Advertisment

ବିବାହର ୪ ମାସ ନଯାଉଣୁ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ଗତକାଲି ମହିଳା ଜଣକ ରୁମ୍‌ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏ ନେଇ ବାଲିଅନ୍ତା ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମହିଳା ଜଣକ ଗର୍ଭବତୀ ଥିଲେ। ଗତ ଡିସେମ୍ବର ମାସରେ ଯାଜପୁରର ସୁବିର କୁମାର ମଲ୍ଲିକଙ୍କ ସହ ବିବାହ […]

author-image
Chandan Shishu
ବିବାହର ୪ ମାସ ନଯାଉଣୁ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

couple

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ଗତକାଲି ମହିଳା ଜଣକ ରୁମ୍‌ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏ ନେଇ ବାଲିଅନ୍ତା ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

publive-image

publive-imageମହିଳା ଜଣକ ଗର୍ଭବତୀ ଥିଲେ। ଗତ ଡିସେମ୍ବର ମାସରେ ଯାଜପୁରର ସୁବିର କୁମାର ମଲ୍ଲିକଙ୍କ ସହ ବିବାହ କରିଥିଲେ। ସ୍ୱାମୀ ସ୍ତ୍ରୀ ଉଭୟ ଉଚ୍ଚଶିକ୍ଷିତା ହୋଇଥିବା ବେଳେ ପାହାଳ ନିକଟରେ ଚାକିରି କରୁଥିଲେ। ପୋଲିସ ଘଟଣାର ତଦନ୍ତ ଚଳାଇଛି।

ଆହୁରି ପଢନ୍ତୁ : ପୋଲିସ ବିରୋଧରେ ଗ୍ରାମବାସୀଙ୍କ ପ୍ରଜାମେଳି

Advertisment
Advertisment