Advertisment

ରାଜ୍ୟ କ୍ୟାବିନେଟରେ ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେଥିମଧ୍ୟରେ ୨୦୨୦-୨୧ରେ ଖରିଫ ଧାନ ସଂଗ୍ରହ ପ୍ରସ୍ତାବ ସହ ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ମିଳିଛି ମିଞ୍ଜୁର କରାଯାଇଛି। ତା’ସହ ୨୦-୨୧ ଖରିଫ ବିପଣନ ବର୍ଷରେ ୪୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ନଭେମ୍ବରରୁ ମାର୍ଚ୍ଚ ଯାଏ ଖରିଫ, ମେ ମାସରୁ ଜୁନ୍ ମାସ ମଧ୍ୟରେ ରବି ଧାନ ସଂଗ୍ରହ ଲକ୍ଷ ରଖାଯାଇଛି। […]

author-image
Abinash Pati
ଅଦ୍ୟତନ ହୋଇଛି
ରାଜ୍ୟ କ୍ୟାବିନେଟରେ ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ

cbinet odisha

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେଥିମଧ୍ୟରେ ୨୦୨୦-୨୧ରେ ଖରିଫ ଧାନ ସଂଗ୍ରହ ପ୍ରସ୍ତାବ ସହ ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ମିଳିଛି ମିଞ୍ଜୁର କରାଯାଇଛି। ତା’ସହ ୨୦-୨୧ ଖରିଫ ବିପଣନ ବର୍ଷରେ ୪୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ନଭେମ୍ବରରୁ ମାର୍ଚ୍ଚ ଯାଏ ଖରିଫ, ମେ ମାସରୁ ଜୁନ୍ ମାସ ମଧ୍ୟରେ ରବି ଧାନ ସଂଗ୍ରହ ଲକ୍ଷ ରଖାଯାଇଛି।

Advertisment

କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ ଅଧିନିୟମକୁ ମଂଜୁରୀ ସହ କୋଭିଡ ମହାମାରୀରେ କୃଷକଙ୍କୁ ତୁରନ୍ତ ଲାଭ ଦେବା ପାଇଁ ଅଧିନିୟମକୁ ମୋହର ବାଜିଛି। ସେହିପରି ଗ୍ରୀଡ଼କୋ ଋଣ କରିବାକୁ ୨୬ଶହ କୋଟିର ଗ୍ୟାରେଣ୍ଟିକୁ ବି କ୍ୟାବିନେଟ ମଂଜୁରୀ ମିଳିଛି।

ସେହିପରି ପୁରୀ ପାଇଁ ମଧ୍ୟ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ। ଜଗନ୍ନାଥ ବଲ୍ଲଭ ଯାତ୍ରୀ ନିବାସ, ମାର୍କେଟ କଂପ୍ଲେକ୍ସ, ଶ୍ରୀସେତୁ ପାଇଁ ବ୍ୟୟ ବରାଦ ହୋଇଛି। ସମସ୍ତ ପ୍ରକଳ୍ପ ପାଇଁ ୪୬୧ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। ସମସ୍ତ କାର୍ଯ୍ୟ ୩୦ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଅଧିଗୃହୀତ ଜମି ପ୍ରଭୁ ଜଗନ୍ନାଥଙ୍କ ନାଁରେ ହସ୍ତାନ୍ତର ନିଷ୍ପତ୍ତି ହୋଇଛି।

Advertisment

ଅନ୍ୟପଟେ ଆଇନ ସଂକ୍ରାନ୍ତ ମାମଲାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୧୫ଟି ପୁରୁଣା ଆଇନ ଉଚ୍ଛେଦ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି। ୧୯୫୦ରୁ ୨୦୧୧ ମଧ୍ୟରେ ଆସିଥିବା ୨୧୫ ଆଇନ ଉଚ୍ଛେଦ ହେବ। କାମରେ ଆସୁନଥିବା ଆଇନ ଉଚ୍ଛେଦ ହେଲେ ଇଜ୍ ଅଫ୍ ଡୁଇଂ ସହଜ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

Advertisment
Advertisment