/odishatv-khabar/media/post_attachments/uploadimage/library/16_9/16_9_0/bb-1_1626692464.jpg)
bb
ଭଦ୍ରକ: ୮ ବଖରା ଘର ଜଳିଗଲା। ଅଗ୍ନିକାଣ୍ଡରେ ଜଳିଗଲେ ନବବଧୂ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଓଗାଳପୁର ଗ୍ରାମର ଦୁର୍ଗା ଚରଣ ଟୁଡୁଙ୍କ ଘରେ ଆଜି ମଧ୍ୟାହ୍ନରେ ହଠାତ୍ ନିଆଁ ଲାଗିଯିବା ଫଳରେ ଘର ଭିତରେ ଥିବା ନବବିବାହିତ ଦୁର୍ଗାଙ୍କ ପତ୍ନୀ ପଙ୍କଜିନି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
Advertisment
ଏହାପରେ ନିଆଁ ଆଖପାଖ ଘରକୁ ମଧ୍ୟ ବ୍ୟାପି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ତିନୋଟି ପରିବାରର ଧାନ ଚାଉଳ ଏବଂ ଘରର ଆସବାବପତ୍ର ସମ୍ପୂର୍ଣ୍ଣ ପୋଡି ଯାଇଛି । ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ କରୁଛି ତେବେ ଅଗ୍ନିକାଣ୍ଡ ର କାରଣ ଜଣାପଡିନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)