Advertisment

କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ଆସିଲା ନୂଆ ଗାଇଡ୍‌ଲାଇନ୍

ଭୁବନେଶ୍ୱର: କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ଆସିଲା ନୂଆ SOP। କରୋନା ପାଇଁ ନୂଆ ଔଷଧ TOCILIZUMAB(ଟୋସଲିଜୁମାବ) ଓ ଅନ୍ୟ ଔଷଧ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ପ୍ରୋଟୋକଲ ଜାରି ହୋଇଛି। ଗୁରୁତର ରୋଗୀଙ୍କୁ ଔଷଧ,…

author-image
Chandan Shishu
କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ଆସିଲା ନୂଆ ଗାଇଡ୍‌ଲାଇନ୍

medicine

ଭୁବନେଶ୍ୱର: କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ଆସିଲା ନୂଆ SOP। କରୋନା ପାଇଁ ନୂଆ ଔଷଧ TOCILIZUMAB(ଟୋସଲିଜୁମାବ) ଓ ଅନ୍ୟ ଔଷଧ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ପ୍ରୋଟୋକଲ ଜାରି ହୋଇଛି। ଗୁରୁତର ରୋଗୀଙ୍କୁ ଔଷଧ, ଇଞ୍ଜେକ୍ସନ ଦିଆଯାଇପାରିବ। ଭେଣ୍ଟିଲେଟରରେ ଥିବା ରୋଗୀ, ଅକ୍ସିଜେନ ଲେବଲ କମ୍ ଥିବା ରୋଗୀଙ୍କୁ ଔଷଧ ଦିଆଯାଇପାରିବ। ଇଞ୍ଜେକ୍ସନ ଦେବା ପୂର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯିବ। କରୋନା ରୋଗୀଙ୍କୁ ଔଷଧ ଦେବା ନେଇ DCGI ଅନୁମତି ଦେଇଛନ୍ତି।

Advertisment

publive-imageଡ୍ରଗ୍ସ ବ୍ୟବହାର ନେଇ DCGI କୌଣସି ସ୍ପଷ୍ଟ ଗାଇଡ଼ଲାଇନ ଜାରି କରିନାହାଁନ୍ତି। ଅନୁମତିପ୍ରାପ୍ତ ନୂଆ ଡ୍ରଗ୍ସ୍ ପର୍ଯ୍ୟାପ୍ତ ପରିମାଣରେ ମିଳୁନାହିଁ। ନୂଆ ଔଷଧର ବ୍ୟବହାର ନେଇ ACS ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, CDM ଓ PHOsଙ୍କୁ ଚିଠି ଲେଖିଛନ୍ତି। AIIMS ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, AHPGIC, IGHଙ୍କୁ ମଧ୍ୟ ଚିଠି ହୋଇଛି।
ଏପରିକି ସମସ୍ତ ମେଡିକାଲ କଲେଜ କର୍ତ୍ତୃପକ୍ଷ, ସରକାରୀ ଓ ଘରୋଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି କରାଯାଇଛି।

Advertisment
Advertisment