Advertisment

ସମ୍ଭାବ୍ୟ ବାତ୍ୟା 'ୟାସ୍'କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଅବପାତରେ ପରିଣତ ହୋଇପାରେ। ୨୪ ତାରିଖ ସକାଳେ ଏହା ବାତ୍ୟାରେ ପରିଣତ ହୋଇପାରେ। ୨୬ ତାରିଖ ସନ୍ଧ୍ୟାରେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଓଟିଭିକୁ ସୂଚନା ଦେଇଛନ୍ତି। ତେବେ ବାତ୍ୟା ‘ୟାସ୍’ ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା […]

author-image
Rajalaxmi Sahoo
ସମ୍ଭାବ୍ୟ ବାତ୍ୟା 'ୟାସ୍'କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

kutcha house

ଭୁବନେଶ୍ୱର: ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଅବପାତରେ ପରିଣତ ହୋଇପାରେ। ୨୪ ତାରିଖ ସକାଳେ ଏହା ବାତ୍ୟାରେ ପରିଣତ ହୋଇପାରେ। ୨୬ ତାରିଖ ସନ୍ଧ୍ୟାରେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଓଟିଭିକୁ ସୂଚନା ଦେଇଛନ୍ତି। ତେବେ ବାତ୍ୟା 'ୟାସ୍' ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିବାର ସମ୍ଭାବନା ରହିଛି। ସ୍ଥଳ ବିଶେଷରେ ମଝିରେ ମଝିରେ ୧୮୫ କି.ମି ମଧ୍ୟ ଛୁଇଁପାରେ। 

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି ବୈଠକରେ ମୁଖ୍ୟ ଶାସନ ସଚିବ, ଏସ୍ଆରସି ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ। ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଉପକୂଳବର୍ତ୍ତୀ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି। ବାତ୍ୟା ବେଳେ କିପରି କ୍ଷୟକ୍ଷତିି କମ ହେବ ଓ ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ବାତ୍ୟାରେ ଜୀବନହାନୀ ନହେବା ସବୁଠାରୁ ବଡ଼ ଲକ୍ଷ୍ୟ। ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏହା କହିଥିବା ନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏହାସହ କଚ୍ଚା ଘରେ ରହୁଥିବା ପ୍ରତ୍ୟେକ ଲୋକଙ୍କୁ ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଜଣେ ଲୋକ ଯେମିତି ରହି ନଯିବେ ଦେଖିବାକୁ କୁହାଯାଇଛି। ଆଶ୍ରୟସ୍ଥଳୀରେ କୋଭିଡ ନିୟମାନୁସାରେ, ଅଳ୍ପ ଅଳ୍ପ ଲୋକଙ୍କୁ ରଖାଯିବ। କୋଭିଡ଼ ହସ୍ପିଟାଲରେ ନିରନ୍ତର ବିଦ୍ୟୁତ ସେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାନୀୟ ଜଳ ଯୋଗାଣ ଅନବରତ ଭାବେ ଜାରି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅକ୍ସିଜେନ ଯୋଗାଣ ଯେମିତି ବ୍ୟାହତ ନହୁଏ, ତାହା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି IMD ପୂର୍ବାନୁମାନ କରିଛି । ତେବେ ନିର୍ଦ୍ଦିଷ୍ଟ କେଉଁଠି ସ୍ଥଳଭାଗ ଛୁଇଁବ ତାହା କାଲି ଅବପାତ ହେଲା ପରେ ସ୍ପଷ୍ଟ ହେବ ବୋଲି IMD ଡିଜି ସ୍ପଷ୍ଟ କରିଛନ୍ତି। ବାତ୍ୟା ପ୍ରଭାବରେ ୨୫ ତାରିଖ ଅପରାହ୍ନରୁ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୨୪ ତାରିଖ ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବହିପାରେ। ୨୫ ତାରିଖ ସକାଳୁ ୫୦ରୁ ୬୦ କିମି ଓ ୨୬ରେ ପବନର ବେଗ ବଢ଼ିବ ବୋଲି ଓଟିଭିକୁ IMD ଡିଜି କହିଛନ୍ତି। 

Advertisment

Cyclone Yass
Advertisment
Advertisment