Advertisment

Road Construction Scam: ରାତିରେ ହେଲା ପିଚୁ ରାସ୍ତା, ସକାଳକୁ ଉଠିଗଲା, ଗାଁରେ ଆକ୍ରୋଶ

ରାତିରେ ହୋଇଥିବା ପିଚୁ ସକାଳେ ଉଠିଗଲା। କଟକ ନରସିଂହପୁର ପୁରୁଷୋତ୍ତମ ଗାଁରେ ସନ୍ଧ୍ୟାରେ ରାସ୍ତା ପିଚୁ କାର୍ଯ୍ୟ ଆରମ୍ଭ ହୋଇ ଅଧରାତିରେ ସରିଥିଲା। ଅନ୍ଧାର ରାତିରେ ନାମକୁ ମାତ୍ର ନିମ୍ନମାନର କାମ ସାରି ଚାଲିଯାଇଥିଲେ ଯନ୍ତ୍ରୀ ଓ ଠିକାଦାର। ଫଳରେ ସକାଳୁ ରାସ୍ତାରୁ ପିଚୁ ଉଠିଯାଇଥିଲା।

author-image
Pramod Behera
Road Construction Scam

ରାତିରେ ହେଲା ପିଚୁ ରାସ୍ତା, ସକାଳକୁ ଉଠିଗଲା Photograph: (OTV)

ରାତିରେ ହୋଇଥିବା ପିଚୁ ସକାଳେ ଉଠିଗଲା। କଟକ ନରସିଂହପୁର ପୁରୁଷୋତ୍ତମ ଗାଁରେ ସନ୍ଧ୍ୟାରେ ରାସ୍ତା ପିଚୁ କାର୍ଯ୍ୟ ଆରମ୍ଭ ହୋଇ ଅଧରାତିରେ ସରିଥିଲା। ଅନ୍ଧାର ରାତିରେ ନାମକୁ ମାତ୍ର ନିମ୍ନମାନର କାମ ସାରି ଚାଲିଯାଇଥିଲେ ଯନ୍ତ୍ରୀ ଓ ଠିକାଦାର। ଫଳରେ ସକାଳୁ ରାସ୍ତାରୁ ପିଚୁ ଉଠିଯାଇଥିଲା। 

Advertisment

ଏହାକୁ ସ୍ଥାନୀୟ ଅଞ୍ଚଳ ଲୋକେ ବିରୋଧ କରିବା ସହ ନିମ୍ନମାନର କାର୍ଯ୍ୟ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ଗ୍ରାମବାସୀଙ୍କର ବିରୋଧ ପରେ ଠିକାଦାର ଗ୍ରାମବାସୀଙ୍କୁ ଧମକ ଚମକ ଦେଇଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

ପୁରୁଷୋତ୍ତମପୁର ଗାଁରେ ନିମ୍ନ ମାନର କାର୍ଯ୍ୟ ପାଇଁ ରାସ୍ତାରୋକ କରିଥିଲେ ଗ୍ରାମବାସୀ। ଆରଡି ରାସ୍ତାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ କୌଣସି ଫଳକ ନ ଥାଇ ନିମ୍ନମାନର କାର୍ଯ୍ୟ ପାଇଁ ପିଚୁ ଉଠିଯାଇଛି। ରାସ୍ତାରେ ଡଷ୍ଟ ଓ ମେଟାଲିଂ ପରେ କୌଣସି ସ୍ଥାନରେ ପକ୍କା ରାସ୍ତା ନିର୍ମାଣ କରା ନ ଯାଇ ତରବରିଆଭାବେ ଠିକାଦାରଙ୍କୁ ସୁହାଇବା ଭଳି ପିଚୁ କାମ ଆରମ୍ଭ ହୋଇଥିଲା। 

Advertisment

ରାସ୍ତା ଉପରେ ଥିବା ଧୂଳି ଓ ମାଟିକୁ ଭଲଭାବେ ସଫା କରା ନ ଯାଇ ନାମକୁ ମାତ୍ର ପ୍ରାଇମର ଛିଞ୍ଚି ରାତି ଅଧରେ କାମ ହୋଇଥିଲା। ଅପରପକ୍ଷେ କାମ ସମୟରେ ଆବଶ୍ୟକ ଆଲୋକର ବ୍ୟବସ୍ଥା କରାଯାଇ ନ ଥିଲା। ତେବେ ଯନ୍ତ୍ରୀଙ୍କ ଦାୟିତ୍ୱହୀନତା ପାଇଁ ଏହି ରାସ୍ତା କାମରେ ବିଭିନ୍ନ ଅନିୟମିତତା ପରିଲକ୍ଷିତ ହେଉଥିବା ବେଳେ ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ଏପରି କି ରାତିରେ ହୋଇଥିବା ପିଚୁ ସକାଳୁ ଉଠିଯିବାରୁ ଗ୍ରାମବାସୀ ସକାଳୁ କିଛି ସମୟ ରାସ୍ତା ବନ୍ଦ କରି ଆନ୍ଦୋଳନ କରିଥିଲେ। ଘଟଣା ସମ୍ପର୍କରେ ନରସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ତରାସ ହେମରମଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହି ନିମ୍ନମାନ କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।

PMGSY Pradhan Mantri Gram Sadak Yojana (PMGSY) Road Scam
Advertisment
Advertisment