Advertisment

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଓଏଏସ ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଅଭୟ କୁମାର ନାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି। ସେହିପରି ବରିଷ୍ଠ ଓଏଏସ୍ ଗଣେଶ୍ୱର ଜେନାଙ୍କୁ ଇଡକୋ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳିଥିବାବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ବରିଷ୍ଠ ଆଇଏଏସ୍ ରଘୁରାମ ଆୟରଙ୍କୁ ସ୍କୁଲ ଓ […]

author-image
Pradesh Pratyush
ଓଏଏସ ସ୍ତରରେ ଅଦଳବଦଳ

OAS

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଓଏଏସ ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଅଭୟ କୁମାର ନାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି।

Advertisment

ସେହିପରି ବରିଷ୍ଠ ଓଏଏସ୍ ଗଣେଶ୍ୱର ଜେନାଙ୍କୁ ଇଡକୋ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳିଥିବାବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ବରିଷ୍ଠ ଆଇଏଏସ୍ ରଘୁରାମ ଆୟରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି। ସେ ଓପେପା ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ବରିଷ୍ଠ ଓଏଏସ୍ ମହେଶ କୁମାର ଚୌଧୁରୀଙ୍କୁ ପାରାଦୀପ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।

Advertisment
Advertisment
Advertisment