Advertisment

ମେକ୍ ଇନ୍ ଓଡ଼ିଶା ପାଇଁ କାଲି ମୁମ୍ବାଇରେ ରୋଡ୍ ସୋ

ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି ନବୀନ। କାଲି ସେଠାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ନବୀନ କରିବେ ରୋଡ୍‌ସୋ। ବଡ଼ ବଡ଼ ଶିଳ୍ପପତିଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା ବି କରିବେ। ସାଙ୍ଗରେ ରହିବେ ଶିଳ୍ପମନ୍ତ୍ରୀଙ୍କ ସହ ବିଭାଗର ପୁରା ଟିମ୍‌। ରୋଡ୍ ସୋ ବେଳେ ଫୋକସ୍‌ରେ ରହିବ ପୁଞ୍ଜିନିବେଶକାରୀଙ୍କ ପାଇଁ ରାଜ୍ୟର ପ୍ରୋତ୍ସାହନ। ସ୍ୱତନ୍ତ୍ର କ୍ଷେତ୍ର ପାଇଁ ଉତ୍ସଗୀକୃତ ବ୍ୟବସ୍ଥା ଓ ଶିଳ୍ପର ଉନ୍ନତି ପାଇଁ ସରକାର ଗଠନ କରିଥିବା […]

author-image
Otv Khabar Bureau
ମେକ୍ ଇନ୍ ଓଡ଼ିଶା ପାଇଁ କାଲି ମୁମ୍ବାଇରେ ରୋଡ୍ ସୋ

make in odisha

ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି ନବୀନ। କାଲି ସେଠାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ନବୀନ କରିବେ ରୋଡ୍‌ସୋ। ବଡ଼ ବଡ଼ ଶିଳ୍ପପତିଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା ବି କରିବେ। ସାଙ୍ଗରେ ରହିବେ ଶିଳ୍ପମନ୍ତ୍ରୀଙ୍କ ସହ ବିଭାଗର ପୁରା ଟିମ୍‌। ରୋଡ୍ ସୋ ବେଳେ ଫୋକସ୍‌ରେ ରହିବ ପୁଞ୍ଜିନିବେଶକାରୀଙ୍କ ପାଇଁ ରାଜ୍ୟର ପ୍ରୋତ୍ସାହନ। ସ୍ୱତନ୍ତ୍ର କ୍ଷେତ୍ର ପାଇଁ ଉତ୍ସଗୀକୃତ ବ୍ୟବସ୍ଥା ଓ ଶିଳ୍ପର ଉନ୍ନତି ପାଇଁ ସରକାର ଗଠନ କରିଥିବା ୧ ଲକ୍ଷ ୨୫ ହଜାର ଏକରର ଲ୍ୟାଣ୍ଡ ବ୍ୟାଙ୍କ।  କିଛି ଦିନ ପୂର୍ବରୁ ଏହି ଟିମ୍ ତିନିଟି ବିଦେଶ ରାଷ୍ଟ୍ର ଗସ୍ତ କରି ମେକ୍‌ ଇନ୍‌ ଓଡିଶା ପାଇଁ ରୋଡ ସୋ କରି ଫେରିଛନ୍ତି। ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ମେକ୍‌ ଇନ୍‌ ଓଡିଶା ପାଇଁ ଏଥର ବିଜିନେସ ପାର୍ଟନର ରହିଛି ଫିକି।

Advertisment

ତେବେ ସରକାରଙ୍କ ଶିଳ୍ପ ପ୍ରତିଷ୍ଠା ନେଇ ଘୋଷଣା ଓ ତାର କାର୍ଯ୍ୟକାରିତା ଭିତରେ ଫରକ ଯୋଗୁ  ଓଡ଼ିଶାରେ ଶିଳ୍ପ ଅନୁକୁଳ ବାତବାରଣ ସୃଷ୍ଟି ହୋଇପାରୁନାହିଁ ବୋଲି ବିଶେଷଜ୍ଞ କହିଛନ୍ତି।

ଏପଟେ ଏ ପ୍ରୟାସ କେବଳ ନବୀନଙ୍କ ଭାବମୂର୍ତ୍ତି ରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି କହି ସରକାରଙ୍କ ଶିଳ୍ପ ବିରୋଧୀ ନିତିର ତଥ୍ୟ ରଖିଛି ବିଜେପି। ଦଳ ଅଭିଯୋଗ କରିଛି ଇଜ୍‌ ଅଫ୍ ଡୁଇଙ୍ଗ ବିଜିନେସରେ ରାଜ୍ୟର ରାଙ୍କ୍‌ ୭ରୁ ୧୪କୁ ଖସିବା ପ୍ରମାଣିତ କରୁଛି ଶିଳ୍ପ ପାଇଁ ଅନୁକୁଳ ବାତାବରଣ ସୃଷ୍ଟି କରିବାରେ ରାଜ୍ୟ ବିଫଳ ହୋଇଛି। ୨୦୦୪ରୁ ୧୮ ଭିତରେ ସରକାର କରିଥିବା ୯୨ଟି ଏମଓୟୁ ମଧ୍ୟରୁ ମାତ୍ର ୪୬ ଟି କାର୍ଯ୍ୟକ୍ଷମ ହୋଇଛି। ମ୍ୟାନୁଫ୍ୟାକଚରିଂ ଓ ଏମଏସଏମଇ କ୍ଷେତ୍ରରେ ପୁଞ୍ଜିନିବେଶ କମିଥିବା ବେଳେ ପସ୍କୋ ମିତ୍ତଲ ପରି ବଡ ବଡଶିଳ୍ପ ସଂସ୍ଥା ଓ଼ଡିଶା ଛାଡ଼ିଛନ୍ତି। ଇମ୍ପା ପରି ଶିଳ୍ପକୁ ବନ୍ଦ କରିବା ପାଇଁ ସରକାରୀ ଚକ୍ରାନ୍ତ କଥା ମଧ୍ୟ ଉଠାଇଥିଲା ବିଜେପି। ବିଜେଡି ଏହାର ଜବାବ ରଖିଥିବା ବେଳେ କଂଗ୍ରେସ ଉଭୟଙ୍କୁ ସମାଲୋଚନା କରିଛି।

Advertisment

୨୦୧୬ ରେ  ମେକଇନ ଓଡ଼ିଶା କନକ୍ଲେଭ ପାଇଁ ରାଜ୍ୟ ବାହାରେ ଅନେକ ରୋଡ ସୋ କରିଥିଲେ ସରକାର। ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଅନୁସାରେ ୨ ଲକ୍ଷ  ୩ ହଜାର କୋଟିର ପୁଞ୍ଜିନିବେଶ ପାଇଁ ୮୪ ଟି ପ୍ରସ୍ତାବ ଆସିଥିଲା। ଏଥରୁ ୫୫ ଟି ପ୍ରସ୍ତାବ ଅନ୍ତର୍ଗତ ୭୯ ହାଜର ୩୬୯ କୋଟିର ବିନିଯୋଗ ପାଇଁ ପଦକ୍ଷେପ ନିଆଯାଇଛି।

Advertisment
Advertisment