Advertisment

ଯାଜପୁରରେ ବି ହେବନି ଗଣେଶ ପୂଜା

ଯାଜପୁର: କରୋନାର ଭୟାବହତାକୁ ଲକ୍ଷ୍ୟ କରି ଚଳିତ ବର୍ଷ ଯାଜପୁର ଜିଲ୍ଲାର ବିଭିନ୍ନ ମଣ୍ଡପରେ ହେବାକୁ ଥିବା ଗଣେଶ ପୂଜାକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ଜିଲ୍ଲାପାଳ ରଂଜନ କୁମାର ଦାସ ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବିଭିନ୍ନ ମଣ୍ଡପରେ ଲୋକମାନଙ୍କ ଭିଡ଼ ଜମିବା ଯୋଗୁଁ କରୋନା ବ୍ୟାପିବାର ଅଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ […]

ଯାଜପୁରରେ ବି ହେବନି ଗଣେଶ ପୂଜା

ganesh-puja

Advertisment

ଯାଜପୁର: କରୋନାର ଭୟାବହତାକୁ ଲକ୍ଷ୍ୟ କରି ଚଳିତ ବର୍ଷ ଯାଜପୁର ଜିଲ୍ଲାର ବିଭିନ୍ନ ମଣ୍ଡପରେ ହେବାକୁ ଥିବା ଗଣେଶ ପୂଜାକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ଜିଲ୍ଲାପାଳ ରଂଜନ କୁମାର ଦାସ ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

Advertisment

ବିଭିନ୍ନ ମଣ୍ଡପରେ ଲୋକମାନଙ୍କ ଭିଡ଼ ଜମିବା ଯୋଗୁଁ କରୋନା ବ୍ୟାପିବାର ଅଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଗଣେଷ ପୂଜା ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ସ୍ୱାଗତ କରିଛନ୍ତି।

ସେପଟେ ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ଗଣେଶ ପୂଜାକୁ ବାରଣ କରାଯାଇଛି। ଟ୍ୱିନ୍‌ ସିଟିର କୌଣସି ପୂଜା ମଣ୍ଡପରେ ଚଳିତ ବର୍ଷ ଗଣେଶ ପୂଜା ହୋଇପାରିବ।

Advertisment

ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଶ ପୂଜା ବାରଣ କରାଯାଇଛି। ଏପରିକି ଚଳିତ ବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ପାଳନ ହେଉନାହିଁ। ତେଣୁ ଏଥିରେ ସମସ୍ତେ ସହଯୋଗ କରିବା ପାଇଁ କମିଶନରେଟ ପୋଲିସ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ