିଙ୍ଗ ଭିତରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରୁଥିଲେ । କିଏ ଚୋର ଧରିବାର କୌଶଳ ଦେଖାଉଥିଲେ ତ ଆଉ କିଏ ହାଇ ଜମ୍ପ ଓ ହର୍ଡଲ୍ସରେ ଜମ୍ପ ମାରୁଥିଲା। ଦର୍ଶକଙ୍କ ସମ୍ମୁଖରେ ଆଘ୍ରାଣ ଶକ୍ତିକୁ ପ୍ରଦର୍ଶନ କରି ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ ମଣିଷର ବିଶ୍ବସ୍ତ ପ୍ରାଣୀ ‘ଶ୍ବାନ’ ବା କୁକୁର। ଭୁବନେଶ୍ବର ଜନତା ମଇଦାନରେ ମତ୍ସ୍ୟ-ପ୍ରାଣୀ ସମାବେଶରେ ଆୟୋଜିତ ଡଗ ସୋରେ କମାଲ ଦେଖାଇଥିଲେ ଜର୍ମାନ୍ ସେଫର୍ଡ, ବେଲଜିଆନ୍ ମାଲିନୋଇସ୍, ଲାବ୍ରାଡର, ହସକି, ପୁଡଲି ଭଳି ୧୭ଟି ପ୍ରଜାତିର କୁକୁର ।

ଏହି ଡଗ ସୋର ଅନ୍ୟତମ ଆକର୍ଷଣ ପାଲଟିଥିଲା ରୋବୋ ଡଗ । ମାଲିକଙ୍କ କଥାରେ ଛିଡା ହେଉଥିଲା, ବସୁଥିଲା ପୁଣି ହ୍ୟାଣ୍ଡସେକ ମଧ୍ୟ କରୁଥିଲା । ଖାସ କରି ଏହି ରୋବୋ ଡଗ କୌଣସି ସିକ୍ୟୁରିଟି ଅବା ଡେଞ୍ଜର ଜୋନରେ ଜୀବନ୍ତ କୁକୁର ବଦଳରେ ପହଞ୍ଚି ପାରେ ବୋଲି ଏହାକୁ ଆଣିଥିବା ବ୍ୟକ୍ତି ସୂଚନା ଦେଇଥିଲେ । 

Advertisment

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଓଡ଼ିଶା କେନେଲ କ୍ଲବର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା ଏହି ଡଗ୍ ଶୋ। 

Odisha News Dog Pet Animals
Advertisment
Advertisment