Advertisment

ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ

ସମ୍ବଲପୁର: ନିର୍ଧାରିତ ସମୟରେ ନୀତି ସମାପନ ପରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯାଇଛି। କୋଭିଡ କଟକଣା ଯୋଗୁଁ ଭକ୍ତଙ୍କୁ ମନ୍ଦିର ବାରଣ ଥିଲେ ବି ରୀତିନୀତି ଅନୁଯାୟୀ ପ୍ରତିବର୍ଷ ଭଳି ମାଙ୍କ ନିକଟରେ ନବାନ୍ନ ଲାଗି କରାଯାଇଛି। ଅଳ୍ପ କିଛି ସେବାୟତଙ୍କୁ ନେଇ ଆଜି ନୀତି ସମାପନ ହୋଇଛି। ଏଥର ନବାନ୍ନ ଲାଗି ପାଇଁ ୯ଟା ୩୫ରୁ ୯ଟା ୫୦ ସମୟ ମଧ୍ୟରେ ଲଗ୍ନ ଥିଲା। ଏଣୁ ମନ୍ଦିରର ନୀତିକାନ୍ତି […]

ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ

ଲହୋ କପୋଗ

Advertisment

ସମ୍ବଲପୁର: ନିର୍ଧାରିତ ସମୟରେ ନୀତି ସମାପନ ପରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯାଇଛି। କୋଭିଡ କଟକଣା ଯୋଗୁଁ ଭକ୍ତଙ୍କୁ ମନ୍ଦିର ବାରଣ ଥିଲେ ବି ରୀତିନୀତି ଅନୁଯାୟୀ ପ୍ରତିବର୍ଷ ଭଳି ମାଙ୍କ ନିକଟରେ ନବାନ୍ନ ଲାଗି କରାଯାଇଛି।

Advertisment

ଅଳ୍ପ କିଛି ସେବାୟତଙ୍କୁ ନେଇ ଆଜି ନୀତି ସମାପନ ହୋଇଛି। ଏଥର ନବାନ୍ନ ଲାଗି ପାଇଁ ୯ଟା ୩୫ରୁ ୯ଟା ୫୦ ସମୟ ମଧ୍ୟରେ ଲଗ୍ନ ଥିଲା। ଏଣୁ ମନ୍ଦିରର ନୀତିକାନ୍ତି ସାଢ଼େ ୮ଟାରୁ ଆରମ୍ଭ ହୋଇଯାଇଥିଲା। ପରେ ୪ଜଣ ପୂଜାରୀଙ୍କ ଘରୁ ମାଆଙ୍କ ଲାଗି ଭୋଗ ଆସିଥିଲା।

ଅନ୍ୟ କେତେଜଣଙ୍କ ଘରୁ ଭୋଗ ଆସିବା ପରେ ମ’ଙ୍କ ନିକଟେ ନବାନ୍ନ ଲାଗି କରାଯାଇଛି। ମାଆଙ୍କ ନିକଟରେ ନବାନ୍ନ ଲାଗୁ ପରେ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ