/odishatv-khabar/media/post_attachments/uploadimage/library/16_9/16_9_0/light_1626336837.jpg)
light
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଭେପଦର ଗାଁରେ ୧୪ ଦିନ ହେଲା ଲାଇନ୍ ନାହିଁ। ପରୀକ୍ଷା ଚାଲିଥିବା ବେଳେ ବିଜୁଳି ନଥିବାରୁ ପାଠପଢ଼ାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ।
Advertisment
ଗାଁ ନିଟକରେ ଥିବା ଛାତ୍ରୀ ନିବାସରେ ପିଲାଏ ଲଣ୍ଠନ, ଦୀପ ଜାଳି ବହୁ କଷ୍ଟରେ ପଢୁଛନ୍ତି। ସେପଟେ ଗ୍ରାମବାସୀ ବି ଡିବିରି ଆଲୁଅରେ ଚଳୁଛନ୍ତି। ଅସହ୍ୟ ଗରମ ସାଙ୍ଗକୁ ବିଦ୍ୟୁତକାଟ ଯୋଗୁଁ ଅତିଷ୍ଠ ହୋଇପଡ଼ିଛନ୍ତି ଲୋକେ। ଏନେଇ ବିଦ୍ୟୁତ ବିଭାଗ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇଥିଲେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ତେବେ ଏନେଇ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)