/odishatv-khabar/media/post_attachments/uploadimage/library/16_9/16_9_0/cm-1_1626687638.jpg)
cm
ଭୁବନେଶ୍ୱର : ନୂଆ କୃଷି ନୀତିକୁ ରାଜ୍ୟ କ୍ୟାବିନେଟର ମଂଜୁରୀ । ଓଡ଼ିଶାରେ ଚାଷୀଙ୍କ ଆୟ ବଢ଼ାଇବା ପାଇଁ ୩ଟି ସୋପାନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହା ମଧ୍ୟରେ ରହିଛି ଚାଷରେ ବିବିଧତା, ଚାଷୀଙ୍କ ପାଇଁ ଉପଯୁକ୍ତ ବଜାର ସୃଷ୍ଟି ଏବଂ କୃଷିରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ ।
ଏହାସହ କ୍ୟାବିନେଟରେ ଆଜି ମୋଟ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଓଡ଼ିଆ ବିଶ୍ୱବିଦ୍ୟାଳୟର ହେଡକ୍ୱାର୍ଟର ସତ୍ୟବାଦୀରେ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି ।
ସେହିଭଳି ସରକାରୀ କଲେଜ ଅଧ୍ୟାପକ ନିଯୁକ୍ତି ନେଇ ସର୍ବନିମ୍ନ ବୟସସୀମା ବୃଦ୍ଧି କରାଯାଇ ଏହାକୁ ୪୮କୁ ଧାର୍ଯ୍ୟ କରାଯାଇଛି। ଏହାବାଦ୍ ଓଡ଼ିଶା ସିଭିଲ ସର୍ଭିସ କ୍ୟାଡର ରୁଲରେ ପରିବର୍ତ୍ତନକୁ ମଂଜୁରୀ ମିଳିଥିବା ବେଳେ ଏଣିକି ଭଲ ପ୍ରଦର୍ଶନ କଲେ ନିଜ ବ୍ୟାଚ୍ ବାହାରେ ବି ଅଧିକାରୀମାନେ ପଦୋନ୍ନତି ପାଇପାରିବେ। ଢେଙ୍କାନାଳ ଓଡ଼ିଶା ପଲିଫାଇଭର କଂପାନୀ ଷ୍ଟାମ୍ପ ଡ୍ୟୁଟି ଛାଡ଼, ଅମିନ, ଆର୍ଆଇ, ଏଆର୍ଆଇ ନିଯୁକ୍ତି ସଂପର୍କିତ ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ୍ ମୋହର ଲଗାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)