Advertisment

Abhijit Majumdar Passes Away: ଅଭିଜିତଙ୍କ କ୍ୟାରିୟର ଥିଲା କିଛି ଅଲଗା, ତରଙ୍ଗର ସବୁ ଗୀତ ଥିଲା ହିଟ୍

ଦାଦାଙ୍କ ସଫଳତାର ଏମିତି ମିଠା ମିଠା ଗୀତର ଫର୍ଦ୍ଦ ଲେଉଟାଇବା ମୁସ୍କିଲ୍ । ୭ ଶହରୁ ଅଧିକ ଗୀତ ତିଆରି କରି ଓଡ଼ିଆ ସଂଗୀତ ପାଇଁ ଛାଡ଼ିଯାଉଛନ୍ତି ମିଠା ସ୍ବରର ଅଭୁଲା ଗୀତ ।

author-image
Tanmay Kumar Mahalik
Abhijit Hit Song

Abhijit Hit Song Photograph: (OTV)

ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା । ଏ ଗୀତ ଓଡ଼ିଶାରେ ସୁପର ହିଟ୍ ହୋଇଥିଲା । ଯୁବପିଢ଼ିଙ୍କୁ ମତୁଆଲା କରିଥିଲା । ଆଉ ଆଜି ଏ ଗୀତର ଶ୍ରଷ୍ଠା ଓଡ଼ିଶାବାସୀଙ୍କ ଦିଲକୁ ଦୋହୋଲାଇ ଦେଇଛନ୍ତି । ମହାପ୍ରଭୁଙ୍କ ଭଜନ ହେଉ କି ଆଲବମ୍ କି କୌଣସି ସିନେମାର ଗୀତ ସବୁ କିଛିରେ ଅଭିଜିତଙ୍କ କଣ୍ଠ ସ୍ବର ଓ ନିର୍ଦ୍ଦେଶନାକୁ ଲୋକେ ପସନ୍ଦ କରିଛନ୍ତି ।

Advertisment

ଦାଦାଙ୍କ ସଫଳତାର ଏମିତି ମିଠା ମିଠା ଗୀତର ଫର୍ଦ୍ଦ ଲେଉଟାଇବା ମୁସ୍କିଲ୍ । ୭ ଶହରୁ ଅଧିକ ଗୀତ ତିଆରି କରି ଓଡ଼ିଆ ସଂଗୀତ ପାଇଁ ଛାଡ଼ିଯାଉଛନ୍ତି ମିଠା ସ୍ବରର ଅଭୁଲା ଗୀତ ।

ତରଙ୍ଗ ବ୍ୟାନରରେ ତରଙ୍ଗର ପ୍ରଥମ ସିନେମା ଇସ୍କ ତୁ ହି ତୁ, ସମଥିଙ୍ଗ ସମଥିଙ୍ଗ ୨, ଲଭ୍ ଷ୍ଟେସନ୍, ଲଭ୍ ପାଇଁ କୁଛ୍ ଭି କରେଗା, ହିରୋ ନମ୍ବର ୱାନ୍, ସିଷ୍ଟର ଶ୍ରୀଦେବୀ, ସୁନ୍ଦରଗଡ଼ର ସଲମାନ୍ ଖାନ୍, ଶ୍ରୀମାନ ସୁରଦାସ, ଚାଲ୍ ଟିକେ ଦୁଷ୍ଟ ହେବା, ଗୋଲମାଲ୍ ଲଭ୍, ମିଷ୍ଟର ମଜନୁ ଭଳି ଅନେକ ଫିଲ୍ମମରେ କଣ୍ଠ ଦାନ କରିବା ସହ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଯାହାକି ଓଡ଼ିଶାରେ ସୁପରହିଟ୍ ହୋଇଛି ।

Advertisment

ଖାଲି ଏତିକି ନୁହେଁ, ଶହ ଶହ ଆଲବମରେ ବି ନଜ କଣ୍ଠର ଯାଦୁ ଦେଖାଇଛନ୍ତି ଅଭିଜିତ୍ । ୧୯୯୧ ମସିହାରେ ଅଭିଜିତ ପ୍ରଥମ କରି ସଙ୍ଗୀତ ଜଗତରେ କାମ ଆରମ୍ଭ କରିଥିଲେ । ୨୦୦୦ରେ ସେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସେହିପରି ଓଡ଼ିଆ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକ ଆଦିର ଗୀତ ନିର୍ମାଣ କରନ୍ତି ।

ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ ଥିଲା ‘ଦକ୍ସି ଗଲା ’ ।  ଅଭିଜିତ ଦୂରଦର୍ଶନରେ ବି କାମ କରିଛନ୍ତି । ତରଙ୍ଗ ଟିଭିରେ ମେଲୋଡି ନାଇଟ୍‌ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକ୍‌ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଛନ୍ତି ।

ଦିନେ ଅଧ୍ୟାପକ ଜୀବନରୁ ସଂଗୀତ ଜଗତରେ ପାଦ ଥାପିଥିଲେ ଅଭିଜିତ୍ । ପରେ ସାରା ଓଡ଼ିଶା ପାଇଁ ସେ ପାଲଟିଗଲେ ଦାଦା । ମିଠା ମିଠା କଥା କହି ସୁମଧୁର ଗୀତରେ ସମସ୍ତଙ୍କୁ ବାନ୍ଧି ରଖିଲେ । ହେଲେ ଆଜି ତାଙ୍କର ପରଲୋକରେ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଛି । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ଗୁମୁରି ଗୁମୁରି କାନ୍ଦୁଛି । ଆଉ ସଂଗୀତ ଜଗତ ଜଣେ ମୁରବୀଙ୍କୁ ହରାଇଛି ।

ଦୀର୍ଘ ୫ ମାସ ଧରି ଜୀବନ ସହ ଯୁଦ୍ଧକରି ଶେଷରେ ହାରିଯାଇଛନ୍ତି ଅଭିଜିତ୍ । ଆଜି ସକାଳ ୭ଟା ୪୩ରେ ତାଙ୍କୁ ହୃଦଘାତ ହୋଇଥିଲା । ପରେ ତାଙ୍କୁ ଭବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଉ ୯ଟାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ କରାଯିବ ବୋଲି ସୂଚନା ଦିଆଯାଇଛି ।  

Passes Away Abhijit Majumdar Odia Music Industry
Advertisment
Related Articles
Advertisment