Advertisment

ଚୀନରେ ସୁନ୍ଦରୀ ମୁକୁଟ ପିନ୍ଧିଲେ ଓଡ଼ିଆ ମହିଳା

ଭୁବନେଶ୍ୱର: ଚୀନରେ ହୋଇଥିବା ସୁନ୍ଦରୀ ପ୍ରତିଯୋଗିତାରେ ମିସେସ୍‌ ୟୁନିଭର୍ସ ହୋଇଛନ୍ତି ଅମିତା ପଣ୍ଡା। ବିଜୟୀ ମୁକୁଟ ପିନ୍ଧିବା ପରେ ସେ ଆଜି ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଅମିତା ପଣ୍ଡା ପେଶାରେ ଜଣେ ସଫ୍ଟଓୟାର ଇଞ୍ଜିନିୟର। ତାଙ୍କର ଏକ ଝିଅ ଅଛି। ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବହୁ ପରିଚିତ ପ୍ରସ୍ତାବ ଦେଇଥିଲେ। ଯେଉଁଥିପାଇଁ ସେ ଦୁଇବର୍ଷ ତଳୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ପ୍ରଥମେ ମିସେସ୍‌ ଇଣ୍ଡିଆ […]

author-image
Pradesh Pratyush
ଚୀନରେ ସୁନ୍ଦରୀ ମୁକୁଟ ପିନ୍ଧିଲେ ଓଡ଼ିଆ ମହିଳା

beauty contestant

ଭୁବନେଶ୍ୱର: ଚୀନରେ ହୋଇଥିବା ସୁନ୍ଦରୀ ପ୍ରତିଯୋଗିତାରେ ମିସେସ୍‌ ୟୁନିଭର୍ସ ହୋଇଛନ୍ତି ଅମିତା ପଣ୍ଡା। ବିଜୟୀ ମୁକୁଟ ପିନ୍ଧିବା ପରେ ସେ ଆଜି ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

Advertisment

ଅମିତା ପଣ୍ଡା ପେଶାରେ ଜଣେ ସଫ୍ଟଓୟାର ଇଞ୍ଜିନିୟର। ତାଙ୍କର ଏକ ଝିଅ ଅଛି। ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବହୁ ପରିଚିତ ପ୍ରସ୍ତାବ ଦେଇଥିଲେ। ଯେଉଁଥିପାଇଁ ସେ ଦୁଇବର୍ଷ ତଳୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ପ୍ରଥମେ ମିସେସ୍‌ ଇଣ୍ଡିଆ ଗ୍ୟାଲେକ୍ସି ଚାମ୍ପିଅନ୍‌ ହୋଇଥିଲେ। ପରେ ଚୀନ୍‌ରେ ହୋଇଥିବା ମିସେସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ବିଭିନ୍ନ ଦେଶରୁ ୯୦ ଜଣ ପ୍ରତିଯୋଗୀ ଭାଗ ନେଇଥିବାରୁ ତାଙ୍କୁ ପାଇଁ ଏତେ ସହଜ ହୋଇନଥିଲା। ତଥାପି ସମସ୍ତଙ୍କୁ ପଛରେ ପକାଇ ସେ ହୋଇଛନ୍ତି ମିସେସ୍‌ ୟୁନିଭର୍ସ।

publive-imageସେ କହିଛନ୍ତି-“ପ୍ରତିଯୋଗିତାରେ ପ୍ରତ୍ୟେକ ରାଉଣ୍ଡ ମୋ ପାଇଁ ସହଜ ଥିଲା। କିନ୍ତୁ ଟାଲେଣ୍ଟ୍‌ ରାଉଣ୍ଡରେ ସାମାନ୍ୟ ଦୁର୍ବଳ ଥିଲା ଭଳି ଲାଗୁଥିଲି। ତଥାପି ସବୁକିଛି ମ୍ୟାନେଜ କରିନେଇଥିଲି। ଏଥିରେ ମୋ ଶାଶୂ ଘର ଲୋକ ଓ ସ୍ୱାମୀ ସବୁ ପ୍ରକାର ସହଯୋଗ କରିଛନ୍ତି। ମୋ ସ୍ୱାମୀ ମୋତେ ସବୁ ବେଳେ କହୁଥିଲେ, ତୁମେ ସବୁଠାରୁ ଜଣେ ସୁନ୍ଦରୀ ମହିଳା। ସ୍ୱାମୀଙ୍କର ଏହି କଥା ମୋ ଉତ୍ସାହକୁ ଦୁଇଗୁଣା କରୁଥିଲା। ଯାହା ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା।”

Advertisment

ସେ ଅହୁରି କହିଛନ୍ତି-“ଆମକୁ ମଣିଷ କରିବା ପାଇଁ ବାପା-ମାଆ କେତେ କଷ୍ଟ କରିଛନ୍ତି। ସେମାନଙ୍କ ସ୍ୱପ୍ନ ଓ ନିଜର ସ୍ୱପ୍ନକୁ ପୂରଣ କରିବାକୁ ପଡ଼ିବ। ସବୁବେଳେ ସ୍ୱପ୍ନ ଦେଖିବାକୁ ପଡ଼ିବ। ଏଥିପାଇଁ ଗୋଲ ରଖି ଆଗକୁ ବଢ଼ିବାକୁ ପଡ଼ିବ। ତାହାହେଲେ ଯାଇ ଜୀବନରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା।”

ଆଗାମୀ ଯୋଜନା କଣ? ଏନେଇ ଅମିତା କହିଛନ୍ତି-“ମହିଳାଙ୍କ ବହୁତ କିଛି କରିବାର ରହିଛି। ବିଶେଷକରି ମହିଳା ସଶକ୍ତିକରଣ ଓ ଶିକ୍ଷା ଉପରେ ବହୁ କରିବାକୁ ପଡ଼ିବ। ଏଥିପାଇଁ ସବୁ କାମ କରିବି।”

Advertisment
Advertisment