Advertisment

ବଡ଼ ବଡ଼ ଯୋଜନା, ହେଲେ ହାତରେ ନାହିଁ ଅର୍ଥ; ଋଣ ଯନ୍ତାରେ ଫସିପାରନ୍ତି ସରକାର

ଭୁବନେଶ୍ୱର: ଆସନ୍ତା ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି ରାଜ୍ୟ ସରକାର। ଯାହାକି ଚଳିତ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ତୁଳନାରେ ୨୬% ଅଧିକ। ତେବେ ରାଜ୍ୟ ସରକାର କେଉଁଠୁ ଏତେ ଅର୍ଥ ଆଣିବେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅର୍ଥମନ୍ତ୍ରୀଙ୍କ ବଜେଟ୍ ଡକ୍ୟୁମେଣ୍ଟ କହୁଛି, ନିଜସ୍ୱ ରାଜସ୍ୱ ତଥା କେନ୍ଦ୍ରୀୟ ହସ୍ତାନ୍ତରରୁ ଲକ୍ଷେ ୨୫ ହଜାର କୋଟି ରାଜ୍ୟକୁ ମିଳିବ। ବଳକା ଚାହିଦା ପୂରଣ […]

ବଡ଼ ବଡ଼ ଯୋଜନା, ହେଲେ ହାତରେ ନାହିଁ ଅର୍ଥ; ଋଣ ଯନ୍ତାରେ ଫସିପାରନ୍ତି ସରକାର

budget

Advertisment

ଭୁବନେଶ୍ୱର: ଆସନ୍ତା ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି ରାଜ୍ୟ ସରକାର। ଯାହାକି ଚଳିତ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ତୁଳନାରେ ୨୬% ଅଧିକ। ତେବେ ରାଜ୍ୟ ସରକାର କେଉଁଠୁ ଏତେ ଅର୍ଥ ଆଣିବେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Advertisment

ଅର୍ଥମନ୍ତ୍ରୀଙ୍କ ବଜେଟ୍ ଡକ୍ୟୁମେଣ୍ଟ କହୁଛି, ନିଜସ୍ୱ ରାଜସ୍ୱ ତଥା କେନ୍ଦ୍ରୀୟ ହସ୍ତାନ୍ତରରୁ ଲକ୍ଷେ ୨୫ ହଜାର କୋଟି ରାଜ୍ୟକୁ ମିଳିବ। ବଳକା ଚାହିଦା ପୂରଣ ପାଇଁ ୪୪ ହଜାର କୋଟି ଟଙ୍କା ଋଣ କରିବେ ସରକାର। ଏହି ଋଣକୁ ମିଶାଇଲେ ୨୦୨୨ ମାର୍ଚ୍ଚ ସୁଦ୍ଧା ଓଡ଼ିଶାର ମୋଟ ଋଣ ୧ ଲକ୍ଷ ୨୫ ହଜାର କୋଟି ଡେଇଁଯିବ। ଅନ୍ୟପକ୍ଷରେ ୨୦୨୦ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରେ ମୁଣ୍ଡପିଛା ଋଣ ୨୦ ହଜାର ୨୬୫ ଟଙ୍କା ରହିଛି।

ଗୋଟିଏ ପଟେ ବଜେଟ୍‌ର ଆକାର ବଢ଼ିଚାଲିଛି ଆଉ ଅନ୍ୟପଟେ ଏହାକୁ ପୂରଣ କରିବାକୁ ଋଣଭାର ବି ବଢ଼ିଚାଲିଛି। ଆଗକୁ ଯଦି ସରକାର ନିଜସ୍ୱ ଆୟ ନ ବଢ଼ାନ୍ତି, ପୁଣିଥରେ ରାଜ୍ୟ ଋଣ ଜାଲରେ ଛନ୍ଦି ହେବ ବୋଲି ଆଶଙ୍କା କରିଛନ୍ତି ଅର୍ଥନୀତି ବିଶାରଦ। 

Advertisment

ଚାର୍ଟର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ ଅନୁସାରେ, ବର୍ତ୍ତମାନ ନିଜସ୍ୱ ଆୟ ବଢ଼ାଇବାକୁ ପଡ଼ିବ। ନହେଲେ ରାଜ୍ୟ ଋଣରେ ବୁଡ଼ିଯିବ ବୋଲି ରାଜୀବ ସାହୁ କହିଛନ୍ତି।

ଏଥର ବଜେଟ୍‌ରେ ପ୍ରଶାସନିକ ଖର୍ଚ୍ଚ ଢେର୍ ବଢ଼ାଇଛନ୍ତି ସରକାର। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଶାସନିକ ବ୍ୟୟବରାଦ ୬୫ ହଜାର ୬୫୫ କୋଟି ରହିଛି। କିନ୍ତୁ ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ରଶାସନିକ ଖର୍ଚ୍ଚକୁ ୮୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଯେଉଁଥିରେ ସିଂହଭାଗ  କର୍ମଚାରୀଙ୍କ ଦରମା, ଭତ୍ତା ଓ ପେନ୍ସନ୍ ରହିଛି।

Advertisment

ସେପଟେ ବଜେଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, କୃଷି, ପାନୀୟଜଳ, ପର୍ଯ୍ୟଟନ, ଶ୍ରମ, ନିଯୁକ୍ତି ଓ ଜୀବିକାକୁ ଗୁରୁତ୍ୱ ଦେଇଛନ୍ତି ସରକାର। ସହରାଞ୍ଚଳରେ ଶ୍ରମ ନିଯୁକ୍ତି ସୃଷ୍ଟି ପାଇଁ ଘୋଷଣା କରିଛନ୍ତି 'ମୁକ୍ତା' ଯୋଜନା। ଏହାଯୋଗୁ ସୃଷ୍ଟି ହେବ ୧୧ ଲକ୍ଷ ୧୩ ହଜାର ଶ୍ରମ ଦିବସ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ନିର୍ମାଣ ପାଇଁ ଆବାସ ଯୋଜନାରେ ୩ ହଜାର ୩୦୦ କୋଟି ଟଙ୍କା ଘୋଷଣା କରାଯାଇଛି।

ଭିତ୍ତିଭୂମି କ୍ଷେତ୍ରରେ ସଡ଼କ ନିର୍ମାଣ ପାଇଁ ୨ ହଜାର ୨ଶହ ୯୬ କୋଟି ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟନ ବ୍ୟୟବରାଦ ୨୫ % ବଢ଼ି ୫ଶହ କୋଟିରେ ପହଞ୍ଚିଛି। କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ଦିଆଯାଇଛି ୪ଶହ କୋଟି।

ଏଥିରୁ ଜଣାପଡ଼ୁଛି ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ଏସବୁ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି ସରକାର। ସେହିପରି ବଜେଟ୍‌ରେ ମନ୍ଦିରର ବିକାଶ ପାଇଁ ଟଙ୍କା ବଢ଼ିଛି, କିନ୍ତୁ କୃଷି ବଜେଟ୍ କମିଚାଲିଛି।  ୨୦୧୯-୨୦ରେ ରାଜ୍ୟ କୃଷି ବଜେଟ୍ ଥିଲା ୨୦ ହଜାର ୭୧୪ କୋଟି ଟଙ୍କା। ୨୦୨୦-୨୧ରେ ଏହା ୧୯ ହଜାର ୪୦୮ କୋଟିକୁ ଖସି ଏଥରର ୧୭ ହଜାର ୪୬୮ କୋଟିରେ ପହଞ୍ଚିଛି। ଯେହେତୁ କାଳିଆ ଯୋଜନାରେ ଟଙ୍କା କମିଛି, କୃଷି ବଜେଟ୍ କମୁଥିବା କୁହାଯାଇଛି।

ରାଜ୍ୟ ବଜେଟ୍‌ ନେଇ ବିରୋଧୀ ଦଳ ପ୍ରଦୀପ୍ତ ନାୟକ କହିଛନ୍ତି ଯେ ଋଣ ଉପରେ କିମ୍ବା କେନ୍ଦ୍ର ସରକାର ଉପରେ ନିର୍ଭର ନକଲେ ବଜେଟ୍ ହୋଇପାରୁନି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯାହା କରିବା କଥା ସେପରି କିଛି ପଦକ୍ଷେପ ନେଇ ନାହାନ୍ତି ବୋଲି ପ୍ରଦୀପ୍ତ ନାୟ କହିଛନ୍ତି।

ଅନ୍ୟପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏପରି ବଜେଟ୍ କରିଛନ୍ତି। ଚାଷୀ ପାଇଁ କିଛି ନାହିଁ କି ଲୋକଙ୍କ ପାଇଁ କିଛି ନାହିଁ ବୋଲି ସାଲୁଜା  କହିଛନ୍ତି।

ପର୍ଯ୍ୟଟନ ଏବଂ କ୍ରୀଡ଼ା କ୍ଷେତ୍ରକୁ ବଜେଟ୍‌ରେ ସର୍ବାଧିକ ପାଣ୍ଠି ଦେଇଛନ୍ତି ରାଜ୍ୟ ସରକାର। ଏନେଇ  ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ ପର୍ଯ୍ୟଟନ କ୍ଷେତ୍ରରେ ଯେଉଁ ସରକାର ଯେଉଁ ଗୁରୁତ୍ୱ ଦେଇଛନ୍ତି, ତେଣୁ ଏ କ୍ଷେତ୍ରରେ କିଛି ପରିବର୍ତ୍ତନ ଆସିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ବଜେଟ୍‌ରେ ବ୍ୟୟବରାଦ ସିନା ହୋଇଗଲା କିନ୍ତୁ କାର୍ଯ୍ୟକାରୀତାକୁ ଅପେକ୍ଷା। 

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ, ହରିହର ଚାନ୍ଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ