Advertisment

ସୁରୁଖୁରୁରେ ଚାଲି ପାରୁନାହିଁ ବିଧାନସଭା: ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଲେ ହଟ୍ଟଗୋଳ

ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ବି ବିଧାନସଭା ଅଚଳ ହୋଇଛି। ଆଜି ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିଥିଲେ, ଫଳରେ ଗୋଟିଏ ମିନିଟ୍ ବି ପ୍ରଶ୍ନକାଳ ଚାଲି ପାରିନଥିଲା।

author-image
Sarbeswar
ସୁରୁଖୁରୁରେ ଚାଲି ପାରୁନାହିଁ ବିଧାନସଭା: ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଲେ ହଟ୍ଟଗୋଳ

assembly

ଭୁବନେଶ୍ୱର: ବଜେଟ୍ ଅଧିବେଶନ ର ଦ୍ୱିତୀୟ ଦିନରେ ବି ବିଧାନସଭା ଅଚଳ ହୋଇଛି। ଆଜି ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିଥିଲେ, ଫଳରେ ଗୋଟିଏ ମିନିଟ୍ ବି ପ୍ରଶ୍ନକାଳ ଚାଲି ପାରିନଥିଲା। ଚାଷୀ ସମସ୍ୟା ଓ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରବଳ ହୋହାଲ୍ଲା କରିବାରୁ ଗୃହ କାର୍ଯ୍ୟକୁ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ମୁଲତବି ରଖିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

Advertisment

ହେଲେ ସାଢ଼େ ୧୧ଟାରେ ଗୃହ ପୁଣି ଆରମ୍ଭ ହେବା ମାତ୍ରେ ହଟ୍ଟଗୋଳ ଥମିବାରେ ନା ନେଇନଥିଲା। ଚାଷୀ ପ୍ରସଙ୍ଗରେ ଆଲୋଚନା ଲାଗି ବିରୋଧୀ ଅଡ଼ି ବସିବାରୁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି।

ସେପଟେ ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ପ୍ରକୃତରେ ଚାଷୀଙ୍କ ଦୁର୍ଦ୍ଦଶା ଆଖିରେ ଯିଏ ଦେଖିନାହିଁ ସେ ବିଶ୍ୱାସ କରିବ ନାହିଁ। କେନ୍ଦ୍ର ସରକାର ଧାନ କିଣିବା ଲାଗି କୋଟି କୋଟି ଟଙ୍କା ଦେଉଛନ୍ତି ରାଜ୍ୟ ସରକାରଙ୍କୁ। କିନ୍ତୁ ଏ ରାଜ୍ୟ ସରକାରଙ୍କ ହାତରୁ କଣ ଯାଉଛି କେଜାଣି, ସେ କାହିଁକି ଧାନ କିଣୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ। ଚାଷୀ ନିରୀହ ମଳିମୁଣ୍ଡିଆ ଲୋକ। ସେ କରିବ କଣ? କେବଳ ନିଜ ଲୋକ ଓ ପ୍ରୟାପ୍ରୀତି ମଧ୍ୟରେ ଧାନ କିଣାବିକା ଚାଲିଛି। ହଇରାଣ କେବଳ ଚାଷୀ ହେଉଛନ୍ତି। କପାଳରେ ହାତ ଦେଇ ନିଜ ଦୁଆରେ ବସିଛି। କୋଉଦିନ ଟୋକନ ଆସିବ ଆଉ ଧାନ ବିକ୍ରି ହେବ ସେ ଚିନ୍ତାରେ ଚାଷୀ, ଏମାନେ କେବଳ ଦିନରେ ମିଛ କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଷ୍ଣୁ।

Advertisment

ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ମଣ୍ଡିରେ ଏବେ ହଜାର ହଜାର ବସ୍ତା ଧାନ ପଡିଛି। ଆଉ ସରକାର ଚାଷୀ ଆଉ କାଳିଆ ଯୋଜନା କଥା କହୁଛନ୍ତି। କିନ୍ତୁ ଚାଷୀ ଦୁର୍ଭାଗ୍ୟ ସେ ନିଜ ପରିଶ୍ରମର ଧାନକୁ ବିକ୍ରି ବି କରିପାରୁନାହିଁ। ରାଜ୍ୟ ସରକାର କି ମୁଖ୍ୟମନ୍ତ୍ରୀଙ୍କର ମାନବିକତା ନାହିଁ, ମିଲରଙ୍କ ସାଙ୍ଗେ ପ୍ରେମ କରୁଛନ୍ତି ସରକାର। ଚାଷୀ କାନ୍ଦୁଛି ଆଉ ସରକାର ହସୁଛି ବୋଲି ତାରା କହିଛନ୍ତି। 

ଏପଟେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ କହିଛନ୍ତି ଦେବୀମିଶ୍ର କହିଛନ୍ତି ଯେ, ପ୍ରଶ୍ନକାଳରେ ରାଜ୍ୟର ସମସ୍ତ ବିଧାୟକ ହିଁ ପ୍ରଶ୍ନ କରନ୍ତି। ତେଣୁ ଏଥିରେ କୌଣସି ଦ୍ୱିମତ ନାହିଁ। ଅନେକ ପ୍ରଶ୍ନ ପଚାରିବାର ଆବଶ୍ୟକତା ରହିଛି ତେଣୁ ପ୍ରଶ୍ନକାଳକୁ ବାତିଲ କରିବା ସମୀଚିନ୍ନ ନୁହେଁ ବୋଲି ଦେବୀ ମିଶ୍ର କହିଛନ୍ତି।             

ଆହୁରି ପଢନ୍ତୁ: କେବଳ ଚାଷୀଙ୍କୁ ଲୁଟି ନାହାନ୍ତି, ରାଜ୍ୟ ସରକାରଙ୍କୁ ବି କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି ମିଲର୍

Odisha Budget 2021
Advertisment
Advertisment