Advertisment

ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୫ଟି ଲୋକସଭା ଓ ଏହା ଅଧିନରେ ଥିବା ୩୫ଟି ବିଧାନସଭା ଆସନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା ଆସନରେ ଏପ୍ରିଲ ୧୮ରେ ଭୋଟଗ୍ରହଣ ହେବ। ଏଥିପାଇଁ ମାର୍ଚ୍ଚ […]

author-image
Jyotsnamayee Pradhan
ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

second

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୫ଟି ଲୋକସଭା ଓ ଏହା ଅଧିନରେ ଥିବା ୩୫ଟି ବିଧାନସଭା ଆସନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Advertisment

ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା ଆସନରେ ଏପ୍ରିଲ ୧୮ରେ ଭୋଟଗ୍ରହଣ ହେବ। ଏଥିପାଇଁ ମାର୍ଚ୍ଚ ୨୬ରେ ମନୋନୟନ ପତ୍ର ଦାଖଲର ଶେଷ ଦିନ ରଖାଯାଇଛି।

ସେହିପରି ମାର୍ଚ୍ଚ ୨୯ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ଛଡ଼ା କର୍ଣ୍ଣାଟକର ୧୪ଟି, ମହାରାଷ୍ଟ୍ରର ୧୦ଟି, ଉତ୍ତରପ୍ରଦେଶର ୮ଟି, ବିହାର ଓ ଆସାମର ୫ଟି ଲେଖାଏ ଆସନରେ ମତଦାନ ହେବ।

Advertisment

ଅନ୍ୟପକ୍ଷରେ ଛତିଶଗଡ଼ ଓ ପଶ୍ଚିମବଙ୍ଗର ୩ଟି ଲେଖାଏ, ଜାମ୍ମୁ ଓ କାଶ୍ମୀରର ୨ଟି, ମଣିପୁର, ତ୍ରିପୁରା ଓ ପୁଡୁଚେରୀର ଗୋଟିଏ ଲେଖାଏ ଲୋକସଭା ଆସନରେ ନିର୍ବାଚନ ହେବ।

Advertisment
Advertisment