/odishatv-khabar/media/media_files/2026/01/25/belghar-elephant-death-case-2026-01-25-16-09-45.jpg)
ଆକ୍ସନ ଭୟରେ ହାତୀକୁ ୩୨ ଖଣ୍ଡ Photograph: (OTV)
ଆକ୍ସନ ଭୟରେ ହାତୀକୁ ୩୨ ଖଣ୍ଡ କରି କାଟି ଦେଇଥିଲେ। ଏହି କାଣ୍ଡ ଭିଆଇଥିଲେ ନିଲମ୍ବିତ ଡେପୁଟି ରେଞ୍ଜର। ରବିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର RCCF । ବେଲଘର ହାତୀ ମୃତ୍ୟୁ ଓ କାଟିବା ଘଟଣାରେ ବଡ଼ ଖୁଲାସା କରିଛନ୍ତି ଆରସିସିଏଫ୍ । କହିଛନ୍ତି, ନିଲମ୍ବିତ ଡେପୁଟି ରେଞ୍ଜର ହାତୀକୁ କାଟିବା ଯୋଜନା କରିଥିଲେ। ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଘଟିଥିଲା।
ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଭୟରେ ଏଭଳି କାଣ୍ଡ ଭିଆଇ ଥିଲେ ଡେପୁଟି ରେଞ୍ଜର। ହାତୀକୁ ୩୨ ଖଣ୍ଡ କରି ବିଭିନ୍ନ ସ୍ଥାନରେ ପୋତିଦେଇଥିଲେ । ନିଲମ୍ବିତ ଡେପଟି ରେଞ୍ଜର ବିନୟ ବିଶି ଏବେ ଫେରାର ଅଛନ୍ତି। ହାତୀକୁ କାଟିବାରେ ସାମିଲ୍ ୮ ଜଣ ସ୍କ୍ୱାଡଙ୍କୁ ୩୫୩ରେ ନୋଟିସ୍ ହୋଇଛି । ଡ୍ରାଇଭର ହୃଷିକେଶ ପଣ୍ଡାଙ୍କୁ କୋର୍ଟ ଚାଲାଣ ସହ ୩ ଗାଡ଼ି ଜବତ ହୋଇଛି।
Advertisment
- ବେଲଘର ହାତୀ ମୃତ୍ୟୁ ଓ କାଟିବା ଘଟଣାରେ RCCFଙ୍କ ସୂଚନା
- ହାତୀକୁ ୩୨ ଖଣ୍ଡ କଟାଯାଇଥିବା କହିଲେ ବ୍ରହ୍ମପୁର RCCF
- ନିଲମ୍ବିତ ଡେପୁଟି ରେଞ୍ଜର ହାତୀକୁ କାଟିବା ଯୋଜନା କରିଥିଲେ'
- 'ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଘଟିଥିଲା'
- 'ବିଭାଗ ଆକ୍ସନ ନେବା ଭୟରେ ଏଭଳି କାଣ୍ଡ ଭିଆଇ ଥିଲେ ଡେପୁଟି ରେଞ୍ଜର'
- 'ହାତୀକୁ କାଟିବାରେ ସାମିଲ୍ ୮ଜଣ ସ୍କ୍ୱାଡ୍ ଙ୍କୁ ୩୫୩ରେ ନୋଟିସ୍ ହୋଇଛି'
- 'ନିଲମ୍ବିତ ଡେପଟି ରେଞ୍ଜର ବିନୟ ବିଶି ଫେରାର ଅଛନ୍ତି'
- 'ଡ୍ରାଇଭର ହୃଷିକେଶ ପଣ୍ଡାଙ୍କୁ କୋର୍ଟ ଚାଲାଣ ସହ ୩ ଗାଡ଼ି ଜବତ ହୋଇଛି'
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)