Advertisment

ଆଜି ବଜେଟ: ଆସିପାରେ କୃଷି ଓ ସ୍ୱାସ୍ଥ୍ୟ ସଂକ୍ରାନ୍ତ ନୂଆ ଯୋଜନା

ଭୁବନେଶ୍ୱର: ବିଧାନସଭାରେ ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ।  ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କର ନଜର । ମହାମାରୀ କରୋନା ପରେ […]

ଆଜି ବଜେଟ: ଆସିପାରେ କୃଷି ଓ ସ୍ୱାସ୍ଥ୍ୟ ସଂକ୍ରାନ୍ତ ନୂଆ ଯୋଜନା

Odisha budget

Advertisment

ଭୁବନେଶ୍ୱର: ବିଧାନସଭାରେ ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ।  ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କର ନଜର ।

Advertisment

ମହାମାରୀ କରୋନା ପରେ ଆସୁଥିବା ଏହି ବଜେଟ୍‌ରୁ ଅନେକ କିଛି ଆଶା ରଖିଛନ୍ତି ବିଭିନ୍ନ ବର୍ଗ । ତେବେ ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ଅର୍ଥନୀତିର ବିକଳ ଚିତ୍ର ସାମ୍ନାକୁ ଆସିବା ପରେ, ଏହାକୁ ସରକାର କେମିତି ଟ୍ରାକ୍‌କୁ ଆଣିବେ, କେଉଁ ପଦକ୍ଷେପ ନେବେ, କେଉଁ କ୍ଷେତ୍ରକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବେ, କିଛି ପ୍ୟାକେଜ୍ ଘୋଷଣା କରିବେ କି ନାହିଁ, ସେନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ଏପଟେ ମୁଣ୍ଡପିଛା ଆୟ କମିଥିବା ବେଳେ, ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଚିନ୍ତା ବଢାଇଛି ଶହେ ମୁହାଁ ହୋଇଥିବା ପେଟ୍ରୋଲ ଓ ଡିଜେଲ୍ ଦର । ରାଜ୍ୟ ସରକାର କରୋନା ପରବର୍ତ୍ତୀ ବଜେଟ୍‌ରେ କେଉଁ ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି ଏବଂ କେଉଁ କ୍ଷେତ୍ରରେ କିଭଳି ବ୍ୟୟବରାଦ କରୁଛନ୍ତି, ତା ଉପରେ ବି ସାଧାରଣ ଲୋକଙ୍କ ନଜର ରହିଛି।

Advertisment

ଅନ୍ୟପକ୍ଷେ ଆଜି ବିଧାନସଭାରେ ଧାନ ମଣ୍ଡି ପ୍ରସଙ୍ଗରେ ଆଲୋଚନା ହେବ। ମଣ୍ଡିରେ ଧାନ ବିକ୍ରି ନେଇ ଚାଷୀ ଭୋଗୁଥିବା ଅସୁବିଧା ଏବଂ ଟୋକନ ସମସ୍ୟା ପ୍ରସଙ୍ଗରେ ଗୃହରେ ୨ ଘଣ୍ଟା ଧରି ବିସ୍ତୁତ ଆଲୋଚନା ହେବ। ରାଜ୍ୟରେ ଧାନ ବିକ୍ରି ସମସ୍ୟା ନେଇ ଶନିବାର ଦିନ ତମାମ ଗୃହରେ ବିରୋଧୀ ତୁମ୍ବିତୋଫାନ କରିଥିଲେ । ଏହାପରେ ସର୍ବଦଳୀୟ ବୈଠକ ବସିଥିଲା । ଆଜି ଗୃହରେ ମଣ୍ଡି ସମସ୍ୟା ଉପରେ ଆଲୋଚନା କରାଯିବ ବୋଲି ବାଚସ୍ପତି କହିଥିଲେ। ଆଜି ପ୍ରଶ୍ନକାଳ ପରେ ୨ ଘଣ୍ଟା ଧରି ଧାନମଣ୍ଡି ସଂପର୍କରେ ଆଲୋଚନା ହେବ।

ଏଥର ବଜେଟ କେମିତି ହେବ ସେ ନେଇ ଚାର୍ଟାଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ କହନ୍ତି, ବଜେଟ୍‌ରେ ନିଯୁକ୍ତି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଏହାଛଡ଼ା ଆମର ଯେତିକି ଶକ୍ତି ରହିଛି ତାହାର ଉପଯୋଗ କରିବାକୁ ପଡ଼ିବ। ଯେମିତି ଟୁରିଜିମ୍‌ ଉପରେ ଅଧିକ ଗୁରତ୍ୱ ଦେବାକୁ ପଡିବ। ଏହା ଦ୍ୱାରା ରାଜ୍ୟର ଜିଡିପି ବଢିବ ଏବଂ କର୍ମ ନିଯୁକ୍ତି ମଧ୍ୟ ବଢିବ ବୋଲି ସେ କହିଛନ୍ତି।

Advertisment

ଅନ୍ୟପକ୍ଷେ ବିରୋଧୀ ଦଳ ନେତା ପ୍ରଦୀପ ନାଏକ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। କେତେମାତ୍ରାରେ ଲୋକଙ୍କୁ କର୍ମସଂସ୍ଥାନ ପାଇ ପାରିବେ ତାହାର କ’ଣ ବ୍ୟବସ୍ଥା କରିଛନ୍ତି ବଜେଟ୍‌ରେ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି, ବଜେଟ୍‌ରେ କିଛି ନୂତନତ୍ୱ ଆସିବା ପରି ମୋର ମନେ ହେଉନାହିଁ। ରାଜ୍ୟ ସରକାରଙ୍କ ପାଖରେ ଋଣ କରିବା ବ୍ୟତୀତ ଆଉ କିଛି ବାଟ ଥିବା ପରି ମୋତେ ଆଉ କିଛି ଜଣାପଡ଼ୁନି।

ଶାସକ ଦଳ ବିଧାୟକ ଶଶି ଭୂଷଣ ବେହରା କହିଛନ୍ତି, ଏଥର ବଜେଟ୍‌ରେ ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯିବ।  କୃଷି ଓ ସ୍ୱାସ୍ଥ୍ୟ ସଂକ୍ରାନ୍ତ ନୂଆ ଯୋଜନା ବଜେଟରେ ପ୍ରତିଫଳିତ ହେବ ବୋଲି ଆଶ୍ୱାସନା ଦେଇଛନ୍ତି।

Odisha Budget 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ