Advertisment

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ଭୁବନେଶ୍ୱର: ଜଗତସିଂହପୁର ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନ ଉପନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ ତତ୍ପର ସରକାର। ଭୋଟରଙ୍କ ମନ କିଣିବାକୁ ଘୋଷଣା ହେଉଛି ପ୍ରକଳ୍ପ ପରେ ପ୍ରକଳ୍ପ। ଦିଆଯାଉଛି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି। ହେଲେ ପୂର୍ବ ନିର୍ବାଚନ ବେଳର ପ୍ରତିଶ୍ରୁତି କିନ୍ତୁ ଏଯାଏଁ ପାଳନ ହୋଇନି। ଯାହାକୁ ଭୋଟ୍ ପଡ଼ିବା ପୂର୍ବରୁ ମନେ ପକାଇ ଦେଇଛନ୍ତି ଭୋଟର। ବାଲେଶ୍ୱର ସହର ଗୋଧିବସ୍ତା ବସ୍ତିର ରୁକ୍ମିଣୀ ପାତ୍ରଙ୍କ କଥା ଜାଣନ୍ତୁ। ପ୍ରାୟ ୫୦ ବର୍ଷ ହେଲା […]

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

election

Advertisment

ଭୁବନେଶ୍ୱର: ଜଗତସିଂହପୁର ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନ ଉପନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ ତତ୍ପର ସରକାର। ଭୋଟରଙ୍କ ମନ କିଣିବାକୁ ଘୋଷଣା ହେଉଛି ପ୍ରକଳ୍ପ ପରେ ପ୍ରକଳ୍ପ। ଦିଆଯାଉଛି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି। ହେଲେ ପୂର୍ବ ନିର୍ବାଚନ ବେଳର ପ୍ରତିଶ୍ରୁତି କିନ୍ତୁ ଏଯାଏଁ ପାଳନ ହୋଇନି। ଯାହାକୁ ଭୋଟ୍ ପଡ଼ିବା ପୂର୍ବରୁ ମନେ ପକାଇ ଦେଇଛନ୍ତି ଭୋଟର।

Advertisment

ବାଲେଶ୍ୱର ସହର ଗୋଧିବସ୍ତା ବସ୍ତିର ରୁକ୍ମିଣୀ ପାତ୍ରଙ୍କ କଥା ଜାଣନ୍ତୁ। ପ୍ରାୟ ୫୦ ବର୍ଷ ହେଲା ବସ୍ତିରେ ରହି ଆସୁଛନ୍ତି। ହେଲେ ଆଜି ଯାଏଁ ଜାଗା ମିଶନ୍‌ରେ ସାମିଲ ହୋଇନାହିଁ ରୁକ୍ମିଣୀଙ୍କ ନାଁ। ଜାଗା ମିଶନ୍ ପାଇଁ ବସ୍ତୀରେ ରୁକ୍ମିଣୀଙ୍କ ଭଳି ଅନେକ ଯୋଗ୍ୟ ଲୋକ ଅଛନ୍ତି, ତେବେ ସେମାନଙ୍କୁ କିନ୍ତୁ ଯୋଜନାରେ ସାମିଲ କରାଯାଇନି।

ବାଲେଶ୍ୱର ସହରରେ ପ୍ରାୟ ୫ ହଜାରରୁ ଅଧିକ ବସ୍ତି ବାସିନ୍ଦା ରହୁଛନ୍ତି। ଜାଗା ମିଶନରେ ପଟ୍ଟା ଖଣ୍ଡେ ପାଇବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ମ୍ୟୁନିସିପାଲଟି ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ବି କାହାରି ନିଘା ନଥିଲା, ଏମିତିକି ଅଡ଼ର ବଜାରର ଗଳାପୋଲ ଏବଂ ଗୋଧିବସ୍ତା ବସ୍ତି ଭାଙ୍ଗିବା ଲାଗି ନୋଟିସ୍ ବି ହୋଇଥିଲା।

Advertisment

ତେବେ ଉପ ନିର୍ବାଚନ ବିଗୁଲ୍ ବାଜିବା ପରେ ବଦଳିଯାଇଛି ପ୍ରଶାସନର ଆଭିମୁଖ୍ୟ। ନଗର ଉନ୍ନୟନ ମନ୍ତ୍ରୀ ନିଜେବସ୍ତି ବାସିନ୍ଦାଙ୍କୁ ପଟ୍ଟା ପାଇଁ ପ୍ରମାଣପତ୍ର ଦେବା ସହ କାହାକୁ ବି ଉଛେଦ କରାଯିବନି ବୋଲି ଅଭୟ ଦେଇଛନ୍ତି। ଏମିତିକି କୋଠାଘର ସହ ବିଜୁଳି ଓ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ବି ଦେଇଛନ୍ତି। ତେଣେ ୨୦୦୮ରେ ବୁଢ଼ାବଳଙ୍ଗ ବନ୍ୟାରେ କ୍ଷତିଗ୍ରସ୍ତ ବାଲେଶ୍ୱରର କ୍ଷତିଗ୍ରସ୍ତ ଅଞ୍ଚଳର ବିକାଶ ଓ ନଦୀବନ୍ଧ ମରାମତି ପାଇଁ ୬ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ ଏହା ନିର୍ବାଚନୀ ଭେଳିକି ବୋଲି କହିଛି ବିଜେପି।

ଜଗତସିଂହପୁର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ସରକାର ନିର୍ବାଚନୀ ଥୋପ ପକାଇଥିବା ଅଭିଯୋଗ ହେଉଛି ।  ତିର୍ତ୍ତୋଲ ଅଂଚଳରେ ମହାନଦୀ ଉପରେ ତିର୍ତ୍ତୋଲ-ପୋଷଲ ସେତୁ ଏବଂ ଜଇପୁର-କଟିକଟା ସେତୁ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହି ଅଞ୍ଚଳରେ ଦୀର୍ଘ  ବର୍ଷ ଧରି ରହିଥିବା ସମସ୍ୟା ପ୍ରତି ଆଖିବୁଜି ଦେଇଛନ୍ତି ସରକାର।

Advertisment

୨୦ ବର୍ଷ ହେଲା ବନ୍ଦ ପଡିଥିବା ତଥା ୧୫ଶହ ଲୋକଙ୍କ ଜୀବନ ଜୀବିକା ସାଜିଥିବା ସାରଳା ସୂତାକଳ କେବେ ଖୋଲିବ, ହଂସୁଆ ନଦୀ ବନ୍ୟାରୁ ଲୋକଙ୍କୁ କିଭଳି ସୁରକ୍ଷା ଦିଆଯିବ ସେ ଉତ୍ତର କିନ୍ତୁ କାହା ପାଖରେ ନଥିବା ବେଳେ ପୂର୍ବ ପ୍ରତିଶ୍ରୁତିକୁ ମନେ ପକାଇ ଦେଇଛନ୍ତି ତିର୍ତ୍ତୋଲ ମତଦାତା।

ବିଜେପୁର ଉପନିର୍ବାଚନ ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି। ଏଠିକାର ବାସିନ୍ଦା ତାହା ଭଲଭାବେ ଜାଣନ୍ତି। ତେଣୁ ବାଲେଶ୍ୱର ବସ୍ତିବାସିନ୍ଦା ଓ ତିର୍ତୋଲବାସୀଙ୍କୁ ସରକାର ଦେଉଥିବା ପ୍ରତିଶ୍ରୁତି ଧୂଆଁବାଣ ହେବନି ତ ତାକୁ ନେଇ ଭୋଟରଙ୍କ ମନରେ ପ୍ରଶ୍ନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ