/odishatv-khabar/media/post_attachments/uploadimage/library/16_9/16_9_0/gst-750x430-1_1625125862.jpg)
gst-750x430
ରାଉରକେଲା: ଡେଲିଭରି ବୟ ନାଁରେ ୧୦ ଲକ୍ଷ ଟଙ୍କାର ଜିଏସଟି ଠକେଇ ଅଭିଯୋଗ। ପୁଣି ସେହି ରାଉରକେଲାରୁ ଆସିଛି ଏହି ବଡ଼ ଧରଣରେ ଜିଏସଟି ଠକେଇ ମାମଲା। ସଂପୃକ୍ତ ଡେଲିଭରୀ ବୟ ନାଁରେ ମନୋରମା ଟ୍ରେଡିଂ ଭଳି ଏକ ଜାଲ କମ୍ପାନୀ ଖୋଲି ୭୦ ଲକ୍ଷ ଟଙ୍କାର ବେନାମୀ କାରବାର ହୋଇଥିବା ଜଣାପଡ଼ିଛି।
Advertisment
ତେବେ ତାଙ୍କ ନାଁରେ ୧୦ ଲକ୍ଷ ଟଙ୍କାର GST ଠକେଇ ନେଇ ସମନ ଆସିବା ପରେ ଏହି ଘଟଣା ପଦାକୁ ଆସିଛି। ପୂର୍ବରୁ ମଧ୍ୟ ଜଣେ ଡ୍ରାଇଭର ଓ ଅନ୍ୟ ଜଣେ ପାଣି ପାଇପ ମିସ୍ତ୍ରୀଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଠକେଇ ଅଭିଯୋଗ ଆସିଥିଲା। ଏମାନଙ୍କ ନାଁରେ ଚଞ୍ଚକତା କରି ଟ୍ୟାକ୍ସ ଫାଙ୍କି ହୋଇଥିବା ଜିଏସଟି ଅଧିକାରୀ ଜାଣିବାକୁ ପାଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)