Advertisment

ପିପିଲି ଉପନିର୍ବାଚନ ପୂର୍ବରୁ ପ୍ରକଳ୍ପ ପଲିଟିକ୍ସ ଆରମ୍ଭ; ୬୮ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଗୁଲ୍ ବାଜିବା ଆଗରୁ ଆମ୍ଭ ହୋଇଗଲାଣି ପ୍ରକଳ୍ପ ପଲଟିକ୍ସ। ପ୍ରଗତି ପଥେ ପିପିଲିର ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ଆଜି ପିପିଲି-ଡେଲାଙ୍ଗର ବିକାଶ ପାଇଁ ଭର୍ଚୁଆଲ୍‌ରେ ୬୮ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହାକୁ ନେଇ ରାଜନୈତିକ ବୟାନବାଜି ବି ହୋଇଛି। ପ୍ରକଳ୍ପ ଘୋଷଣା ପଛରେ ବିରୋଧୀ ନିର୍ବାଚନୀ ଗନ୍ଧ ବାରିବା ସହ ବିଜେପୁର ଏବଂ ତିର୍ତ୍ତୋଲ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି। ଏସବୁ ଭିତରେ ପିପିଲିର ପରବର୍ତ୍ତୀ ଦାବିଦାର […]

ପିପିଲି ଉପନିର୍ବାଚନ ପୂର୍ବରୁ ପ୍ରକଳ୍ପ ପଲିଟିକ୍ସ ଆରମ୍ଭ; ୬୮ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

pipili

Advertisment

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଗୁଲ୍ ବାଜିବା ଆଗରୁ ଆମ୍ଭ ହୋଇଗଲାଣି ପ୍ରକଳ୍ପ ପଲଟିକ୍ସ। ପ୍ରଗତି ପଥେ ପିପିଲିର ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ଆଜି ପିପିଲି-ଡେଲାଙ୍ଗର ବିକାଶ ପାଇଁ ଭର୍ଚୁଆଲ୍‌ରେ ୬୮ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହାକୁ ନେଇ ରାଜନୈତିକ ବୟାନବାଜି ବି ହୋଇଛି।

Advertisment

ପ୍ରକଳ୍ପ ଘୋଷଣା ପଛରେ ବିରୋଧୀ ନିର୍ବାଚନୀ ଗନ୍ଧ ବାରିବା ସହ ବିଜେପୁର ଏବଂ ତିର୍ତ୍ତୋଲ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି। ଏସବୁ ଭିତରେ ପିପିଲିର ପରବର୍ତ୍ତୀ ଦାବିଦାର କିଏ, ସବୁ ଦଳରେ ଚାଲିଛି ଅଙ୍କକଷାା।

ପିପିଲି ଉପନିର୍ବାଚନ ପୂର୍ବରୁ ବଢ଼ିଚାଲିଥିବା ପଲିଟିକାଲ୍ ପାରା ଭିତରେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା ବିରୋଧୀଙ୍କ ସମାଲୋଚନା ପରିଶରକୁ ଆସିଛି। ରାସ୍ତାଘାଟରୁ ଆରମ୍ଭ କରି ଜଳସେଚନ, ଷ୍ଟାଡ଼ିୟମଠୁ ଆରମ୍ଭ କରି ବସ୍‌ଷ୍ଟାଣ୍ଡ, ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ସବୁ ପ୍ରକାର ଭିତ୍ତିଭୂମିର ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଆଜି ଭର୍ଚୁଆଲ୍ ମାଧ୍ୟମରେ ୬୮ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ତାହାରି ଭିତରେ ପ୍ରଗତି ପଥେ ପିପିଲି କାର୍ଯ୍ୟକ୍ରମ ଜରିଆରେ ପିପିଲି ବ୍ଲକ୍ ଓ ପିପିଲି ପୌରାଞ୍ଚଳ ପାଇଁ ୪୧ କୋଟି ୨୬ ଲକ୍ଷ ଟଙ୍କାର ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ୩୦ ବର୍ଷ ଧରି ଜନତାଙ୍କ ପ୍ରତି ମହାରଥୀଙ୍କ ଉତ୍ସର୍ଗୀକୃତ ସେବାକୁ ମନେପକାଇଥିଲେ। ତେବେ ଦିବଂଗତ ପ୍ରଦୀପ ମହାରଥୀଙ୍କ ପରିବାରର ଉତ୍ତରାଧିକାରୀ କୁହାଯାଉଥିବା ପୁଅ କିମ୍ବା ପତ୍ନୀଙ୍କୁ ଏହି ମେଗା କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା।

ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏହି ମେଗା କାର୍ଯ୍ୟକ୍ରମକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ବିରୋଧୀ କଂଗ୍ରେସ ପୂର୍ବ ଉପନିର୍ବାଚନ ଯଥା ବିଜେପୁର, ପାଟକୁରା, ତିର୍ତ୍ତୋଲ ଓ ବାଲେଶ୍ୱରରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ଏବେ ପିପିଲି ଉପନିର୍ବାଚନକୁ ଦେଖି ମୁଖ୍ୟମନ୍ତ୍ରୀ ବହୁ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା, ପିପିଲି ନିର୍ବାଚନମଣ୍ଡଳୀ ବାସୀଙ୍କ ପାଇଁ ଲଲିପପ୍ ବୋଲି ବିଜେପି କହିଛି।

Advertisment

ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି ଯେ ପିପିଲି ଓ ଡେଲାଙ୍ଗର ବିକାଶ କାର୍ଯ୍ୟ ଅଟକିବ ନାହିଁ। ତାର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନେଇଛନ୍ତି।

ପିପିଲି ଉପନିର୍ବାଚନ ପାଇଁ କୌଣସି ମୁହୂର୍ତ୍ତରେ ବିଗୁଲ ବଜାଇପାରନ୍ତି ନିର୍ବାଚନ କମିଶନ୍। କିନ୍ତୁ ଏଯାଏ ସ୍ପଷ୍ଟ ହୋଇନି କୌଣସି ଦଳର ପ୍ରାର୍ଥୀଙ୍କ ନାଁ ସବୁ ଦଳରେ ଚାଲିଛି ଅଙ୍କକଷା। ବିଜେଡି କାହାକୁ କରିବ ମହାରଥୀଙ୍କ ଉତ୍ତରାଧିକାରୀ? ମହାରଥୀଙ୍କ ପତ୍ନୀ ପ୍ରତିଭା ନା ପୁଅ ରୁଦ୍ରପ୍ରତାପ ?

ଚର୍ଚ୍ଚା ହେଉଛି ଦଳୀୟ ସୁପ୍ରିମୋ କିଛି ସରପ୍ରାଇଜ୍ କାର୍ଡ ବି ଖେଳିପାରନ୍ତି। ସେପଟେ କଂଗ୍ରେସ ଅଜିତ ମଙ୍ଗରାଜ ଏବଂ ନିଶିକାନ୍ତ ମିଶ୍ର ଦୌଡ଼ରେ ଆଗରେ ଥିବାବେଳେ ବିଜେପି ପୁଣି ଥରେ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

ରିପୋର୍ଟ:- ଜଗଦୀଶ ଦାସ, ଦ୍ୱିତୀକୃଷ୍ଣ ପଟ୍ଟନାୟକ, ଅରିନ୍ଦମ ଦାସ

Pipili By-Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ