Advertisment

ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ମିଳିଲା ମାନ୍ୟତା

ଭୁବନେଶ୍ୱର: ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ଆଜି ବିଧିବଦ୍ଧ ଭାବେ ମିଳିଲା ମାନ୍ୟତା। ଆନୁଷ୍ଠାନିକ ଭାବେ ଆଜି ସମୁଦ୍ରକୂଳରେ ଲାଗିଛି ବ୍ଲୁଫ୍ଲାଗ୍। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର୍ ଭିଡିଓ କନ୍ଫେରେନ୍ସିଂରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ପୁରୀ ବିଚ୍‌ରେ ଆଜି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଚ୍‌ରେ ବ୍ଲୁଫ୍ଲାଗ୍‌କୁ ଉଡ଼ାଇଛନ୍ତି। ପୁରୀ ସମେତ ୮ଟି ବିଚ୍‌ର ଏକାସଙ୍ଗେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ପ୍ରଦୂଷଣମୁକ୍ତ କରିବା ନେଇ ପଦକ୍ଷେପ ପାଇଁ ପୂର୍ବରୁ […]

ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ମିଳିଲା ମାନ୍ୟତା

sea-beach

Advertisment

ଭୁବନେଶ୍ୱର: ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ଆଜି ବିଧିବଦ୍ଧ ଭାବେ ମିଳିଲା ମାନ୍ୟତା। ଆନୁଷ୍ଠାନିକ ଭାବେ ଆଜି ସମୁଦ୍ରକୂଳରେ ଲାଗିଛି ବ୍ଲୁଫ୍ଲାଗ୍। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର୍ ଭିଡିଓ କନ୍ଫେରେନ୍ସିଂରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ପୁରୀ ବିଚ୍‌ରେ ଆଜି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଚ୍‌ରେ ବ୍ଲୁଫ୍ଲାଗ୍‌କୁ ଉଡ଼ାଇଛନ୍ତି। ପୁରୀ ସମେତ ୮ଟି ବିଚ୍‌ର ଏକାସଙ୍ଗେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ପ୍ରଦୂଷଣମୁକ୍ତ କରିବା ନେଇ ପଦକ୍ଷେପ ପାଇଁ ପୂର୍ବରୁ ଏହାକୁ ତୃତୀୟ ପୁରସ୍କାର ମିଳିଛି

Advertisment

ପୁରୀ ମେ ଫେୟାରରୁ ଦିଗବାରିଣୀ ଯାଏ ୮୬୦ ମିଟର୍ ସମୁଦ୍ରକୂଳ ଅଞ୍ଚଳକୁ ବ୍ଲୁଫ୍ଲାଗ୍ ବିଚ୍ ମାନ୍ୟତା ମିଳିଛି। ବିଶ୍ୱସ୍ତରରେ ପୁରୀ ସମୁଦ୍ରକୂଳକୁ ପରିଚିତ କରିବାକୁ ପଦକ୍ଷେପ ନିଆଯାଇଛି। କିପରି ଭାବେ ପୁରୀକୁ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରାଯିବ। ତା ସହ ପୁରୀକୁ ସ୍ୱତନ୍ତ୍ର ପରିଚୟ ଦେଇଛି ପୁରୀ ବ୍ଲୁଫ୍ଲାଗ୍ ବିଚ୍। ତେବେ ପରିବେଶକୁ ସୁରକ୍ଷା ରଖିବା ପାଇଁ ପର୍ଯ୍ୟଟକ, ବିଶେଷ କରି ପୁରୀବାସୀଙ୍କୁ ନିବେଦନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ। ଏହାସହ ସେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଧନ୍ୟବାଦ ଦେଇଛନ୍ତି।

ବେଳାଭୂମିର ଗୋଟିଏ ଅଂଶକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ମିଳିଛି। ଡେନମାର୍କର ଫାଉଣ୍ଡେସନ ଫର୍ ଏନଭାରନମେଣ୍ଟାଲ ଏଜୁକେସନ- (FEE) ପକ୍ଷରୁ ଦିଗବାରେଣୀ ଖୁଣ୍ଟିଠାରୁ ମେ ଫେୟାର ହୋଟେଲ ଯାଏ ୮୬୦ ମିଟର ଲମ୍ବର ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦିଆଯାଇଛି। ଫଳରେ ଏଠାରେ ସମସ୍ତ ପ୍ରକାରର ଅନ୍ତର୍ଜାତୀୟ ସୁବିଧା ମିଳିପାରିବ।

Advertisment

ବିଶେଷ କରି ବାଥିଂ ଜୋନ, ସୁରକ୍ଷିତ ସ୍ଥାନ, ଟଏଲଟ ବ୍ୟବସ୍ଥା ସହ ସନ୍ତୁଳିତ ପରିବେଶ, ଚେଞ୍ଜିଂ ରୁମ୍, ପରିଷ୍କାର ପରିଛନ୍ନ ସମୁଦ୍ର ବେଳାଭୂମି ସହ ୨୪ ଘଣ୍ଟିଆ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ରହିବ। ଏହିସବୁ ସର୍ତ୍ତ ପୂରଣ କରିବାରୁ FEE ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦେଇଛି। ଏଥିପାଇଁ ମୋ ବିଚ୍ ଟିମ୍, ଗଣମାଧ୍ୟମ ପ୍ରତିନିଧି, ପୁରୀବାସୀ ଓ ସଂପୃକ୍ତ ସଂସ୍ଥାକୁ ଧନ୍ୟବାଦ ଦେଇଥିଲେ ପୁରୀ ଜିଲ୍ଲାପାଳ। ଏହା ବ୍ୟତୀତ ଦେଶର ଆଉ ୭ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍‌ର ମାନ୍ୟତା ମିଳିଛି

Puri Beach Odisha Tourism
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ