Advertisment

୨୯ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: କରୋନା ମହାମାରୀ କଟକଣା ମଧ୍ୟରେ ଚଳିତମାସ ୨୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ। ଚଳିତ ଅଧିବେଶନ ମାତ୍ର ୮ଦିନ ଅର୍ଥାତ୍ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବସିବ। ରବିବାର ଛୁଟିଦିନ ସତ୍ତ୍ୱେ ବିଧାନସଭା ଅଧିବେଶନ ଚାଲିବ। ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ବିଧାନସଭା ସଚିବାଳୟ ପକ୍ଷରୁ ଜାରି ହୋଇଛି। କେବଳ ଅକ୍ଟୋବର ୨ତାରିଖ ଗାନ୍ଧିଜୟନ୍ତୀ ପାଇଁ ବିଧାନସଭା ଛୁଟି ରହିବ। ନଚେତ୍ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ସମସ୍ତ ଦିନ ବିଧାନସଭା ଅଧିବେଶନ ଚାଲିବ। […]

author-image
Ranjeet Kumar Jena
୨୯ରୁ ବିଧାନସଭା ଅଧିବେଶନ

bidhansava

ଭୁବନେଶ୍ୱର: କରୋନା ମହାମାରୀ କଟକଣା ମଧ୍ୟରେ ଚଳିତମାସ ୨୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ। ଚଳିତ ଅଧିବେଶନ ମାତ୍ର ୮ଦିନ ଅର୍ଥାତ୍ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବସିବ। ରବିବାର ଛୁଟିଦିନ ସତ୍ତ୍ୱେ ବିଧାନସଭା ଅଧିବେଶନ ଚାଲିବ। ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ବିଧାନସଭା ସଚିବାଳୟ ପକ୍ଷରୁ ଜାରି ହୋଇଛି।

Advertisment

କେବଳ ଅକ୍ଟୋବର ୨ତାରିଖ ଗାନ୍ଧିଜୟନ୍ତୀ ପାଇଁ ବିଧାନସଭା ଛୁଟି ରହିବ। ନଚେତ୍ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ସମସ୍ତ ଦିନ ବିଧାନସଭା ଅଧିବେଶନ ଚାଲିବ। ଏହି ୮ଦିନିଆ ଅଧିବେଶନରେ କେବଳ ଅକ୍ଟୋବର ୬ତାରିଖଟି ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ଆବଣ୍ଟନ କରାଯାଇଥିବାବେଳେ ଅନ୍ୟ ସମସ୍ତ ୭ଦିନ ଅଫିସିଆଲ ବିଜିନେସ୍ ରହିବ। ଚଳିତ ଅଧିବେଶନରେ ଅତିରିକ୍ତ ବଜେଟ୍ ଆସିବ ନାହିଁ। ପ୍ରଶ୍ନକାଳ କିମ୍ବା ଶୂନ୍ୟକାଳ ମଧ୍ୟ ହେବ ନାହିଁ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କରୋନା କଟକଣା ମଧ୍ୟରେ ଚଳିତଥର ବିଧାନସଭା ଅଧିବେଶନ ବସିବାକୁ ଯାଉଛି। ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ,ମନ୍ତ୍ରୀ ଓ ବିଧାନସଭାର କର୍ମଚାରୀମାନଙ୍କର କରୋନା ପରୀକ୍ଷାକୁ ବାଚସ୍ପତି ବାଧ୍ୟତାମୂଳକ କରିବା ସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି।

Advertisment
Advertisment
Advertisment