Advertisment

ଏ ବର୍ଷ ପଡୁଛି କି ନାଗାର୍ଜୁନ ବେଶ?

ପୁରୀ: ଚଳିତ ବର୍ଷ ନାଗାର୍ଜୁନ ବେଶ ପଡୁଛି କି ନାହିଁ, ସେଉପରେ ସ୍ପଷ୍ଟୀକରଣ ରଖିଛନ୍ତି ମୁକ୍ତି ମଣ୍ଡପ ସଦସ୍ୟ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ। ଏବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ନାଗାର୍ଜୁନ ବେଶ ନେଇ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ୍ ତଥ୍ୟ ଦେଇଛନ୍ତି। ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପାଞ୍ଜିକାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପାଞ୍ଜିକାରଙ୍କ ବୈଠକ ପରେ ଏହି ସୂଚନା ଦିଆଯାଇଛି। ହେଲେ ୧୯୯୩ ଏବଂ ୧୯୯୪ ମସିହାରେ ଲଗାତର ଭାବେ […]

ଏ ବର୍ଷ ପଡୁଛି କି ନାଗାର୍ଜୁନ ବେଶ?

nagarjuna

Advertisment

ପୁରୀ: ଚଳିତ ବର୍ଷ ନାଗାର୍ଜୁନ ବେଶ ପଡୁଛି କି ନାହିଁ, ସେଉପରେ ସ୍ପଷ୍ଟୀକରଣ ରଖିଛନ୍ତି ମୁକ୍ତି ମଣ୍ଡପ ସଦସ୍ୟ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ। ଏବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ନାଗାର୍ଜୁନ ବେଶ ନେଇ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ୍ ତଥ୍ୟ ଦେଇଛନ୍ତି। ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପାଞ୍ଜିକାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପାଞ୍ଜିକାରଙ୍କ ବୈଠକ ପରେ ଏହି ସୂଚନା ଦିଆଯାଇଛି।

Advertisment

ହେଲେ ୧୯୯୩ ଏବଂ ୧୯୯୪ ମସିହାରେ ଲଗାତର ଭାବେ ଯେଉଁଭଳି ମହାପ୍ରଭୁ ଦୁଇଥର ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିଲେ, ସେହିପରି ୧୯୬୬, ୬୭ ଓ ୬୮ରେ ଲଗାତାର ୩ ବର୍ଷ ପାଇଁ ନାଗାର୍ଜୁନ ବେଶ ପଡ଼ିଥିଲା। ସେହିଭଳି ଯୋଗ ଆଗକୁ ଫିଟିବାର ସମ୍ଭାବନା ରହିଛି ବୋଲି ଆଗରୁ ଚର୍ଚ୍ଚା ହେଉଥିଲା। ଗତବର୍ଷ ଆସନ୍ତା ୨୭ତାରିଖରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା।

ପୂର୍ବରୁ ପ୍ରକାଶିତ କୋହେନୂର ପ୍ରେସ ପଞ୍ଜିକା ପକ୍ଷରୁ ପ୍ରସ୍ତୁତ ୨୦୨୧ ମସିହାର ନୂଆ କ୍ୟାଲେଣ୍ଡର, ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା ଯେ ଆସନ୍ତାବର୍ଷ ନଭେମ୍ବର ୧୫ ତାରିଖ ସୋମବାରରେ ହିଁ ପଡିବ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ। ତେବେ ଅନ୍ୟ ଏକ କ୍ୟାଲେଣ୍ଡର ଭାଗ୍ୟଜ୍ୟୋତି ଖଡିରତ୍ନ ପଂଜିକାରେ କିନ୍ତୁ ଏ ଦୁର୍ଲଭ ବେଶ ସମ୍ପର୍କରେ କୌଣସି ସୂଚନା ନଥିଲା ଅର୍ଥାତ୍ ନାଗାର୍ଜ୍ଜୁନ ବେଶ ନେଇ  ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା।

Advertisment

ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଗତବର୍ଷ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇଥିଲେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ମହାବାହୁ ସଜେଇ ହୋଇଥିଲେ। ଗତ ବର୍ଷ ପଞ୍ଚୁକ ୫ ଦିନ ବଦଳରେ ୬ ଦିନ ପଡୁଥିବାରୁ ବିଧି ଅନୁସାରେ ମଳ ଦ୍ୱାଦଶୀରେ ମହାପ୍ରଭୁଙ୍କ ନାଗା ବେଶ ଲାଗି ମାସକ ପୂର୍ବରୁ ଆରମ୍ଭ ପ୍ରସ୍ତୁତି ହୋଇଥିଲା। କିନ୍ତୁ କରୋନା କଟକଣା ଯୋଗୁଁ ଭକ୍ତମାନେ ଏହି ଦୁର୍ଲଭ ବେଶ ଦେଖିବାରୁ ବଞ୍ଚିତ ହୋଇଥିଲେ।

ପଢନ୍ତୁ : ପ୍ରତ୍ୟାହୃତ ହେଲା ପ୍ରସ୍ତାବିତ ଶ୍ରୀମନ୍ଦିର ବାଇ-ଲ

Puri Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ