Advertisment

Heart-Wrenching Tale: ଆମେରିକାରେ ଓଡ଼ିଆ ପୋଷ୍ୟ କନ୍ୟାକୁ ଅତ୍ୟାଚାର, ସୋସିଆଲ୍ ମିଡ଼ିଆରେ ଲୋମଟାଙ୍କୁରା କାହାଣୀ ବଖାଣିଲେ ପୀଡ଼ିତା

ଦିନେ ଯିଏ ନୂଆ ଜୀବନ ଜୀଇଁବାର ସ୍ବପ୍ନ ଦେଖି ପରଦେଶୀଙ୍କୁ ବାପା, ମା’ ଭାବି ଯାଇଥିଲେ ସୁଦୂର ଆମେରିକା...ନିର୍ଯାତନାର ଲୁହରେ ଏବେ ବତୁରି ଗଲାଣି ମନ ଆଉ ପ୍ରାଣ...ଆମେରିକାରୁ ଅନାଥ ଝିଅଙ୍କ ଆକୁଳ ନିବେଦନ..ଓଡ଼ିଶା ଫେରାଇ ନେବାକୁ କାକୁତି ମୀନତି ।

author-image
Tapan Swain
GIRL

GIRL Photograph: (OTV)

ଆମେରିକାରେ ଅସହ୍ୟ ନିର୍ଯାତନାରେ ଭାଙ୍ଗି ପଡ଼ିଛି ଓଡ଼ିଆ ଝିଅଟିଏ। କଅଁଳ ବୟସରେ ଟ୍ରେନରେ ଯିବାବେଳେ ବାପା, ମା’ ଠାରୁ ଅଲଗା ହେବା ପରେ ପୋଷ୍ୟ କନ୍ୟା ସାଜି ଆମେରିକା ଯାଇଥିବା ଅନାଥ ଝିଅଟି ନିଇତି ଭୋଗୁଛି ଶାରୀରିକ ଓ ମାନସିକ ଯନ୍ତ୍ରଣା। ଧର୍ମ ପରିବର୍ତ୍ତନର ଧମକ ଦିଆଯାଉଛି। ଅଖିଆ ଅପିଆ ରଖି କାମ କରାଉଛନ୍ତି ଆମେରିକୀୟ ଦମ୍ପତି।

Advertisment

ଶେଷରେ ମୁକୁଳିବାର ବାଟ ନପାଇ ସୋସିଆଲ ମିଡ଼ିଆରେ ନିଜ ସାଙ୍ଗକୁ ସବୁ ଜଣାଇଛନ୍ତି। ତା’ସହ ଉଦ୍ଧାର କରି ଓଡ଼ିଶା ନେଇଯିବାକୁ ଭିଡ଼ିଓ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଦରିଆପାରିର ଦୁଃଖଦ କାହାଣୀକୁ ନେଇ ଏକ ରିପୋର୍ଟ।... 

ଦିନେ ଯିଏ ନୂଆ ଜୀବନ ଜୀଇଁବାର ସ୍ବପ୍ନ ଦେଖି ପରଦେଶୀଙ୍କୁ ବାପା, ମା’ ଭାବି ଯାଇଥିଲେ ସୁଦୂର ଆମେରିକା...ନିର୍ଯାତନାର ଲୁହରେ ଏବେ ବତୁରି ଗଲାଣି ମନ ଆଉ ପ୍ରାଣ...ଆମେରିକାରୁ ଅନାଥ ଝିଅଙ୍କ ଆକୁଳ ନିବେଦନ..ଓଡ଼ିଶା ଫେରାଇ ନେବାକୁ କାକୁତି ମୀନତି । 

Advertisment

କାରଣ ଅତିଷ୍ଠ ହୋଇପଡ଼ିଛି ଅତ୍ୟାଚାର...ଧର୍ମ ପରିବର୍ତ୍ତନ ପାଇଁ ଦିଆଯାଇଛି ଧମକ...ଦୁଇ ଦୁଇ ଥର ହତ୍ୟା ପାଇଁ ବି ହୋଇଛି ଉଦ୍ୟମ । ଅଭିଯୋଗ ଶୁଣିଲେ, ଛାତି କୋରି ହୋଇଯାଉଛି, ଲୋମଟାଙ୍କୁରି ଉଠୁଛି। ଦିନେ କୁନି ବୟସରେ ଯାଇଥିଲେ ଆମେରିକା, ଆଜି ବଢ଼ିଲା ଝିଅକୁ ଦିଆଯାଉଛି ଅକଥନୀୟ ନିର୍ଯାତନା। ଯାହାଙ୍କ ନାଁ ପୂଜା ଓରଫ୍ ସେଜଲ୍ ଜନ୍। 

୨୦୦୬, ସେପଟେମ୍ବର ୧୫ରେ ଜନ୍ମିତ ପୂଜା ୨୦୧୮ରେ ସୁସେନ୍ ନାମକ ଏହି ମହିଳା ଏବଂ ତାଙ୍କ ସ୍ବାମୀଙ୍କ ପୋଷ୍ୟ କନ୍ୟା ସାଜି ଆମେରିକା ଯାଇଥିଲେ। ସେତେବେଳେ ତାଙ୍କୁ ୧୦/୧୨ ବର୍ଷ ବୟସ ହୋଇଥିଲା। ହେଲେ ଆଜିକୁ ୭ ବର୍ଷ ବିତିଗଲା, ଅସହ୍ୟ ନିର୍ଯାତନା ଅଭିଯୋଗ ଆଣି, ସେ ଆଉ ଆମେରିକାରେ ରହିବାକୁ ଚାହୁଁ ନାହାଁନ୍ତି। ତୁରନ୍ତ ଓଡ଼ିଶାକୁ ଫେରାଇ ନେବାକୁ ନିବେଦନ କରିଛନ୍ତି। ଭିଡ଼ିଓ ଜାରି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବି ନେହୁରା ହୋଇଛନ୍ତି।

ଛୋଟ ବୟସରେ ବାପା, ମା’ଙ୍କ ସହ ରାଜ୍ୟ ବାହାରକୁ ଟ୍ରେନରେ ଯିବାବେଳେ ହଠାତ୍ କୌଣସି ଏକ ମୂହୁର୍ତ୍ତରେ ଅଲଗା ହୋଇଗଲେ ପୂଜା। ତେବେ ଚାଇଲଡ ଲାଇନ ତାଙ୍କୁ ଉଦ୍ଧାର କରି ଓଡ଼ିଶା ପଠାଇବା ପରେ ପ୍ରଥମେ ବାଲେଶ୍ବର ନୀଳଗିରି ଓ ପରେ ଭୁବନେଶ୍ବର ନହରକଣ୍ଟାରେ ଥିବା ପଲ୍ଲୀ ଉନ୍ନୟନ ସେବା ସମିତିରେ ରଖି ପାଠ ପଢାଯାଉଥିଲା। ଆଉ ୨୦୧୮ରେ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ତଥା ସୁଭଦ୍ରା ମହତାବ ସେବା ସଦନ ଜରିଆରେ ସୁସେନ୍ ଏବଂ ତାଙ୍କ ସ୍ବାମୀ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରି ଆମେରିକା ନେଇଥିଲେ।

କିନ୍ତୁ ଏବେ ତାଙ୍କୁ ନିର୍ଯାତନା ସହ ହତ୍ୟା ଧମକ ଦିଆଯାଉଥିବା ଅଭିଯୋଗ ଆଣି ସ୍କୁଲ ବେଳର ଜଣେ ସାଙ୍ଗକୁ ସୋସିଆଲ୍ ମିଡ଼ିଆରେ ସବୁ ଜଣାଇଛନ୍ତି। ପାଖରେ ମୋବାଇଲ ନ ଥିବାରୁ ଘରେ ଥିବା କମ୍ପ୍ୟୁଟର ଜରିଆରେ ସୋସିଆଲ ମିଡ଼ିଆରେ ଯୋଗାଯୋଗ କରି ସବୁ କଥା ବଖାଣିଥିବା ତାଙ୍କ ସାଙ୍ଗ କହିଛନ୍ତି। 

ତେବେ ଆମେରିକାରେ ଅସୁରକ୍ଷିତ ଏହି ପୋଷ୍ୟକନ୍ୟାଙ୍କ ପାଇଁ ଉତ୍ତରଦାୟୀ କିଏ ? କାରଣ ପୋଷ୍ୟ ସନ୍ତାନଙ୍କ ଭଲ ମନ୍ଦ ବୁଝିବା ପାଇଁ କେନ୍ଦ୍ରରେ ରହିଛି ସେଣ୍ଟ୍ରାଲ୍ ଆଡପ୍ସନ ରିସୋର୍ସ ଅଥରିଟି-CARA ଏବଂ ରାଜ୍ୟରେ ରହିଛି ଷ୍ଟେଟ ଆଡ଼ପ୍ସନ ଏଜେନସି-SARA। ତେବେ SARA କିମ୍ବା CARA ଏ ସଂପର୍କରେ ଅବଗତ ଅଛନ୍ତି କି ? 

ସଂପୃକ୍ତ ଯୁବତୀ ପୂଜା ଉଭୟ ସଂସ୍ଥାକୁ ଜଣାଇଛନ୍ତି ନା ନାହିଁ ? ଭିଡ଼ିଓ ସାମ୍ନାକୁ ଆସିବା ପରେ କିଛି ପଦକ୍ଷେପ ନିଆଯାଇଛି କି ? ତାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ବାଲେଶ୍ବର ଜିଲ୍ଲାପାଳ କହିଛନ୍ତି, ଉଭୟ ସଂସ୍ଥାକୁ ଅବଗତ କରିଦିଆଯାଇଛି। ତାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ। 

କାହିଁକି ପୋଷ୍ୟ କନ୍ୟା ଭାବେ ନେଇ ଅନାଥ ଝିଅକୁ ନିର୍ଯାତନା ଦେଉଥିଲେ ସଂପୃକ୍ତ ପାଶ୍ଚାତ୍ୟ ଦମ୍ପତ୍ତି ? ଏ ସଂପର୍କରେ ଉଭୟ ପତିପତ୍ନୀଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ କେବେ ଓ କେମିତି ସୁରକ୍ଷିତ ଫେରିବେ ପୂଜା, ତା ଉପରେ ଏବେ ସମସ୍ତଙ୍କ ନଜର।...... 

USA Odia Girl
Advertisment