jury
ଭୁବନେଶ୍ୱର : ଓଡ଼ିଶା ଟେଲିଭିଜନ ଲିମିଟେଡ୍ ପକ୍ଷରୁ ପ୍ରଦତ୍ତ ଓଡ଼ିଶା ସିଟିଜେନ ଅାଓ୍ୱାର୍ଡ଼ -୨୦୧୮ ପାଇଁ ପ୍ରଥମ ପର୍ଯ୍ୟାୟ ଚୟନ କମିଟିର ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୮ଟି ପ୍ରମୁଖ ବିଭାଗ ଯଥା କୃଷି, କ୍ରୀଡ଼ା, ଉଦ୍ୟୋଗ, କଳା ଓ ସଂସ୍କୃତି, ମନୋରଞ୍ଜନ, ରାଜନୀତି, ସାମାଜିକ ସେବା ଏବଂ ଶିକ୍ଷା ଅାଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅାସିଥିବା ପ୍ରତିଭାଶାଳୀ ବ୍ୟକ୍ତିତ୍ୱଙ୍କୁ ଚୟନ କରାଯାଇଛି।
ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ମିହିର ଦାସ, ସମାଜସେବୀ ସୁଦର୍ଶନ ଦାସ, ସ୍ଥପତି ତଥା ସାଂସଦ ରଘୁନାଥ ମହାପାତ୍ର, ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକ, ଅଲମ୍ପିଅାନ୍ ଲାଜରୁସ୍ ବାର୍ଲା, ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ଟ୍ରିପଲ ଅାଇଟିର ପ୍ରଫେସର ଗୋପାଳ କୃଷ୍ଣ ନାୟକଙ୍କ ଭଳି ବିଶିଷ୍ଟ ବ୍ୟକ୍ତିତ୍ୱ ଏଥିରେ ଚୟନକର୍ତ୍ତାଭାବେ ଯୋଗଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jury_1626757702.jpg)