Advertisment

ପ୍ରାର୍ଥୀଙ୍କ ନାଁ ଘୋଷଣାରେ ବିଜେପି ଆଗରେ

ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସରିଛି। ବାକି ୨ ପର୍ଯ୍ୟାୟ ପାଇଁ ଅଧିକାଂଶ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ତେବେ ପ୍ରାର୍ଥୀ ଘୋଷଣାରେ ବିଜେଡି ଓ କଂଗ୍ରେସ୍‌କୁ ପଛରେ ପକାଇ ଦେଇଛି ବିଜେପି। ବିଜେପି ରାଜ୍ୟର ମୋଟ ୧୭ ଲୋକସଭା ଓ ୧୩୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବାକି ରହିଛି ୪ ଲୋକସଭା ଓ ୧୫ […]

author-image
Jyotsnamayee Pradhan
ପ୍ରାର୍ଥୀଙ୍କ ନାଁ ଘୋଷଣାରେ ବିଜେପି ଆଗରେ

bjp

ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସରିଛି। ବାକି ୨ ପର୍ଯ୍ୟାୟ ପାଇଁ ଅଧିକାଂଶ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ତେବେ ପ୍ରାର୍ଥୀ ଘୋଷଣାରେ ବିଜେଡି ଓ କଂଗ୍ରେସ୍‌କୁ ପଛରେ ପକାଇ ଦେଇଛି ବିଜେପି।

Advertisment

ବିଜେପି ରାଜ୍ୟର ମୋଟ ୧୭ ଲୋକସଭା ଓ ୧୩୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବାକି ରହିଛି ୪ ଲୋକସଭା ଓ ୧୫ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା।

କଂଗ୍ରେସ ଏଯାଏ ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୩ ଲୋକସଭା ଆସନରେ ସହଯୋଗୀ ଦଳ ସହ ବୁଝାମଣା କରିଛି। ତେଣୁ କଂଗ୍ରେସର ଆଉ ୧୦ଟି ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ବାକି ରହିଛି। ଦଳ ଆହୁରି ୪୮ ବିଧାନସଭା ଆସନ କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା କରିବ।

Advertisment

ସେହିପରି ବିଜେଡି ଏଯାଏ ୩ ଲୋକସଭା ଓ ୪୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରିନାହିଁ।

Advertisment
Advertisment