Advertisment

ବିଦ୍ୟୁତ୍‌ ତାର ଛିଣ୍ଡି ମାଆ ଝିଅ ମୃତ

ନୂଆପଡ଼ା (ମାୟାଧର ସରାଫ) : ପାଣି କୁଣ୍ଡରେ ଗାଧୋଉଥିବା ବେଳେ ହଠାତ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର। ଚାଲିଗଲା ମାଆ ଓ ଝିଅଙ୍କ ଜୀବନ। ଆଜି ଏପରି ଅଘଟଣ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ମଖାପଦର ଗାଁରେ ଘଟିଛି। ଏହି ଘଟଣାକୁ ନେଇ ଏବେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମଖାପଦର ଗାଁର ତରୁଲତା ଚଣ୍ତି(୩୫) ଓ ତାଙ୍କ ୯ ବର୍ଷର ଝିଅ ଦୁଶୀଳା ଚଣ୍ତି ପଞ୍ଚାୟତ ନଳକୂପ ପାଣିକୁଣ୍ଡରେ ଗାଧୋଉଥିଲେ। ଏହି ସମୟରେ ମୁଣ୍ଡ ଉପର […]

author-image
Pradesh Pratyush
ବିଦ୍ୟୁତ୍‌ ତାର ଛିଣ୍ଡି ମାଆ ଝିଅ ମୃତ

death

ନୂଆପଡ଼ା (ମାୟାଧର ସରାଫ) : ପାଣି କୁଣ୍ଡରେ ଗାଧୋଉଥିବା ବେଳେ ହଠାତ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର। ଚାଲିଗଲା ମାଆ ଓ ଝିଅଙ୍କ ଜୀବନ। ଆଜି ଏପରି ଅଘଟଣ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ମଖାପଦର ଗାଁରେ ଘଟିଛି। ଏହି ଘଟଣାକୁ ନେଇ ଏବେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ମଖାପଦର ଗାଁର ତରୁଲତା ଚଣ୍ତି(୩୫) ଓ ତାଙ୍କ ୯ ବର୍ଷର ଝିଅ ଦୁଶୀଳା ଚଣ୍ତି ପଞ୍ଚାୟତ ନଳକୂପ ପାଣିକୁଣ୍ଡରେ ଗାଧୋଉଥିଲେ। ଏହି ସମୟରେ ମୁଣ୍ଡ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାରଟି ହଠାତ ଛିଡ଼ା ତାଙ୍କ ଉପରେ ପଡ଼ିଥିଲା। ଫଳରେ ମାଆ ଓ ଝିଅଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି।

ସିନାପାଲି ଥାନା ପୁଲିସ ଓ ଅଡିସିନାଲ୍‌ ତହସିଲଦାର ଲକ୍ଷ୍ମଣ ଟୁଡୁ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗାଁ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି। ମାତ୍ର ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍‌ରେ ଅଟଳ ରହିଛି। ଜଣକା ୫ ଲକ୍ଷ ଟଙ୍କା ଓ ଘର ଡିହ ଜମିଦେବାକୁ ଦାବି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗାଁ ଲୋକେ ମୃତଦେହ ଛାଡ଼ୁନଥିବା ଜଣାପଡ଼ିଛି।

Advertisment
Advertisment
Advertisment