IAS
ଭୁବନେଶ୍ୱର: ପ୍ରକାଶ ପାଇଲା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ। ୨୦୧୮ ବର୍ଷ ଲାଗି UPSC ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ମୋଟ ୭୫୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।
ଏଥର ଆଇଏସ୍ ଟପ୍ପର ହୋଇଛନ୍ତି କନିସ୍କ କାଟାରିଆ। କନିଷ୍କ ଏବେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ସେହିଭଳି ଅକ୍ଷତ ଜୈନ ଦ୍ୱିତୀୟ, ଜୁନୈଦ ଅହମ୍ମଦ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ମହିଳାଙ୍କ କ୍ଷେତ୍ରରେ ଟପ୍ପର ହୋଇଛନ୍ତି ସୃଷ୍ଟି ଜୟନ୍ତ ଦେଶମୁଖ୍। ଓଡ଼ିଶାର ଅନ୍ୟା ଦାସ ମେରିଟ୍ ଲିଷ୍ଟର ୬୦ତମ ସ୍ଥାନ ଅଧିକାର କରିଛନ୍ତି ।
ସେହିପରି ୧୧୮ ସ୍ଥାନ ଅଧିକାର କରିଛନ୍ତି ଓଡ଼ିଶାର ସୌମ୍ୟରଂଜନ ରାଉତ। ୧୧୯ ରାଙ୍କରେ ଉପାସନା ମହାପାତ୍ର ଓ ୩୫୦ ରାଙ୍କରେ ଅଛନ୍ତି କଣ୍ଟାବାଞ୍ଜିର ନବଲ କିଶୋର ଜୈନ।
ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି କୃତୀମାନେ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବିଦେଶ ସେବା, ଭାରତୀୟ ପୁଲିସ୍ ସେବା ଓ କେନ୍ଦ୍ରୀୟ ସେବାର ‘ଏ’ ଓ ‘ବି’ ଗ୍ରୁପ୍ ଅଧିକାରୀ ବର୍ଗରେ ନିଯୁକ୍ତ ହେବେ।
ଏଥର ସିଭିଲ୍ ସର୍ଭିସ୍ରେ ୧୬ଜଣ ଓଡ଼ିଆ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IAS-12_1626759984.jpg)